Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Satyaprakash Sethy, M. A(UGC NET)

Tragedy Fantasy


5.0  

Satyaprakash Sethy, M. A(UGC NET)

Tragedy Fantasy


ଆକଟ

ଆକଟ

7 mins 276 7 mins 276

-"ଟୁ ଟୁ ଯା ଫୋର, ଏଥର ଅଙ୍କ ଖାତା ରଖି ଦିଅ! ଆମେ ଇଂରାଜୀ ରାଇମସ୍ ଶିଖିବା" ।

-ନାଇଁ ମୋତେ ନିଦ। ମୁଁ ଖେଲିବି। କାର୍ଟୁନ୍ ଦେଖିବି...।

-ଚୁପ୍! ଟ୍ଯୁଙ୍କିଲ୍ଟ୍ଯୁଙ୍କିଲ୍ ଲିଟିଲ ଷ୍ଟାର୍... ।

-ଟ୍ଯୁଙ୍କିଲ୍ଟ୍ଯୁଙ୍କିଲ୍ ଲିତିଲ ସ୍ତାର...।

ଠିକ୍ ଏତିକି ବେଳକୁ ପ୍ରତିହାରୀ ବାବୁ ଅଫିସ୍ ରୁ ଫେରି ଟିକିଏ ହସି ଦେଇ ରୁମକୁ ଚାଲିଗଲେ। ପ୍ରତିଭା କହିଲେ - ହେଇଟି ଶୁଣୁଛ! ଶୀଘ୍ର ଧୋଇଧାଇ ହୋଇ ଓମ୍ କୁ ଆସି ପଢ଼ାଅ। ମୁଁ ତେଣେ ରୋଷେଇ ଦେଖେ। କାଲି ତା'ର ପରୀକ୍ଷା ଅଛି। ମୁଁ ଚାହେଁ ସେ ଶ୍ରେଣୀରେ ପ୍ରଥମ ହେଉ।

ପ୍ରତିହାରୀ ବାବୁ ଫ୍ରେସ୍ ହୋଇ ଆସି ହସି କହିଲେ - କାହିଁକି ପିଲାଟା ସହିତ ସବୁବେଳେ ଏମିତି ଲାଗିଛି। ସେ ଖୁସିରେ ଖୁସିରେ ଯେତିକି ପଢୁଛି ପଢୁ। ଦେଖିଲ ତୁମେ ଟିକିଏ ରେଷ୍ଟ ନନେଇ କେମିତି ହେଲଣି ଆଉ ସେଇ ପିଲାଟି ବି ମଧ୍ୟ। ସବୁ ଜିନିଷ ଖୁସିରେ ଖୁସିରେ ସିନା କଲେ ଭଲ । ଅଧିକ ପ୍ରଯତ୍ନ ଓ ପାଠ, ପାଠ ଭିତରେ ତା ବାଲ୍ଯ ଓ କୈଶୋର ଜୀବନ ଯେପରି ହଜି ନଯାଉ।

ପ୍ରତିଭା ରାଗ ଗରଗର ହୋଇ ଉଠିଗଲେ। କହିଲେ ଥାଉ ତୁମର ସେତିକି ଭାଷଣବାଜି। ତୁମ ଭଳି ନିକମା ଲୋକ ମୁଁ ଦେଖି ନାହିଁ। ଖାଲି ଅଫିସ ଆଉ ଘରେ ବି ଅଫିସ। ତୁମ କଥା ମୁଁ ଯେମିତି ଜାଣି ନାହିଁ..। ପିଲାଟାର ଭବିଷ୍ୟତ ଚିନ୍ତା ତୁମେ କାହିଁକି କରିବ, ମୁଁ ତ ଏକା ଜନ୍ମ କରିଛି ..। ନିଅ ବାଢି ଦେଉଛି, ବାପ ପୁଅ ପେଟେ ଖାଇ ଝଅଟ ଶୋଇପଡ।ହେଲେ ଯିଏ ଟି. ଭି. ଖୋଲିବ, ସେ ମୋତେ ଚିହ୍ନଥିବ।

