STORYMIRROR

Susanta kumar Patra

Inspirational

2  

Susanta kumar Patra

Inspirational

ହିରୋ ନା ହିରା

ହିରୋ ନା ହିରା

2 mins
15.3K


ସୁମନ ଗୋଟେ ଗରିବ ପରିବାର ପୁଅ l ତାର ବାପା ଜଣେ କୃଷକ l ବହୁତ କଷ୍ଟ କରି ସିଏ ପାଠ ପଢ଼ିଲା l ପାଠ ପଢିବା ସରିଲା ପରେ ତାର ଗୋଟିଏ ଚିନ୍ତା କିପରି ସିଏ ଭଲ ଚାକିରୀ ଟିଏ କରିବ l ଭଗବାନ ତାର ଡାକ ଶୁଣିଲେ, ଫଳରେ ସିଏ ଗୋଟିଏ କମ୍ପାନୀରେ ଚାକିରୀ ପାଇଁ ପରୀକ୍ଷା ଦବାକୁ ଗଲା l ପ୍ରଥମେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହେଲା ପରେ ଦ୍ୱିତୀୟରେ ମୋଖିକ ଓ ଶେଷ ପରୀକ୍ଷା ଥିଲା l ସତେ ଯେମିତି ତା ପାଇଁ ଅଗ୍ନି ପରୀକ୍ଷା ଥିଲା l ପ୍ରଥମେ ଠାକୁରକୁ ପ୍ରଣାମ କରି ବାପା ମା କୁ ମନେ ମନେ ପ୍ରଣାମ ଜଣାଇ ପରୀକ୍ଷା ଘର ଭିତରକୁ ପଶିଲା l

ପରୀକ୍ଷକ ପ୍ରଥମେ ପଚାରିଲେ, ତୁମ ନାମ କଣ, ତୁମ ବାପା କଣ କରନ୍ତି ଆଉ ତୁମେଘରେ କିଏ କିଏ ରୁହନ୍ତି ଏଭଳି ପ୍ରଶ୍ନ l

ପ୍ରଥମେ ସୁମନ ଭାବିଲା ଏଭଳି କଣ ପ୍ରଶ୍ନ ପଚାରେ ଯାଏ ନା କଣ l

ସୁମନ କହିଲା ତାର ନାମ, ଆଉ କହିଲା ମୋର ବାପା ଜଣେ କୃଶକ ଆଉ ପରିବାରରେ ବାପା ମା ଭାଇ ଭଉଣି ରୁହନ୍ତି l

ପରୀକ୍ଷକ ଶୁଣି ଟିକିଏ ନିରବ ରହିଲେ, ଆଉ ତାପରେ କହିଲେ ତାହାଲେ ତମ ବାପା ଜଣେ କୃଷକ ଠିକ ଅଛି ତାହାଲେ ତମେ କୁହ ତମେ ହିରୋ ନା ହିରା ?

ସୁମନ କଣ କହିବ କିଛି ଭାବିପାରିଲାନି, ପରେ ଟିକିଏ ସମୟ ପରେ କହିଲା,ଯେତେବେଳେ ମୋର ବାପା ମୋ ପରିଚୟରେ ପରିଚିତ ହେବେ ମାନେ ସମସ୍ତେ କହିବେ ଇଏ ସୁମନର ବାପା ସେତେବେଳେ ମୁଁ ଭାଭିବି ମୁଁ "ଗୋଟିଏ ହିରୋ" ଆଉ ଯେତେବେଳେ ମୋର ବାପା ମୋତେ ନେଇ ଗର୍ବ କରିବେ ସେତେବେଳେ ମୋ ବାପା କହିବେ ମୋ ପୁଅ "ଗୋଟିଏ ହୀରା" ଉତ୍ତର ଶୁଣି ପରୀକ୍ଷକ ବହୁତ ଖୁସି ହେଲେ ଆଉ ତାକୁ ଚାକିରୀଟା ହି ଦେଲେ l ସୁମନ ବହୁତ ଖୁସିରେ ଘରକୁ ଫେରିଲା ଆଉ ତାର ବାପାଙ୍କୁ ସବୁ କଥା କହିଲା l ତାର ବାପା ତାକୁ ଗେଲ କଲେ ଆଉ କହିଲେ " ତୁ ମୋ ହିରୋ ଆଉ ତୁ ମୋ ହୀରା "

ସୁଶାନ୍ତ କୁମାର ପାତ୍ର

ଦରପଦା, ନୟାଗଡ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational