Anita Jena

Tragedy

4.5  

Anita Jena

Tragedy

ଅବାସ୍ତବ ଉଦ୍ଦୀପନା

ଅବାସ୍ତବ ଉଦ୍ଦୀପନା

3 mins
241



  ସାର୍ ସାର୍ ଏଇ ନିଅନ୍ତୁ ଏ ଫାଇଲଟା ଟିକେ ଚେକ୍ କରି ଦିଅନ୍ତୁ, ସାର୍ ସାର୍ ଟିକେ ଜୋରରେ କହିବାରୁ ପ୍ରୟାସର ଭାବନାରେ ଅନ୍ତ ଘଟିଲା, ଆଉ ସେ ଚାହିଁଲା ଅଫିସର କର୍ମଚାରୀ ରାକେଶ କୁମାରକୁ । ପ୍ରୟାସକୁ ଏମିତି ଅନ୍ୟମନସ୍କ ଦେଖି ରାକେଶ କହିଲା ସାର୍ କିଛି ଅସୁବିଧା ହେଇଛି କି ? ଆପଣ ଏମିତି ଅନ୍ୟମନସ୍କ ଅଛନ୍ତି, ମୁଁ ବହୁତ୍ ସମୟ ହେଲାଣି ଏଠିକୁ ଆସି ଆପଣଙ୍କୁ ଡାକୁଛି ହେଲେ ଆପଣ ଶୁଣୁ ନାହାଁନ୍ତି । ଆପଣଙ୍କର ଦେହ ଭଲ ନାହିଁ କି ? ପ୍ରୟାସ କୁହେ ନାଇଁ ନାଇଁ ରାକେଶ ସେମିତି କିଛି ନାହିଁ ମୁଁ ଭଲ ଅଛି, ମୋ ପାଇଁ ଟିକେ ଚାହା ଆଣି ଦେବ । ରାକେଶ କୁହେ ସାର୍ ସମୟ ହେଇଗଲାଣି ଆପଣ କଣ ଘରକୁ ଯିବେନି କି ? ସମସ୍ତେ ଚାଲି ଗଲେଣି ପରା । ପ୍ରୟାସ କୁହେ ଏବେ ନୁହେଁ ତମେ ଯାଇ ଚାହା ଆଣ ମୁଁ ଆଉ ଟିକେ ପରେ ଘରକୁ ଫେରିବି ଏବେ ମୋର କାମ ଅଛି । ରାକେଶ ଚାହା ଆଣିବା ପାଇଁ ବାହାରକୁ ଚାଲିଯିବା ପରେ ପ୍ରୟାସ କୁହେ - କେମିତି କହିବି କାହାକୁ, ଘରକୁ ଯିବାକୁ ମୋର ଟିକେ ବି ଇଚ୍ଛା ନାହିଁ, ନା ଘରେ ଅଛି ଶାନ୍ତି ନା ଆଉ କିଛି । ସବୁବେଳେ ଅଶାନ୍ତିର ଝଡ଼ରେ ମୋର ସବୁ ଧୈର୍ଯ୍ୟ ଭାଙ୍ଗି ଗଲାଣି । ଦି ବର୍ଷ ହେଇ ଗଲା କେବେ ହସିଥିଲି ବୋଲି ଭୁଲି ଗଲିଣି । ବାହାଘରର କିଛି ମାସ ଯାଏଁ ସବୁକିଛି ଠିକ୍ ଥିଲା, ହେଲେ ତା ପରେ ଘରେ ମାଆ ଆଉ ସ୍ତ୍ରୀ ଭିତରେ ଆରମ୍ଭ ହେଇ ଗଲା କଳହ । ଦି ଜଣଙ୍କ ମଝିରେ ରହି ଥକି ଗଲିଣି ମୁଁ । ମାଆ ସ୍ତ୍ରୀଙ୍କ ନାଁରେ ଦୋଷ ଲଦି ଚାଲେ ଆଉ ଅନ୍ୟ ପଟରେ ସ୍ତ୍ରୀ ମାଆଙ୍କ ନାଁରେ । କାହାକୁ କିଛି କହିବା ପାଇଁ ଚେଷ୍ଟା କଲେ ଦୁହେଁ କୁହନ୍ତି ମୁଁ କୁଆଡ଼େ ଜଣଙ୍କର ପକ୍ଷ ନେଉଛି । ଘରେ ପାଦ ରଖୁ ରଖୁ ଦୋଷ, ଭୁଲର ହିସାବ ଖାତା ଖୋଲି ଦେଉଛନ୍ତି ଦି ଜଣ ଯାକ । 

