ଆର୍ତ୍ତ ବିଳାପ
ଆର୍ତ୍ତ ବିଳାପ
ରାତି ଯେତିକି ଗଭୀର ହେବ ସେତିକି କରୁଣ ହେବ ତା'ସ୍ବର।ଯେଉଁ ଦିନ ଦୋକାନ ବନ୍ଦ କରି ଦୋକାନୀ ଟିଏ
ଡେରିରେ ଘର କୁ ଫେରେ ସେଇଦିନ ସେଇ
ଭୟାର୍ତ୍ତ ସ୍ବର ଶୁଣିବା କ୍ଷଣି ଦ୍ରୁତ ଗତିରେ ସେଠାରୁ ପଳାୟନ କରେ।ଶୁଣିଛି ଅଳ୍ପ ଦୂରରେ ଥିବା କବର ଖାନ୍ନା ରୁ ସେଇ ସ୍ବର ଭାସି ଆସୁଛି। ଯାହାକୁ ପଚାରିଲେ ବି ସେ କହେ "ଏଇଟା ଗୋଟେ ଭୌତିକ କାଣ୍ଡ।କେତେ ରୋଚକ କାହାଣୀ ଏହାକୁ ନେଇ। ଏଇ ନିକଟରେ ଗୋଟେ କବର ଖାନ୍ନା ଅଛି। ସେଠି ଗୋଟେ ଭୂତୁଣୀ ଅଛି। ସେ ସବୁବେଳେ କିରି କିରି ହୋଇ ହସୁଥାଏ; ଆର୍ତ୍ତ ନାଦ ବି କରୁ ଥାଏ।
ଅଧିକାଂଶ ଲୋକ ଏଇଟାକୁ ମନ ଗଢା ଗପ କହି, ହସରେ ଉଡେଇ ଦିଅନ୍ତି
କିନ୍ତୁ ଶୁଭ୍ରାଂଶୁ ଏହାକୁ ଗୁଲି ଗପ ନ ଭାବି ସେଇ ପ୍ରେତାତ୍ମା ର ଆର୍ତ୍ତ ଚିତ୍କାର ର ପଛରେ ଥିବା କଥାବସ୍ତୁ
ଚେର କେତେ ଦୂର ଲମ୍ବିଛି ଜାଣିବାର ଉତ୍କଣ୍ଠା ତ୍ୟାଗ କରି ପାରୁ ନ ଥିଲା।
କେହି କେହି କହୁଥିଲେ ସେମାନଙ୍କର କୌଣସି ଆକାର ନାହିଁ। କେତେବେଳେ ବାଷ୍ପ, ଆଉ କେତେବେଳେ ଧୂଆଁ ପରି ଦେଖା ଯାଆନ୍ତି। ସେ ଯୁକ୍ତି କରୁଥିଲା ଯଦି ପୁନର୍ଜନ୍ମ ଅଛି , ଆତ୍ମା ର ମୃତ୍ୟୁ ନାହିଁ ତାହେଲେ ସେଇଟି ରହେ କୋଉଠି ; ତା'ପାଇଁ କ'ଣ ବିଶ୍ରାମ ଗୃହ ଅଛି, ଯୋଉଠି ସେଇ ସୂକ୍ଷ୍ମ ଆତ୍ମା ବିଚାର ଶେଷ ହେବା ଠାରୁ ନୂତନ ଯୋନି ପାଇବା ପାଇଁ ଅପେକ୍ଷା କରେ? କତିପୟ ବ୍ୟକ୍ତିଙ୍କୁ ଛାଡିଦେଲେ ଆକାଶ କୁସୁମ ପରି ଅସୁମାରି କାମନା ଓ ଅଭିପ୍ରାୟ ପଛରେ ଅଣନିଃଶ୍ବାସୀ ହୋଇ ଦ୍ରୁତ ଗତି ରେ ଧାଇଁ ଧାଇଁ କେତେବେଳେ ପ୍ରାଣ ବାୟୁ ଉଡିଯାଏ ଏଇ ମଣିଷ ର । ଅତୃପ୍ତ ଆତ୍ମା ପ୍ରେତାତ୍ମା ହୋଇ ଘୁରି ବୁଲେ। ଆତ୍ମା, ପରମାତ୍ମା,ଅତୃପ୍ତ ଆତ୍ମା ସମ୍ବନ୍ଧ ରେ ଲେଖା ହେଉ ଥିବା କାହାଣୀ( 'ଏକ ହଜାର ଏକ ରାତିର କାହାଣୀ'ରେ, 'ସେକେସ ପିଅର ଙ୍କ ମ୍ୟାକ୍ ବେଥ୍,ହୋମର ଙ୍କର 'ଓଡିଶି ଏହିପରି ବିଭିନ୍ନ ଲେଖକଙ୍କ କାହାଣୀ ଆଧାରର ରେ ସେ ଏଇ ସିଦ୍ଧାନ୍ତ ରେ ଉପନୀତ ହୁଏ ଅପମୃତ୍ୟୁ ଭୋଗୁଥିବା ମଣିଷ ପୃଥିବୀ ର ବାୟୁ ମଣ୍ଡଳ ଛାଡି ଅନ୍ୟତ୍ର ଯାଇ ପାରେ ନାହିଁ।