ପ୍ରତିଭା ରାତି ନପାହୁଣୁ ଓମ୍ କୁ ଘୋଷାରି ପକାଇ ପାଠ ପଢା ପାଖରେ ବସାଇ ଦେଲେ।ଏପଟେ ଟିଫିନ୍, ଜୋତା ସଫା, ଡ୍ରେସ୍ ପିନ୍ଧା ସବୁ ଚାଲିଲା। ଓମ୍ କୁ ଖୁଆଇ ଦେଇ ହାତକୁ ଭିଡ଼ି ଭିଡ଼ି ସ୍କୁଲ ନେଲେ। ବାଟ ସାରା ମନେ ପକାଇ ଦେଉଥାନ୍ତି ପାଠ ଓ ତାଗିଦ୍ - "ସବୁ କରିବୁ, ଗୋଟେ ବି ଛାଡି କି ଆସିଲେ ମୁଁ ତୋ ସହ କଥା ହେବି ନାହିଁ"ର ଇମୋସନାଲ ବ୍ଲାକ୍ ମେଲିଂ । ଓମ୍ ର ମୁଣ୍ଡ ଭାରକ୍ରାନ୍ତ ହୋଇଯାଉଥାଏ । ପରୀକ୍ଷା ସରିବା ଆଗରୁ ସ୍କୁଲ ଗେଟ୍ ପାଖରେ ପ୍ରତିଭା ଯାଇ ଆଗ ଉଭା। ପରୀକ୍ଷାରେ କ'ଣ କରିଛୁ, ଦେଖି ଦେଖି ପ୍ରଶ୍ନ ପତରଟା। ଏ ପ୍ରଶ୍ନର ଉତ୍ତରଟା କ'ଣ କହିଲୁ? ହେ ଭଗବାନ! ଏତେକରି ପଢ଼ାଇଲି, ପୁଣି ତୁ ଦୁଇଟା ପ୍ରଶ୍ନର ଉତ୍ତର କେମିତି ଭୁଲ କଲୁ? - କହି ଗାଲକୁ ଗୋଟେ ଯୋଡ଼େ ଚଟକଣି। ଓମ୍ ତଳେ ଧୂଳିରେ ନଥ କରି ବସି ପଡି କହୁଥାଏ-" ମୁଁ ପରୀକ୍ଷାରେ ସବୁ ଠିକ୍ କରିଛି, ତୁ କାହିଁକି ମୋତେ ମାଇଲୁ, ମୋ ସାଙ୍ଗମାନେ ମୋତେ ଦେଖି ହସୁଛି, ମୋ ସାଙ୍ଗ ଆଗରେ କାହିଁକି ବାଡ଼େଇଲୁ, ଯା' ମୁଁ ତୋ ସାଙ୍ଗରେ ଯିବି ନାହିଁ। ଆଉ ପରୀକ୍ଷାରେ କିଛି ଲେଖିବି ନାହିଁ..ଉଁ.. ଉଁ.." । ପ୍ରଭାତୀ ଟାଣି ଟାଣି ଘରକୁ ଆଣିଲେ।

ଓମ୍ ଧିରେଧିରେ ବଡ଼ ହେବାକୁ ଲାଗିଲା । ବଡ଼ କ୍ଲାସ୍ ରେ ପଢିଲା। ଦିନେ ଘରକୁ ପିଉସୀ ନାନୀ ପୁଅ ପିଣ୍ଟୁ ଆସିଥିଲା। ସେ ବି ଏକା କ୍ଲାସ୍ ରେ ଦଶମରେ ପାଠ ପଢ଼େ। ଜଳଖିଆ ପତ୍ର ଖିଆ ଚାଲିଥିଲା। ପ୍ରଭାତୀ ପଚାରିଲା - "ଆରେ ପିଣ୍ଟୁ କେତେ ଘଣ୍ଟା ଦିନକୁ ପଢୁଛୁ? "ପିଣ୍ଟୁ କହିଲା- "ଏଗାର ବାର ଘଣ୍ଟା, କିନ୍ତୁ ପରୀକ୍ଷା ବେଳେ ଚଉଦ ପନ୍ଦର ଘଣ୍ଟା। କ୍ଲାସ୍ ରେ ମୁଁ ସବୁବେଳେ ଫାଷ୍ଟ,, ନହେଲେ ମମି ମନ ଦୁଃଖ କରିବନି?" 

