ଆତ୍ମ ସମୀକ୍ଷା
ଆତ୍ମ ସମୀକ୍ଷା
ରୁପେଶ ବସି ବସି କଣ ସବୁ ଭାବୁଥିଲା |ଯୁଦ୍ଧର ବାତାବରଣ ତା ମନକୁ ଭୟଭୀତ କରୁଥିଲା|ଏତେ ସୁନ୍ଦର ପୃଥିବୀ କ୍ଷଣକେ ନଷ୍ଟ ହେଉଥିଲା ତା ଆଖି ଆଗରେ|ପ୍ରତି ଘରେ ଏବେ ଭାତୃଭାବର ଅଭାବ ଦେଖିବାକୁ ମିଳୁଛି| ଏବେ ସେ ଭାବୁଥିଲା ଆମ ସମସ୍ତଙ୍କୁ ଆତ୍ମ ସମୀକ୍ଷା କରିବାର ବେଳ ଆସିଛି।
ଆତ୍ମ ସମୀକ୍ଷା ମାନେ ନିଜ ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବେ ଅନୁଧ୍ୟାନ କରିବା ।ନିଜର କଣକଣ କର୍ତ୍ତବ୍ୟ।ସେ କେତେ ମାତ୍ରାରେ କର୍ତ୍ତବ୍ୟକୁ ତୁଲାଇଛନ୍ତି? ଅନ୍ୟ ପଶୁ ପକ୍ଷୀ ପ୍ରାଣୀ ଜଗତ ପ୍ରତି ତାର କଣ କଣ କର୍ତ୍ତବ୍ୟ ରହିଛି।ନିଜ, ପର ସଂପର୍କ ସହ ସେ ଠିକ ଦାୟିତ୍ବ ତୁଲାଉଛିକି ନାହିଁ?ଭଗବତ୍ ବିଶ୍ବାସ ରଖି ସେ ଦୟାକ୍ଷମା ଆଚରଣ କରୁଛିକି ନାହି? ଗୁରୁଜନଙ୍କ ସମ୍ମାନ ସେବା ଓ ଲଘୁଜନଙ୍କ ଦେଖା ରେଖାରେ କମି ତ କରୁନାହିଁ।ଏମିତି ଅନେକ କଥା ନିଜକୁ ପଚାରିବାର ଅଛି।ଉତ୍ତମ ଭୋଜନ ଉତ୍ତମ ଚିନ୍ତନ,ଉତ୍ତମ ଚରିତ୍ରଓ ନିଜ ସଂସ୍କାରର ପାଳନ କରିବା ତାର ନିହାତି କର୍ତ୍ତବ୍ୟ।
ହେଲେ ଆଜିର ଜିବନଶୈଳୀ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ପ୍ରଭାବିତ ହେଇଯାଉଛି।ଜନ୍ମଦିନ କେକ କଟା ହେଉ ବିବାହ ବାର୍ଷିକି କି ଭଲେନଟାଇନ ସପ୍ତାହ ସବୁ ବିଦେଶୀ ସଭ୍ୟତାର ପ୍ରଭାବରେ ପାଳିତ ହେଉଛି। ବୃଦ୍ଧ ପିତାମାତାଙ୍କୁ ଯରାଶ୍ରମରେ ରଖିବାର ଚଳଣୀ ମଧ୍ୟ ବିଦେଶ ସଂସ୍କୃୃତିର ପ୍ରଭାବରେଏବେ ଭାରତରେ ବ୍ୟାପିବାରେ ଲାଗିଛି।
ମଣିଷ ଯାନ୍ତ୍ରିକ ବନିବା ସହିତ ନିଜର ମାନବିକତା ଗୁଣ ଗୁଡିକ ଭୂଲିବାରେ ଲାଗିଛି।କେବଳ ନିଜ ପରିବାର ବିଷୟରେ ଭାବୁଛି।ସ୍ବାର୍ଥପରତାର ବଶବର୍ତ୍ତୀ ହେଇ ସବୁ ଜନିିଷକୁ ଅର୍ଥସହ ତୁଳନା କରୁଛି। ନିଶାଗ୍ରସ୍ତ ହେଉଛି ଆଜିର ଯୁବ ସମାଜ।ଡ୍ରଗ୍ସ ମଦ ଅଫିମ ଆଦିର ଶିକାରହେଇ ନିଜ ବୁଦ୍ଧିବୃତ୍ତି ନଷ୍ଟ କରୁଛି। ପ୍ରକୃତ ପ୍ରେମ କଣ ଭୂଲିଯାଇ ଯୌନ କାମନାକୁ ପ୍ରେମ ବୋଲି ଭାବିନେଇଛି।ଦୁଇଦିନର ସୁଖ ଲୁଟିବାପରେ ସମନ୍ଧ ଭାଙ୍ଗି ଯାଉଛି ଛାଡପତ୍ର ବଢିବାରେ ଲାଗିଛି।