ନିଝୁମ ରାତିରେ କବର ଖାନ୍ନା ର ଆର୍ତ୍ତ ଚିତ୍କାର ପୁଣି ଏକ ଝିଅ ର ! ଶୁଭ୍ରାଂଶୁ ର ଘର ଯେଉଁ ମହଲାରେ ସେଠି ଅଧିକାଂଶ ମୁସଲିମ ।
ହୋଇଥାଇ ପାରେ ସେଇ ଝିଅଟା ବି ସେଇ ସମ୍ପ୍ରଦାୟ ର ।
ୟା ପଛରେ ଏକ ବଳିଷ୍ଠ ପ୍ରେମ କାହାଣୀ ଥାଇ ପାରେ ବୋଲି ସେ ଭାବୁଥିଲା ।
ପ୍ରେତାତ୍ମା ପ୍ରତ୍ୟେକ ରାତିରେ ପ୍ରଳାପ କରେ ନାହିଁ। ସୁତରାଂ,ଏହାକୁ ମିଛ ଭାବିବା ସ୍ବାଭାବିକ।
ବହେ ମାନସିକ ବ୍ୟାୟାମ ପରେ,ଏଥିପାଇଁ ଜଣେ ମୁସଲିମ ଯୁବକର ସହାୟତା ନେବ, ଏହି ବିଚାର ରେ ଉପନୀତ ହୋଇ ଶୁଭ୍ରାଂଶୁ, ଜଣେ ଜଣା ଶୁଣା ମୁସଲିମ ବନ୍ଧୁ ସୟିଦ ଅଖ ତର ପାଖରେ ପହଞ୍ଚି ବିକଟାଳ ନାଦ ବାହାରୁଥିବା ସେଇ ସମାଧି ପାଖ କୁ ଯିବାକୁ ତାକୁ ଅନୁରୋଧ କଲା। ସେ ତା'ର ଅନୁରୋଧ କୁ ପ୍ରତ୍ୟାଖ୍ୟାନ କଲା ଏବଂ ଭୂତ ପ୍ରେତ କୁ ସେ ବିଶ୍ଵାସ କରେ ନାହିଁ ବୋଲି କହିଲା।
ଶୁଭ୍ରାଂଶୁ ପଚାରିଲା," ତୁମେ ବିଶ୍ଵାସ କର କି ନ କର , ମୁଁ ବିଶ୍ଵାସ କରେ।ମୋ ସାଙ୍ଗରେ ଗଲେ ଅସୁବିଧା କ'ଣ? ଦିନରେ ଯିବା । ଡର ଲାଗୁଛି? ମୁଁ ତମ ସାଙ୍ଗରେ ଯିବି ପରା ?"
ଶୁଭ୍ରାଂଶୁ ର ସନ୍ଦେହ ହେଉଥିଲା, ତା'ର "ନା" କରିବା ପଛରେ କିଛି କାରଣ ଅଛି କି!
ବହୁତ କଷ୍ଟରେ ରାଜି ହୋଇ ତା'ସାଙ୍ଗରେ ସେଇ କବର ସ୍ଥାନ କୁ ଯାଇ ଥିଲା ସୟିଦ । କବର ଗୁଡିକୁ ନିରୀକ୍ଷଣ କରୁ କରୁ ଗୋଟିଏ ଜାଗା ରେ ଛିଡା ହୋଇ ଶୁଭ୍ରାଂଶୁ ଏକ ସମାଧି ଆଡକୁ ଆଙ୍ଗୁଠି ବଢ଼େଇ ପଚାରିଲା ,"କ'ଣ ଲେଖା ହୋଇଛି ଉର୍ଦ୍ଦୁ ରେ?"
"ଅନାରକଲି ।" ସଂକ୍ଷିପ୍ତ ଉତ୍ତର ରଖିଲା ସୟିଦ ।ନାଁ ଟା ଉଚ୍ଚାରଣ କରୁ କରୁ ତା'କଣ୍ଠ ଥରି ଉଠିଥିଲା। ଆଖି ଯୋଡାକ ଆର୍ଦ୍ର ହୋଇ ଯାଇ ଥିଲା। ସମ୍ଭବତଃ,ସେ ତା' ଭାବ ପ୍ରବଣତା ଲୁଚେଇ ବାକୁ ଚେଷ୍ଟା କରି ବିଫଳ ହୋଇ ଥିଲା।ଏତଦ୍ବାରା ତା'ପ୍ରତି ୟାର ସନ୍ଦେହ ଦୃଢ଼ୀକରଣ କରିଥିଲା।କିନ୍ତୁ ଏ ଅନାରକଲି ରାଜପୁତ୍ର ସଲିମ ର ପ୍ରେମିକା ନୁହେଁ_ ଇଏ ସୟିଦ ର !