ପ୍ରଭାତୀ ଟିକିଏ ଲଜ୍ଜିତ ଅନୁଭବ କରି କହିଲା - "ହଁ... ହଁ ବାବା. ଗୁଡ, ହେଲେ ଏଇ ଓମ୍ ଟା ପରା ସବୁ ଜାଣିଥିବ ହେଲେ ପରୀକ୍ଷାରେ ଜାଣି ଜାଣି ଗୋଟେ ଦୁଇଟା ଛାଡି ଆସିବ। କେତେ ଥର କହିଲିଣି, ହେଲେ ଫାଷ୍ଟ ମୋଟେ ହେବ ନାହିଁ। ହେଲେ ତୁ ମାଟ୍ରିକ୍ ପରେ ଆର୍ଟସ ନା ସାଇନ୍ସ ପଢିବୁ?କଣ ହେବାକୁ ଲକ୍ଷ୍ୟ ରଖିଛୁରେ, ବାବା!" 

-"ସାଇନ୍ସ। କାରଣ ଗଧା ପିଲା ଆର୍ଟସ ପଢନ୍ତି। ମୁଁ ଡାକ୍ତର ହେବି"।

ପ୍ରଭାତୀ କହିଲା-" ହଁ ବା! ସେଇଟା ଠିକ୍.. ଭଲ ଭଲ.. ପିଣ୍ଟୁ ଆମର ଭଲ ପିଲା। ଏ ପରା କହୁଛି ଆର୍ଟସ ପଢ଼ିବ। "ମୁଁ କ'ଣ ହେବି ତୋତେ କାହିଁକି କହିବି, ମୁଁ କିଛି ହେବି ନାହିଁ ଯା"। ବାପରେ! ତାକୁ ଟିକିଏ ବୁଝେଇ ଦେଲୁ"।

ଏତେବେଳକୁ ଓମ୍ ମୁହଁ ହାଣ୍ଡି କରି ବସିଥାଏ, ପିଣ୍ଟୁ କିନ୍ତୁ ଖୁବ୍ ଉତ୍ସାହିତ ହୋଇ ଫୁଲି ଉଠୁଥାଏ।

ପିଣ୍ଟୁ ଉତ଼ଫୁଲ୍ଲିତ ହୋଇ ଓମ୍ କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଲା। ସବୁ ପ୍ରଶ୍ନର ସଠିକ୍ ଉତ୍ତର ରଖି ଓମ୍ ମଧ୍ୟ ପିଣ୍ଟୁ କୁ କେତୋଟି ପାଲଟା ପ୍ରଶ୍ନ ପଚାରିଲା। ଗୋଟିଏ ଯୋଡ଼ିଏ ଉତ୍ତର ପରେ ପିଣ୍ଟୁ ପାଟି ଆଫାଆଫା ମାରି ନେଇଗଲା। ଓମ୍ ଟେବୁଲଟାକୁ ଠେଲି ଦେଇ ଉଠିଲା। ମୁହଁ ଫଟାଇ କହିଲା - "ମାଆ ତୁ ସବୁବେଳେ ମୋତେ ଅନ୍ୟ ଆଗରେ ନୀଚ୍ଚା ଦେଖାଇବା ପାଇଁ କାହିଁକି ଚେଷ୍ଟା କରୁଛୁ। ଭାବୁଛୁ - ମୁଁ କିଛି ପାଠ ଜାଣି ନାହିଁ। ହେଲେ ତୁ ଯେତେ ମୋ ସାଙ୍ଗରେ ଲାଗିବୁ ମୁଁ ସେତେ କମ୍ ମାର୍କ ରଖିବି।

