Amiya Bej

Inspirational

3  

Amiya Bej

Inspirational

ଆୟୁଷ

ଆୟୁଷ

1 min
14.9K


(୧)

- ଜାଣୁ ? ଆମେ ଆଉ ବେଶିଦିନ ଯାଏଁ ନୁହଁ !

- ହେଃ ! ଡରାନା ଏମିତି !

- ଆରେ ନା' ରେ ! ଖାଉନ୍ଦ ବୋହିଲାଣି ହାଟକୁ , ଜାଣିପାରୁନୁ ?

- ଆମେପରା ତା'ର ଗୃହପାଳିତ ?

- ବୋକା । ସେ ଜୀବଶ୍ରେଷ୍ଠ ମଣିଷ। ବିନା ସ୍ୱାର୍ଥ ରେ ନିଜ ପିଲାକୁ ବି ପାଳେନି। ଭିତିରି ଲୋଭଟେ ରଖିଥାଏ।

- ଛେଃ! ଜଙ୍ଗଲ ରେ ହେଲେ ରହିଥାନ୍ତେ ଭଲା ?

- ସେଠି କେଉ ବାଘସିଂହ ଛାଡିଥାନ୍ତେ ଯେ' ?

- ତଥାପି?

- ଏଠି ବରଂ ଆମ ଆୟୁଷଟା ବଡହେବାଯାଏଁ ।

- ଆଉ ମଣିଷ ଆୟୁଷ ଟା' ???

(୨)

ଦୁଷ୍କର୍ମ, ହତ୍ୟା, ଚୋରି, ପୋଡାଜଳା,ବ୍ୟଭିଚାର ଆଦି ସମ୍ବାଦର ଭିଡ ଭିତରେ , ଖବରକାଗଜ କୋଣରେ, ଛୋଟ ଖବରଟିଏ ସେଦିନର ଏୟା ବି ଥିଲା ଯେ -

- ଜାତୀୟ ରାଜପଥ ରେ ମର୍ମନ୍ତୁଦ ଦୁର୍ଘଟଣା। ବ୍ୟବସାୟୀ ସମେତ ଭ୍ୟାନ୍ ଡ୍ରାଇଭର ମୃତ । ଘଟଣାସ୍ଥଳରୁ ସବୁଯାକ ଛେଳିଧରି , ଦୂର୍ବୁତ୍ତ ଚମ୍ପଟ...

■ ଅମିୟ ବେଜ୍


Rate this content
Log in

Similar oriya story from Inspirational