ଦୁଇ ଜଣ ଯାକ କବର ସ୍ଥାନ ଛାଡି ପଳେଇ ଆସିଥିଲେ। ସେଇ ଦିନ ଠାରୁ ଶୁଭ୍ରାଂଶୁ ଛାଇ ପରି ସୟିଦ ପଛ ଛାଡୁ ନ ଥିଲା।କିଛି ସୁରାକ ମିଳିପାରେ ଭାବି ତା' ଘର ଆଗରେ ଚକର ମାରୁଥିଲା।
ଗୋଟିଏ ଦିନ,ଜଣେ ଲୋକ ସାଇକେଲ ରେ ଯାଉ ଯାଉ ଓହ୍ଲେଇ ପଡି ତାକୁ ପଚାରିଲା,"ତମର ଏଠି କାମ କ'ଣ? କେଇ ବାର ଦେଖୁଛି ସୟିଦ ଘର ଆଗରେ ଚକର କାଟୁଛ; ତା'ପାଖରେ ଯଦି କିଛି କାମ ଅଛି ତାଙ୍କ ଘରକୁ ଯାଇ ତାକୁ ଦେଖା କରୁନ?"
"ତମେ ୟାକୁ କିପରି ଭାବରେ ଜାଣ?ଟୋକା ଟି କେମିତି?"
"ହଁ, ଭଦ୍ର,ମାର୍ଜିତ। ଶିକ୍ଷିତ। ଧନୀ ଘରର ପିଲା।
କିନ୍ତୁ ଦୁଃଖୀ ଦୁଃଖୀ ଲାଗେ।"
ଲୋକଟି ସାଇକେଲ ରେ ଉଠୁ ଉଠୁ
ତାକୁ ପଚାରିଲା,"ଦୁଃଖୀ ଦୁଃଖୀ ଲାଗେ? ତା'ର କି ଦୁଃଖ ଥିବ ବୋଲି ତମେ ଭାବୁଛ? ଏ ବାବଦରେ ମତେ କିଛି ସାହାଯ୍ୟ କରି ପାରିବ?"
"କେତେବେଳେ ସମୟ ବାହାର କରି ସଂଧ୍ୟା ବେଳେ ଏଇ ବଜାର କୁ ଆସ। ଯେତିକି ଜାଣିଛି କହିବି।"
"ତୁମ ନାଁ?" ପ୍ରଶ୍ନ ଟି ର ଉତ୍ତର କୁ ଅପେକ୍ଷା କଲା ଶୁଭ୍ରାଂଶୁ।
",ଦରଜୀ ସୁଲେମାନ ନାଁ ଯାହାକୁ ପଚାରିଲେ ବି ସେ କହିଦେବ"
ଏଚ.ଡି.ଏଫ.ସି. ବ୍ୟାଙ୍କ ର ଆସିଷ୍ଟାଣ୍ଟ ମ୍ୟାନେଜର ଶୁଭ୍ରାଂଶୁ। ଘରକୁ ଫେରୁ ଫେରୁ ଡେରି ହୋଇ ଯାଏ_ ପାଖା ପାଖି ରାତି ସାଡେ ନ। କେବଳ ରବିବାର ବ୍ୟତୀତ ଅନ୍ୟ କୋଉ ଦିନ ଫୁରସତ ନ ଥାଏ। ଥରେ ଦି'ଥର ରବିବାର ସଂଧ୍ୟା ରେ ଆସି ଦେଖେ ସୁଲେମାନ ଦୋକାନ ରେ ତାଲା ପଡିଛି । ପାଖ ପାନ ଦୋକାନ କି ପଚାରେ,"ଭାଇ, ସୁଲେମାନ ଦୋକାନ କେତେବେଳେ ଖୋଲା ଥାଏ?"
"କୋଉ ସୁଲେମାନ?"
"କେତେ ଜଣ ସୁଲେମାନ ଅଛନ୍ତି କି?"
ଜଣେ ତାନ୍ତ୍ରିକ ଆଉ ଜଣେ ...."
"ଦରଜୀ?"
"ନାଇଁ, ସେଇ ଜଣକ ଦି'ଜଣ।"
"ତମ କହିବାର ମାନେ କ'ଣ!" ବିସ୍ମୟ ବିମୂଢ ହୋଇ ପଚାରିଲା ଶୁଭ୍ରାଂଶୁ।
"ସେ ତନ୍ତ୍ର କାମ କରୁଥିବାବେଳେ ସଲ ମିଆଁ ହୋଇଯାଏ। ହିନ୍ଦୁ ଭୂତ ଙ୍କ ଠାରୁ ପଠାଣ ଭୂତ ବେଶୀ ଭୟଙ୍କର ।ଯାହାକୁ ପଠାଣ ଭୂତ ସବାର ହୋଇଥାଏ ସହଜରେ ତାକୁ ଛାଡି ଯାଏ ନାହିଁ। ସେତେବେଳେ ସଲ ମିଆଁ ର ଦରକାର ପଡେ। ଲୋକ ମାନଙ୍କ ଠାରୁ ଯାହା ଶୁଣୁଛି ତାହା କହୁଛି।