ଓମ୍ ଧିରେଧିରେ ବୟଃପ୍ରାପ୍ତ ହେଉଥାଏ। ହେଲେ ମାଆ ତା ସହ ଛାଇ ପରି ଲାଗି ରହିଥାଏ।ତା'ର ପ୍ରାଇଭେସି ବୋଲି କିଛି ନଥାଏ।ଯେଉଁଠି ସେ ଯାହା କରୁନା କାହିଁକି ପ୍ରତିଭା କେମିତି କେଜାଣି ଶୁଂଘି ଶୁଂଘି ଯାଇ ସେଠି ହାଜର ହୋଇଯାଏ। ଓମ୍ ର ଏବେ ପ୍ଲସ୍ ଟୁ। ଝିଲିଟା ସବୁବେଳେ ପାଖାପାଖି ବସେ। ସେ ଓମ୍ କୁ ଖୁବ୍ ଭଲ ପାଏ ଆଉ ଓମ୍ ବି ତାକୁ। କବିତାଟିଏ ଲେଖି ହେଉ ବା ଗ୍ରିଟିଂସ୍ ହେଉ ଝିଲି ତାକୁ ଦିଏ ଆଉ ସିଏ ବି ଝିଲିକୁ ଦିଏ.. ଏଇମିତି ଟିକେ ଟିକେ ଚିଠି ପତ୍ର ଦିଆ ନିଆ ଯାହା ।ଓମ୍ ମାଆର ଦୃଷ୍ଟି ଆଢୁଆଳରୁ ଲୁଚେଇ ସବୁ ରଖିଥାଏ। ହେଲେ ପ୍ରଭାତୀ ଆଖି ଦରାଣ୍ଡି ଆଣିଲେ ପରା ସବୁ ଜିନିଷ ଧରା ଦିଏ। ସେ ଜାଣିଲା ପରେ ଦିନେ ତିନି ଚାରି ଜଣ ସାଙ୍ଗକୁ ଡାକି ଭଲ ଭାବେ ଆପ୍ୟାୟିତ କରି ଝିଲି ସମ୍ପର୍କରେ ସବିଶେଷ ତଥ୍ଯ ସଂଗ୍ରହ କଲେ। ତା ଘର କେଉଁଠି, ସେ କିଏ..ଓମ୍ ର ତା ସହ ସମ୍ପର୍କ କ'ଣ ।ସେଇ ସମୟରେ ଓମ୍ ଘର କୁ ଫେରି ଆସି ମାଆକୁ କହିଲା - "ମାଆ ତୁ ଯେତେ କହ ମୁଁ ଝିଲି କୁ ଆହୁରି ଚିଠି ଲେଖିବି। କାରଣ ତୁ କାହିଁକି ମୋ ସାଙ୍ଗମାନଙ୍କ ଆଗରେ ମୋତେ ଛୋଟ କରିଦେଲୁ।ତାଙ୍କୁ କାହିଁକି ୟାଡୁ ସିଆଡୁ ପଚାରି ମୋ ମୁଣ୍ଡ ଖରାପ କରୁଛୁ। ତୁ କଣ ଚାହୁଁଛୁ ମୁଁ କାହା ସହ ନମିଶି ଘର କୋଣେ ଲୁଚିକି ବସେ?" ପ୍ରଭାତୀ କହିଲା - "ମୁଁ ମାଆ, କୋଉଟା ଭଲ ଓ ମନ୍ଦ ସେଇଟା ମୁଁ ଭଲ କି ବୁଝିଛି। ମୋର ଯାହା ଇଛା ସେୟା କରିବି, ହେଲେ ତୁ ସେ ଝିଲି ସହ ଆଉ ମିଶି ପାରିବୁ ନାହିଁ।" ଓମ୍ ମୁହଁ ଛିଞ୍ଚାଡି ଚାଲିଗଲା। ତା'ପରେ ଦିନ ପ୍ରଭାତୀ ଝିଲି ଘରେ ପହଞ୍ଚି ତା ମାଆକୁ ଗାଳି ଗୁଲଜ କଲା । ସତର୍କ କରିଛି ଝିଲି ଯଦି ଆଉ ଥରେ ଓମ୍ ସହ ମିଶେ ତେବେ ସେ ସମସ୍ତଙ୍କୁ କହି ତାକୁ ବଦନାମ କରିଦେବ।