 ଥରେ ସ୍ତ୍ରୀଙ୍କୁ କହିଲି, ଦେଖ ସେ ହଉଛନ୍ତି ମୋର ମା, ବାପା ଚାଲି ଗଲା ପରେ ମାଆ ମତେ ଅନେକ କଷ୍ଟ କରି ବଡ଼ କରିଛି । ତା ଆଡୁ ଯଦି କିଛି ଭୁଲ ରହୁଛି ତାହେଲେ ତମେ ସହି ଯାଉନ କଣ ପାଇଁ ? ଗୋଟିଏ ହାତରେ ତ ତାଳି ବାଜେ ନାହିଁ ନା, ତମେ ଯଦି ଟିକେ ଚୁପ୍ ରହି ଯାନ୍ତ ତାହେଲେ ଏ ସବୁ ହୁଅନ୍ତା ନାହିଁ। ସଙ୍ଗେ ସଙ୍ଗେ ପତ୍ନୀ ରାଗି ଯାଇ କହିଲେ ଓଃ ତାହେଲେ ତମେ କହୁଛ ତମ ମାଆ ଗୋଟା ପଣେ ତୁଳସୀ । ଝଗଡ଼ା ମୁଁ କରୁଛି ନୁହେଁ, ଯଦି ତମେ ଏମିତି ଚାହୁଁଛ ତାହେଲେ ମତେ ନେଇ ଆମ ଘରେ ଛାଡ଼ି ଦେଇ ଆସ ଆଉ ରୁହ ତମ ମାଆଙ୍କ ସହ ଖୁସିରେ । ପତ୍ନୀ ବୁଝିବା ଅବସ୍ଥାରେ ନାହାଁନ୍ତି ବୁଝି ପାରି ପ୍ରୟାସ ଭାବିଲେ ମାଆକୁ କୁହେ ସେ କାଳେ ବୁଝିବ, ପ୍ରୟାସ ମାଆଙ୍କ ପାଖକୁ ଯାଇ କହିଲେ - ମାଆ ମୁଁ ଯେମିତି ତୋର ପୁଅ, ତୋ ବୋହୂ ବି ସେମିତି ତୋ ଝିଅ ପରି । ମୁଁ ମାନୁଛି ସେ ଭୁଲ କରୁଛି ବୋଲି ତୁ କଣ କହୁଛୁ ହେଲେ ଯଦି ତୁ ତା ଭୁଲ୍କୁ ଅଣଦେଖା କରି ଦିଅନ୍ତୁ ତାହେଲେ ଘରେ ସବୁଦିନ ଏମିତି ପରିସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ । ଏତିକି କହୁ କହୁ ମାଆ ଉଠି ପଡିଲେ ଆଉ ନିଜର କିଛି ଲୁଗା ପଟା ବାକ୍ସରେ ପୁରେଇ ବାହାରି ପଡିଲେ, ପ୍ରୟାସକୁ କହିଲେ ଛିଃରେ ପୁଅ ଛିଃ ଏଇଥି ପାଇଁ ତତେ ମୁଁ ପାଳି ପୋଷି ବଡ଼ କରିଥିଲି ନୁହେଁ, ନିଜ ସ୍ତ୍ରୀକୁ ମୁଣ୍ଡରେ ବସେଇ ମାଆକୁ ଚୁପ୍ ରହିବାକୁ କହୁଛୁ । ଏଇ ତୋର ବିଚାର । ବିଚରା ପ୍ରୟାସ ଗୋଡ଼ ଧରି ଭୁଲ ମାଗିଲା ମାଆକୁ । ତା ପରେ ଯାଇ ମାଆ ଜିନିଷ ପତ୍ର ରଖି ଘରେ ରହିବାକୁ ରାଜି ହେଲେ । 

  ବିବାହ ପୂର୍ବରୁ ପ୍ରୟାସ ଭାବିଥିଲେ ଛୋଟ ପରିବାର, ପତ୍ନୀ ଆଉ ମାଆ ସହିତ ଖୁସିରେ ରହିବେ ହେଲେ ତାଙ୍କର ସେ ଖୁସିର ଉଦ୍ଦୀପନା ଏବେ ଧିରେ ଧିରେ ମଉଳିବାରେ ଲାଗିଛି । ଦେଖିଥିବା ସ୍ଵପ୍ନ ଯେ ଅବାସ୍ତବ ଏ କଥା ବୁଝିବାକୁ ଆଉ ବାକି ନାହିଁ । 


...



Rate this content
Log in

Similar oriya story from Tragedy