"ସେମିତି ଏକ ଭୂତ ଘଟିତ ପ୍ରସଙ୍ଗ କୁ ନେଇ ମୁଁ ସଲ କୁ, ଦେଖା କରିବାକୁ ଚାହେଁ। କିନ୍ତୁ ସଲ କିଏ, ଆଉ ସୁଲେମାନ କିଏ ମୁଁ ଜାଣିବି କେମିତି ? "
"ତମେ ଏମିତି ସୟିଦ ଘର ଆଗରେ ବୁଲା ଚଲା କରୁ ଥାଅ, ତା'ସହିତ ଆଉ ଦିନେ ଦେଖାହେଲେ ତାକୁ ପଚାରିବ,"ତୁମେ ସୁଲେମାନ କି ସଲ। ତାପରେ ଯାହା ସବୁ ହେବ ନିଜେ ବୁଝି ପାରିବ।"
ଶୁଭ୍ରାଂଶୁ ଗୋଲକ ଧନ୍ଦା ଭିତରେ ପଶି ଯାଇଥିଲା। କାହାକୁ ବିଶ୍ଵାସ କରିବ ନ କରିବ ଭିତରେ ଘୁରି ବୁଲୁ ଥିଲା । ପ୍ରତ୍ୟେକ ଗୋଟିଏ ଗୋଟିଏ ଅଦ୍ଭୂତ ଚରିତ୍ର।
ବ୍ୟାଙ୍କ କୁ ଯିବ ଆଉ ଆସିବ; ତାପରେ ଭୂତ ପିଶାଚ ସମ୍ବଳିତ ବହି ପଢିବ, ସୁଲେମାନ କୁ ଖୋଜିବ_ୟା ବ୍ୟତୀତ ଅନ୍ୟ କିଛି କାମ ନ ଥିଲା ତା'ର।
ଆଉ ଦିନେ ବଜାର ଆଡକୁ ଯିବାବେଳେ ଦେଖା ହେଲା ସୟିଦ। ତାକୁ ଦେଖି ସେ ତଡି ଯାଉଥିଲା।
ଶୁଭ୍ରାଂଶୁ ପଛରୁ ଡାକିଲା,"ସୟିଦ....ଦୁଇ ଲାଗିଲାଣି କି, ଏମିତି ଦଉଡ଼ି ଚାଲିଛ ଯେ ?ରୁହ କଥା ଅଛି।"
"ମୋ ସାଙ୍ଗରେ କି କଥା ? ମୁଁ ଆସୁଛି।"
"ହଉ ଚାଲ ଚା'ପିଇବା , ନହେଲେ କଫି _ ତମେ ଯାହା ଚାହିଁବ ।"
ତା'ପଛେ ପଛେ ଚାଲିଲା ଶୁଭ୍ରାଂଶୁ। ବଜାର ପହଞ୍ଚୁ ପହଞ୍ଚୁ ଖସି ପଳେଇ ଯିବାକୁ ଚେଷ୍ଟା କରୁଥିଲା ସୟିଦ।
ସେ କହିଲା,"ଚା'ଦୋକାନ ସାମନା ରେ, ଗଳି ଭିତରେ ନୁହେଁ।"
ସିଏ ଏତେ ନର୍ଭସ ଲାଗୁଥିଲା ଯେ, ଶୁଭ୍ରାଂଶୁ କୁ ଆଉ ବୁଝିବାକୁ ବାକି ନ ଥିଲା, ସୟିଦ ହିଁ ନାଟକ ର ମୁଖ୍ୟ ଚରିତ୍ର।
ଜିଭ ପୋଡି ଯାଉ ବରଂ ଜଲଦି ଜଲଦି ଚା' ପିଇ ଚାଲିଥିଲା ସୟିଦ। ଏଇ ମଉକା ଛାଡିଦେଲେ ମିଳିବନି ଭାବି ସେ ତାକୁ ପଚାରିଲା,"ସୟିଦ, ତୁମେ ସୁଲେମାନ କୁ ଚିହ୍ନ? "
ତା' ନାଁ ଶୁଣୁ ଶୁଣୁ ତା' ମୁହଁ ଟା ଶୁଖି ଯାଇ ଥିଲା। ସେ ଚା'କପ୍ ଟା ନ ଧୋଇ, ରଖି ଦେଇ ପଳେଇ ଯିବା ବେଳେ ଦୋକାନୀ ଅନାମ
ଡାକି କହିଲା,"ଚା' କପ୍ ଟା ଧୋଇ ଦେଇ ଯା।"
ରହିବ କି ପଳେଇ ଯିବ ଏହା ଠିକ୍ କରି ନ ପାରି ,ଠିଆ ହୋଇ ଯିବା ବେଳକୁ, ତା' ସାମନା କୁ ଚାଲି ଆସି ଶୁଭ୍ରାଂଶୁ କହିଲା,"ମୁଁ କିଛି ଅନୁମାନ କରି ସାରିଛି; ତମେ ମତେ ସବୁ ଖୋଲି ନ କହିବା ଯାଏ ତମକୁ ମୁଁ ଛାଡୁନି ।କୁହ ସେ ସୁଲେମାନ କିଏ ? ତା' ନାଁ ଶୁଣୁ ଶୁଣୁ ଚିହିଁକି ଗଲ କାହିଁକି ?"