ପରୀକ୍ଷା ରେଜଲ୍ଟ ବାହାରିଲା। ଓମ୍ ର ରେଜଲ୍ଟ ନପାଇ ପ୍ରଭାତୀ ବ୍ୟସ୍ତ ହୋଇ ପଚାରିଲେ। ଓମ୍ କହିଲା - "ତୁ ମୋ ସାଙ୍ଗମାନଙ୍କ ପାଖରେ ବାରମ୍ବାର ମୋତେ ଅପଦସ୍ତ କରୁଛୁ, ତେଣୁ ମୁଁ ପରୀକ୍ଷା ଦିନ ପରୀକ୍ଷା ହଲ୍ କୁ ନଯାଇ ଫିଲ୍ମ ହଲ୍ କୁ ଚାଲି ଗଲି। ଏଥର ବୁଝିଲୁ, ମୋତେ ରଗେଇଲେ ମୁଁ କ'ଣ କରିପାରେ।"

ପୁଣି କିନ୍ତୁ supplementary ପରୀକ୍ଷା ଦେଇ ଓମ୍ topper ହେଲା, ଫଳରେ ଗୋଟେ ବଡ଼ ଇଞ୍ଜିନିଅରିଂ କଲେଜରେ ଭର୍ତ୍ତି ହୋଇଗଲା।

ଓମ୍ ନିଶ୍ଚିତ ପକ୍ଷେ ଏଣିକି ବଡ ପିଲା ହୋଇ ଗଲାଣି, ତଥାପି ତା ସ୍ୱଛନ୍ଦ ବିହାରରେ ବାଧା। ମାଆର ଆକଟ ସବୁବେଳେ। ଜୀବନଟା ନଜରବନ୍ଦୀ ଲାଗୁଥିଲା। ଇଚ୍ଛା ହେଉଥିଲା, ସୁଯୋଗ ମିଳନ୍ତା କି ଉଡି ଚାଲି ଯାଆନ୍ତା ସୁଦୂର ରାଇଜକୁ, ଯେଉଁଠିକୁ ମାଆର ପହଞ୍ଚ ଆଉ ପାଆନ୍ତା ନାହିଁ। ସେ ମନ ଭରି ନିଜ ଜୀବନକୁ ନିଜ ଇଚ୍ଛାରେ ଜୀଅନ୍ତା। ମାଆ ଡାକି ଡାକି ଥକନ୍ତା। ହେଲେ "ଓ" କରିବାକୁ ତା ଡାକ ଯେମନ୍ତ ତା ପାଖ ଧରନ୍ତା ନାହିଁ। ଓମ୍ କୁ ସତରେ ଏଇ ଧରାବନ୍ଧା ଗୁଳାରେ ଚାଲିବାକୁ ଆଦୌ ଭଲ ଲାଗୁ ନଥିଲା। ସେ ଖାଲି ଚିଡିଚିଡ଼ା ହେଉଥିଲା। ପ୍ରତିବାଦ ସ୍ଵରୂପ ସେ ଯେମିତି ହେଲେ ମାଆ ଯାହା କହିଥିବେ ତା'ର ବିପରୀତ କିଛି ଗୋଟେ ନଟଖଟି ନିଶ୍ଚୟ କରି ବସିଥିବ। ପିଲା ମନ ତ, ବଡ଼ ଅଦ୍ଭୁତ ତା'ର ବିଚାର ଧାରା ଓ ମନସ୍ତତ୍ତ୍ଵ।

ହେଲେ କୋଉ ମାଆ କ'ଣ ତା ପିଲାର ଅମଙ୍ଗଳ କେବେ ଚାହେଁ?ପ୍ରଭାତୀ ଆକଟ କରି ଆଉ କ'ଣ ଏମିତି ଭୁଲ କଲା ଯେ! ଏମିତି କିଛି ଭାବାନ୍ତର ପ୍ରଭାତୀର ଚିନ୍ତା ଚେତନାକୁ ଦୋହଲାଇ ଦେଉଥାଏ। 

କପଡ଼ା ଧୋଇଲା ବେଳେ ପ୍ରଭାତୀ ସେଦିନ ଓମ୍ ପକେଟରୁ ଦୁଇଟା ଫିଲ୍ମ ଟିକଟ ପାଇଲା। ପଚାରିଲା- ଓମ୍ ବାବା! ଫିଲ୍ମ ଦେଖି ଯାଇଥିଲୁ କିରେ? ଆଉ କିଏ ସବୁ ସାଙ୍ଗରେ ଯାଇଥିଲା?