ଅନେକ ଅବୈଧ ସନ୍ତାନ ରାସ୍ତାକଡରୁ ମିଳୁଛନ୍ତି।ସାତଜନ୍ମର ବୈବାହିକ ସଂପର୍କ ଆଜି ଖେଲଣା ବନି ଯଇଛି ପାଶ୍ଚାତ୍ୟ ପ୍ରଭାବରେ।ଆଜିର ଯୁବ ସମାଜ ଆଧୁନିକତାର ଆଡନେଇ ନିଜ ଦାୟିତ୍ବଠୁ ମୁହଁ ମୋଡି ନେଉଛି।ବୁଢା ବାପା ମାଆ ଭାଇଭଉଣୀ ଦୂରେଇ ଯାଉଛନ୍ତି।ତା ତୁଳନାରେ ଶଶୁରଘର ପରିବାର ନିଜର ହେଉଛନ୍ତି। ଆଜିର ମଣିଷ ପ୍ରକୃତିକୁ ନଷ୍ଟ କରିବାରେ ଲାଗିଛି। ଗଛଲତା କାଟି ଲଣ୍ଡା କରିଦେଲାଣି। ପଶୁପକ୍ଷୀ ବାସହରା ହେଇ ସହର ମୁହାଁ ହେଉଛନ୍ତି। ଅନେକ ପ୍ରଜାତି ଲୁପ୍ତ ହେବାକୁ ବସିଲେଣି। ଘରଚଟିଆ ବାଦୁଡି ମୟୁର ଏମିତି ଅନେକ ପଶୁପକ୍ଷୀ ବିଷାକ୍ତ ଫସଲ ଖାଇ ମରିଗଲେଣି। ଫସଲରେ କୀଟନାସକ ଔଷଧ ଦେବାଫଳରେ ଅନେକ କୀଟ ପତଙ୍ଗ ଜିଆ ମରି ଯାଉଛନ୍ତି। ସବୁ ଜୀବ ଯନ୍ତୁ ପ୍ରକୃତିର କିଛି ନା କିଛି କାମରେ ଆସନ୍ତି। ହେଲେ ମଣିଷ ଅନ୍ୟମାନଙ୍କୁ ଅଦରକାରି ଭାବି ନଷ୍ଟକରି ଚାଲିଛି।ଏବେ ସମୟ ଆସିଛି ମଣିଷକୁ ଆତ୍ମ ସମୀକ୍ଷା କରିବାର ଅଛି।ସେ କଣ ଯାହା କରୁଛି ସଭିଙ୍କ ପାଇଁ ଶୁଭଙ୍କର।
ତାକୁ ସ୍ନେହ ପ୍ରେମ ଭଲପାଇବା ସାହାଯ୍ୟ କରିବା ମନୋବୃତ୍ତିକୁ ଆପଣାଇବାର ଆବଶ୍ୟକତା ଅଛି।ପୃଥିବୀକୁ ସୁନ୍ଦର କରିବାର ଅଛି|ଯୁଦ୍ଧଖୋର ମନୋଭାବକୁ ଛାଡି ଭାତୃତ୍ୱ ଭାବ ରଖିବାକୁ ହେବ ଅନ୍ୟ ଦେଶମାନଙ୍କ ସହିତ|ଯୁଦ୍ଧ ହେଉଛି ସୁନ୍ଦର ପ୍ରକୃତିର ବିନାଶର କାରଣ|ପ୍ରକୃତିକୁ ଆମକୁ କୌଣସି ମତେ ବଞ୍ଚାଇ ରଖିବାକୁ ପଡିବ| ପ୍ରତି ଦେଶରେ ଶାନ୍ତି ରହିଲେ ଯାଇ ବିକାଶ ହେବ|ଯୁଦ୍ଧ ଏକ ସଭ୍ୟତାକୁ ଦଶବର୍ଷ ପଛକୁ ଘୋସାରି ନେଇଯାଏ|ସେ କଥା ପ୍ରତି ଦେଶର ଲୋକ ଭାବିବା ଉଚିତ।ସନ୍ତୁଳିତ କରି ରଖିବାକୁ ପଡିବ ସୃଷ୍ଟିକୁ।ଗୃହରୁ ଆରମ୍ଭକରି ଦେଶ, ବିଶ୍ବ ପର୍ଯ୍ୟନ୍ତ ଶାନ୍ତି ପ୍ରତିଷ୍ଠା କରିବାର ଅଛି।ସମସ୍ତଙ୍କ ଧ୍ୟାନଦେଇ ଯତ୍ନ ନେବାର ଅଛି।ସଂପର୍କ ମାନଙ୍କୁ ଉତ୍ତମ ସମ୍ମାନ ଓ ପ୍ରେମ ଦେବା ଆବଶ୍ୟକତା ଅଛି।ତା ଫଳରେ ସମସ୍ତଙ୍କ ମନରେ ଖୁସି ଜନ୍ମିବ ।ଜୀବେ ଦୟା ମହାମନ୍ତ୍ରରେ ଉଦ୍ବୁଦ୍ଧ ହେଇ ବିଶ୍ବକୁ ମଧୁମୟ କରି ଗଢିବାକୁ ପଡିବ।ଆତ୍ମସମିକ୍ଷା ମଣିଷକୁ ଉତ୍ତମ ପଥ ପ୍ରଦର୍ଶିତ କରିଥାଏ ମଣିଷ ଭୂଲରାସ୍ତାରେ ଯାଉଥିଲେ ସୁଧୁରିଯାଏ।