"ସଲ ମିଆଁ ସୁଲେମାନ ଜଣେ କି ଦି'ଜଣ? ମତେ କହିବ ନା ପୁଲିସ କୁ "
ସଂପୂର୍ଣ୍ଣ ଭାବରେ ପରାହତ ହୋଇ ପଡି ଭୟାତୁର ସୟିଦ ତା'ହାତ ଧରି ପକେଇ କହିଲା ,"ମୁଁ ସବୁ କହିବି,ମତେ ବଞ୍ଚାଅ । ପୁଲିସ କୁ କୁହନି ।"
ଏତେ ସହଜରେ ଯେ ସୟିଦ ଆତ୍ମ ସମର୍ପଣ କରିଦେବ ଶୁଭ୍ରାଂଶୁ ତାହା କଳ୍ପନା କରି ନଥିଲା । ସେ ତାକୁ ନିକଟରେ ଥିବା ଏକ ପରିତ୍ୟକ୍ତ କୋଠା କୁ ନେଇ ଯାଇ ଏକ ଅର୍ଦ୍ଧ ଭଗ୍ନ ବେଞ୍ଚ ରେ ବସିବାକୁ କହିଥିଲା।
ଚାରିଆଡେ ଚେମଚେଟା ଉଡି ବୁଲୁଥିଲେ । ବୁଢିଆଣୀ ବସା ବାନ୍ଧି ଥିଲେ। ମୂଷା ଚୁଚୁନ୍ଦ୍ରା ମାନେ କ୍ଷିପ୍ର ଗତିରେ ଇଆଡେ ସିଆଡେ ହେଉଥିଲେ। କୋଠା ଭିତରକୁ ଚାହିଁଲେ ସ୍ବତଃ ଭୟ ମାଡି ବସୁଥିଲା।
ଏଇ ଭଳି ଏକ ପରିବେଶ କୁ ସୟିଦ ତାକୁ ଡାକି ଆଣିଥିଲା କାହିଁକି ସେ ତା'ର ମୂଳ ଚୂଳ ପାଉ ନ ଥିଲା।
ଗଳା ଝାଡି ଏକ ଶୋକାର୍ତ୍ତ କାହାଣୀ ଆରମ୍ଭ କଲା ସୟିଦ।
"ଅନିତା ମୋର ଦୁଇ ବର୍ଷ ଜୁନିୟର ଥିଲା। ଆମ ବସ୍ତିର ଶେଷ ମୁଣ୍ଡ ରେ ତା'ଘର। ତା' ରୂପ,ଜ୍ଞାନ, ଗରିମା; କୋଉଟା ରେ ସେ କମ୍ ନ ଥିଲା।ଜଣେ ଧନୀ ଘର ର ଝିଅ ବୋଲି ତା'ର ଗର୍ବ ନଥିଲା। ତା'ବାପା ଆମ ଅଞ୍ଚଳ ରେ ଜଣେ କ୍ଷମତା ସମ୍ପନ୍ନ ଲୋକ ଥିଲେ। ତାଙ୍କ ଆଜ୍ଞାରେ ହରିଣ ବାଘ ଗୋଟିଏ ତୁଠରେ ପାଣି ପିଉ ଥିଲେ। ମୋ ବାବା ତାଙ୍କର ଖାସ ଦୋସ୍ତ ଥିଲେ । ଆମେ ପରଷ୍ପର ଘରକୁ ଯିବା ଆସିବା କରୁଥିଲେ ।ମୁଁ ଯୋଉ ଦିନ ପ୍ରଥମେ ତାଙ୍କ ଘରକୁ ଗଲି, କବାଟ ଖୋଲିଲା ଅନିତା।ଅଭିଭୂତ ହୋଇ ପଡ଼ିଥିଲି ତା' ଶୋଭା ସମ୍ପଦ ରେ। ତାକୁ ପାଇ ବା ପାଇଁ ପାଗଳ ହୋଇ ଯାଇଥିଲି। ଜାତିବାଦ ଯୋଗୁ ମୁଁ ବେଶୀ ପୀଡିତ ହୋଇଥିଲି। ଅନିତା କୁ ମୁଁ ଯେତେ ଦେଖୁଥିଲି ତାକୁ ପାଇବାର ନିଶା ସେତେ ବଢି ଯାଇଥିଲା। ମୁଁ ଭାବିଲି ଜାତି ତ ବଦଳେଇବାକୁ ମୁଁ ହିନ୍ଦୁ ହୋଇ ଯାଏ ନହେଲେ ସିଏ ମୁସଲିମ।କିନ୍ତୁ ପ୍ରଥମ କଥା ହେଲା ଜଣେ ଝିଅ କୁ ପ୍ରଲୁବ୍ଧ କରିବାକୁ ହେଲେ ପଦ ପଦବୀ ନହେଲେ ଶିକ୍ଷାଗତ ଏବଂ ଆର୍ଥିକ ଯୋଗ୍ୟତା ଥିବା ଜରୁରୀ। ସେ ନିଃଶ୍ଵାସ ମାରିଲା। ଦମ ନେଲା କିଛି ସମୟ।
ପୁଣି ଆରମ୍ଭ କଲା,"ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀ ରେ ପାଶ ଆଉଟ୍ ହେବା ପରେ ଆଇ. ଏ.ଏସ. ଦେଇ ପାଇଗଲି। ଭାବିଲି ସଂଖ୍ୟାଲଘୁ କୋଟା ରେ ଚାକିରି ପାଇ ଯିବି କିନ୍ତୁ ତାକୁ ମୋର
ନିଜର କରି ସାରିବା ପରେ।
ଖବର କାଗଜ ପଢି ଅନିତା ମତେ "ବଧାଇ ହୋ",କହିଥିଲା
ଏଇ ମଉକା ରେ ମୁଁ ତାକୁ ପଚାରିଲି,"ଏତିକି କ'ଣ ଯଥେଷ୍ଟ ?"
"ନହେଲେ ପଞ୍ଚ ତାରକା ହୋଟେଲ ରେ ପାର୍ଟି ଦେବି? ଯାହା କହିବ।ଆରେ ହଁ ଗୋଟେ ଖୁସି ଖବର।"
"ଖୁସି ଖବର, କ'ଣ?"
"ମୋ ବିଭାଘର ଠିକ୍ ହୋଇ ଯାଇଛି। ସିଏ ତା'ପିତା ମାତା ଙ୍କ ର ଗୋଟିଏ ସନ୍ତାନ। ପ୍ରଶାସନିକ ସେବା,୧୯୯୭ ବ୍ୟାଚ୍। ଏବେ ଟ୍ରେନିଂ ରେ ଅଛି। ସେ ଫେରିଲେ ହାତ ଗଣ୍ଠି ପଡିବ।"
"ସେତେବେଳେ ମୁଁ ହିତାହିତ ଜ୍ଞାନ ଭୁଲି ଯାଇ,ଟେବୁଲ ୱେଟ୍ ଟାକୁ ଫିଙ୍ଗି ଝରକା କାଚ ଟାକୁ ଭାଙ୍ଗି ଦେଇଥିଲି।ଭାବିଲି ଏଇଟା ମୁଁ କେବେ କରିବାକୁ ଦେବିନି।ଏଥି ପାଇଁ ତ ଗୁଡାଏ କଣ୍ଟା ସଫା କରିବାକୁ ପଡିବ।ସେଥିପାଇଁ ସାହସ ଦରକାର। ରାତି ପରେ ରାତି ବିତି ଯାଇଥିଲା,ମୁଁ ଶୋଇ ପାରୁ ନ ଥିଲି। ପ୍ରଥମ କଣ୍ଟା ଅନିତା କୁ ବିବାହ କରିବାକୁ ଯାଉଥିବା ପୁରୁଷ । ମୁଦି ପିନ୍ଧା ସରି ଯାଇଥିଲେ ବି, ଯୋଡି ମହୁରୀ ବାଜିବା ଲାଗି ସମୟ ଅଛି।
କ'ଣ କରିବି ନ କରିବି ଚିନ୍ତାଗ୍ରସ୍ତ ଥିବା ବେଳେ ସୁଲେମାନ ସାଙ୍ଗରେ ଦେଖା ହୋଇ ଥିଲା।ତାକୁ ମୁଁ ବିସ୍ତୃତ ଭାବେ ସବୁ କହି ତା'ଠାରୁ ମତାମତ ଚାହିଁଲି। ସେ ଗୋଟେ ଜଘନ୍ୟ ପ୍ରସ୍ତାବ ଦେଲା।"ଅନିତାର ହେବାକୁ ଯାଉଥିବା ବରକୁ ରାସ୍ତାରୁ ହଟାଇ ଦିଅ।"
"ହତ୍ୟା!"
"ଏତେ ବୋକା?" ହସି ହସି କହିଲା ସୁଲେମାନ।"ତାକୁ କହିବ ଅନିତା ସହିତ ତୁମର ଲଗ୍ନ ଧରା ସରି ଯାଇଛି।ଏତିକି କାମ କରି ସାରି ମତେ କହିବ।"
"ଆରବିଆନ ନାଇଟସ ଠାରୁ ଏହା କମ୍ ଚମକପ୍ରଦ ନୁହେଁ। ତାପରେ କ'ଣ କଲ?"
"ଗୋଟିଏ କଲ୍ ରେ, ଜଣେ ଆ.ଏ.ଏସ. ଅଫିସର ଙ୍କ ସ୍ବପ୍ନ କୁ ଚୁର ମାର କରିଦେଇଥିଲି।"
"କେମିତି?"
କେବଳ ଏତିକି କହିଲି,"ତମେ ଅନିତା କୁ ବିଭା ହେବ କି ଅନାରକଲି କୁ?"
"ତମେ କିଏ ?"ଭୟଭୀତ ହୋଇ ପଚାରିଲା ଅଭିରାମ ଅନିତା ର ବାଗ ଦାତା।
"ମୁଁ ଯିଏ ବି ହୁଏ,ତମର ଜଣେ ହିତକାରୀ ବନ୍ଧୁ। ସିଏ ଧର୍ମ ପରିବର୍ତ୍ତନ କରି ଅନିତା ରୁ ଅନାରକଲି ହୋଇ ଯାଇଛି।"
ଆଉ କିଛି ପଚାରିଲା ନି ଅଭିରାମ। ତାପରେ ଖବର ପାଇଲି ଅନିତା ର ବିବାହ ଭାଙ୍ଗି ଯାଇଛି।"
ସମୟ ଆଗକୁ ଯିବା ପାଇଁ ଅନୁମତି ଦେଉ ନଥିଲା।ନିଜ ତରଫରୁ ସୟିଦ କହିଲା,"ଏବେ ଯିବାକୁ ହେବ। ଅବଶିଷ୍ଟ କଥା ଆସନ୍ତା କାଲି କହିବି। କାମ ଅଛି। ତୁମେ ପୁଲିସ ପାଖକୁ ଯିବନି, ଏତିକି ଅନୁରୋଧ।"
"ମୁଁ ତ ଭାବୁଛି ଏମିତି ଏକ ସଙ୍ଗୀନ ମାମଲା ପୁଲିସ ଜାଣି ସାରି ଥିବ। ଖୋଜୁ ଥିବ ବି ଅସଲ ଅପରାଧୀ କୁ।ଯଦି ଏହା ମର୍ଡର କେଶ ହୋଇଥାଏ ତୁମେ ଯେତେ ଲୁଚିଲେ ବି ଧରା ପଡିଯିବ।"
ଦୁଇ ଜଣ ସେ ସ୍ଥାନ ତ୍ୟାଗ କରିଥିଲେ। ଘରକୁ ଆସୁ ଆସୁ ଶୁଭ୍ରାଂଶୁ ଭାବୁଥିଲା,ଏ କ୍ଷେତ୍ରରେ ସୁଲେମାନ କୁ ଏଡାଇ ଦିଆ ଯାଇ ନ ପାରେ।
ବ୍ୟାଙ୍କ କାମରେ ବ୍ୟସ୍ତ ଥାଇ ଶୁଭ୍ରାଂଶୁ ,ଶନିବାର ପର୍ଯ୍ୟନ୍ତ ସୟିଦ କୁ ଦେଖା କରି ପାରି ନ ଥିଲା,କିନ୍ତୁ ସୟିଦ, ସୁଲେମାନ ଓ ଅନିତା ଉପରେ ତୀକ୍ଷଣ ନଜର ରଖିଥିଲା। ଖବର ରଖିଥିଲା ସୟିଦ ଫେରାର ହୋଇ ଯାଇଛି କି ନାହିଁ।
ଆସିଗଲା ରବିବାର।ନିଜ ତରଫରୁ ଫୋନ୍ କରି ସୟିଦ ସେଇ ପୂର୍ବତନ ଜାଗା କୁ ଆସିବାକୁ କହିଲା।
ପ୍ରଥମେ ସୟିଦ ପହଞ୍ଚି ଯାଇ ତାକୁ ଅପେକ୍ଷା କରିଥିଲା।ଭେଟ ହୋଇ ଯିବା ପରେ ଯୋଉଠି ଥିଲା ସେହି ଠାରୁ ଆରମ୍ଭ କଲା ସେ।
"ସୁଲେମାନ ମତେ ଗୋଟେ ଆଇଡିଆ ଦେଇ କହିଲା,"ତୁମେ ଅନିତାକୁ ଯେତେ ଅନୁରୋଧ କଲେବି,"ମୁଁ ତମକୁ ବହୁତ ଭଲ ପାଏ ତମ ବିନା ମୁଁ ବଞ୍ଚି ପାରିବିନି" କହିଲେ ବି ସେ ସେ ମୂଳରୁ ରାଜି ହେବନି ତମକୁ ବିଭା କରିବାକୁ ବରଂ ତମ ଜୀବନ କୁ ବିପଦ ମାଡି ଆସିବ।"
"ତାହେଲେ କ'ଣ କରିବା?"
"ଅପହରଣ କରି ଆଣି, ତାକୁ ଭୟ ଦେଖାଇ ଧର୍ମ ବଦଳେଇବା ଲାଗି ବାଧ୍ୟ କରିବା _ଲାଭ ଚାହିଁଲେ ବିପଦ ମୁଣ୍ଡେଇ ବାକୁ ପଡେ।"
"ତା'ଯୋଜନା ରେ ମୁଁ ରାଜି ହୋଇ ନ ଥିଲେ ବି, ତାକୁ ପାଇବା ପାଇଁ ମତେ ଅନ୍ୟ ଉପାୟ କିଛି ଦିଶୁ ନ ଥିଲା। ଏଥି ସକାଶେ ମୁଁ ସହର ର କିଛି ନାମୀ ଦାଦାଙ୍କର ସାହାଯ୍ୟ ନେଇ ଥିଲି। ଗୋଟେ ମେଘୁଆ ରାତିରେ; ବିଜୁଳି ମାରୁଛି,ବଜ୍ର ପଡୁଛି,ବର୍ଷା ହେଉଛି, ତୁହାକୁ ତୁହା, ସେ ସବୁକୁ ଖାତିର ନକରି ସେମାନେ ତାକୁ ଅତର୍କିତ ଆକ୍ରମଣ କରି ଡ୍ରଇଂ ରୁମ ରୁ ଉଠେଇ ଆଣି ଏଇ ଘରେ ତା'ହାତ ଗୋଡ ବାନ୍ଧି ପକାଇ ଦେଇଥିଲେ। ସୁଲେମାନ ଏବଂ ମୁଁ ସେହି ରାତିରେ ପାଖରେ ଥିବା ଏକ ମସଜିଦ କୁ ନେଇ ଅକଥନୀୟ ଯନ୍ତ୍ରଣା ଦେଇ ବଡ ପାଟି ରେ, "ଆଲ୍ଲା ହୋ ଆକବର " କହିବାକୁ ବାଧ୍ୟ କରି ଥିଲେ।
ମୁଁ କହିଲି,"ତମେ ଆଜିଠାରୁ ଅନାରକଲି, ମୋ ଅନାରକଲି।ଆମେ ତାକୁ ଏଇ କୋଠା ଭିତରକୁ ଆଣିଲୁ।"
ଏଇ ସମୟ ରେ ଆଉ ଏକ ଅଭାବନୀୟ ଏବଂ ଅବିଶ୍ଵାସନୀୟ ଘଟଣା ଘଟିଲା।"
"କ'ଣ ଘଟଣା?" ପଚାରିଲା ଶୁଭ୍ରାଂଶୁ, ଯାହା ପାଖରେ ସବୁ ସଦ୍ୟ ଖବର ଥିଲା।
"ସୁଲେମାନ ଅତର୍କିତ ଭାବରେ ମତେ ଆକ୍ରମଣ କରି ଅଣ୍ଟା
ରୁ ଗୁପ୍ତି ଟିଏ ବାହାର କରି ଆମ ଆଡକୁ ଦେଖେଇ କହିଲା,"ଅନାରକଲି ମୋର। ତୁ ଏଠାରୁ ଯା ନହେଲେ ତତେ ମାରି ଦେବି।"
"ତା'ସହିତ ଧ୍ୱସ୍ତା ଧ୍ୱସ୍ତି ଲାଗିଲା। ଏପରି ଏକ ସୁଯୋଗ ରେ ଆନାରକଲି ଗୁପ୍ତି ଟି ସୁଲେମାନ ହାତରୁ ଛଡେଇ ଆଣି,ନିଜ ପେଟରେ ଭର୍ତ୍ତି କରି ଦେଲା । ସେ ତଳେ ପଡି ଯାଇଥିଲା।ତା'ପ୍ରାଣ ବାୟୁ ଉଡି ଯାଇ ଥିଲା। ଆମେ ସେଠାରୁ ପଳାୟନ କରିଥିଲୁ। କେହି ଜଣେ ସହୃଦୟ ମୁସଲମାନ ପୁଲିସ କୁ ଖବର ଦେଇ ପଞ୍ଚନାମା କରେଇ ଇସଲାମ ମତରେ ତା'ର ସଂସ୍କାର କରି ସମାଧି ଟିଏ ନିର୍ମାଣ କରିଥିଲା। ପୁଲିସ ଆମ ଦୁଇ ଜଣ ଙ୍କୁ ଖୋଜୁଛି ଯେତେବେଳେ ହେଲେ ଧରାପଡ଼ି ଯାଇ ଆମେ ଆଜୀବନ ଜେଲ ଖଟିବୁ। କିନ୍ତୁ ତମେ ଶପଥ କର ତୁମେ ପୁଲିସ କୁ କିଛି ଜଣାଇବ ନାହିଁ।"
"ଦ୍ଵାର ଆଡକୁ ଚାହଁ କିଏ?"
ପୁଲିସ ଇନ୍ସପେକ୍ଟର ସୟିଦ ହାତ ରେ ହ୍ୟାଣ୍ଡ କେପ ପକେଇ ସେଇ ପରିତ୍ୟକ୍ତ କୋଠା ରୁ ଘେନି ଆସିବା ବେଳେ କହୁଥିଲା,"ଧନ୍ୟବାଦ ସାର୍, ଆପଣଙ୍କ ସାହାଯ୍ୟ ଯୋଗୁ ଏଇ ରହସ୍ୟ ର ପରଦା ଫାସ ହେଲା।"
ଜିପ କୁ ଚଢିବା ବେଳେ ସୟିଦ କୁ ଚାହିଁ ଶୁଭ୍ରାଂଶୁ କହିଲା,"ସଲ ମିଆଁ ସୁଲେମାନ, ଦୁଇଜଣ ନୁହେଁ ଜଣେ ଏହା ଅପ ପ୍ରଚାର କରି କେଶ ଟାକୁ ଜଟିଳ କରାଇ ଖସି ଯିବାର ଯୋଜନା ତମେ କରି ଥିଲ ବୋଲି ଜାଣିବା ପରେ ପୁଲିସ ସାହାଯ୍ୟ ନେଇଥିଲି ମୁଁ। ମତେ ଭୁଆଁ ବୁଲାଉ ଥିଲ ତମେ ଆ.ଏ.ସ.ଧାରୀ କହି। ତମେ ଏମିତି କେତେ ଝିଅଙ୍କ ଜୀବନ ନଷ୍ଟ କରିଛ ଥାର୍ଡ ଡିଗ୍ରୀ ପ୍ରୟୋଗ କଲା ପରେ ସବୁ କହିଦେବ।ସୁଲେମାନ ଧରା ପଡି ଯାଇଛି। ସେ ଦିନ ତା'ଆଚରଣ ରୁ ଜାଣି ପାରିଥିଲି ଇଏ ନାଟକ ର ଖଳ ନାୟକ। ବାଏ।"
ସେହି ଦିନ ଠାରୁ ଅନିତା ଆଇଲାଶ ଅନାରକଲି ର ଆର୍ତ୍ତ ନାଦ ବାଟୋଇ ମାନେ ଶୁଣିବାକୁ ପାଉନଥିଲେ।
.......... .........