-ମୋ ସାଙ୍ଗ ବର୍ଷା। ବର୍ଷା ମୋ ସହିତ ଯାଇଥିଲା। ଆଉ କିଛି ପଚାରିବାର ଅଛି ତୋର?

ପ୍ରଭାତୀ" ହଁ ଯେ ନାହିଁ "ହୋଇ ଚୁପ୍ ରହିଲା। ସେଦିନ ଓମ୍ କୁ ଖୋଜି ଆସି ବର୍ଷା ଘରେ ହାଜର। ସିଧା ଆସି ପଚାରିଲା - "ମାଉସୀ! ଓମ୍ ରୁମ୍ କୋଉଟା? ମୁଁ ତା ସାଙ୍ଗ.."

ପ୍ରଭାତୀ ଏକଦମ୍ ହତବାକ୍, ହେଲେ ତା ରୁମ୍ ଆଡକୁ ହାତ ବଢେଇଲା କ୍ଷଣି ବର୍ଷା ଯାଇ ସେଠି ହାଜର। ଭଦ୍ରତା ଦୃଷ୍ଟିକୋଣରୁ ପ୍ରଭାତୀ ଦୁଇ ଗ୍ଲାସ୍ ସରବତ୍ ଧରି ରୁମ୍ ରେ ପହଞ୍ଚିଲା ବେଳକୁ ବର୍ଷା ଓମ୍ ଉପରେ ଜଡାଇ ପଡ଼ିଥାଏ.। ପ୍ରଭାତୀ ମୁହଁ ଉପରେ କାନିଟା ବେଢି ଆଣି ଫେରି ଆସୁଥିଲା। ବର୍ଷା ମୁହଁକୁ ଝିଞାଡ଼ି କହୁଥାଏ - ହୁଟ୍, ଏମାନେ କାହାର ପ୍ରାଇଭେଟ୍ ରୁମକୁ ଆସିଲା ବେଳେ କବାଟ ନକ୍ କରିବା ଶିଖିବେ ନାହିଁ"।

ପ୍ରଭାତୀ କାହାକୁ କିଛି କହି ପାରିଲା ନାହିଁ। ମନେମନେ ଉପାୟ ଚିନ୍ତୁ ଥାଏ-ଏଇ ଆତ୍ୟାଧୁନିକା ଝିଅଟା କବଳରୁ ଓମ୍ କୁ କେମିତି ମୁକୁଳେଇବ।

ସେଦିନ ସପିଂ ମହଲରେ ସପିଂ କରୁକରୁ ହଠାତ୍ ଝିଲି ଓ ତା ମାଆ ସହ ଦେଖା ହୋଇଗଲା। ଝିଲି ଆଜି କେତେ ବଡ଼ ହୋଇଗଲାଣି। ଭାରି ସୁନ୍ଦର ଦେଖା ଯାଉଛି। ସେଦିନ ଛୋଟିଆ ଝିଅଟା ଥିଲା, ଜାଣି ହେଉନଥିଲା। ଆଜି କିନ୍ତୁ ଯୌବନ ପରିସ୍ଫୁଟ ହୋଇଛି। ତେଣୁ ସେ ଖୁବ୍ ସୁନ୍ଦରୀ ଦିଶୁଛି। ଚମତ୍କାରୀ ତାର ରୂପର ଗଠନ ଓ ଶାଳୀନତାର ହାବଭାବ। ଏତେ ଘଟଣା ସତେ ବି ସେ ଆସି ନଥ କରି ବସି ପଡି ପାଦରୁ ନେଇ ମୁଣ୍ଡିଆ ମାରିଲା । କହିଲା _ମାଉସୀ ନମସ୍କାର । ପ୍ରଭାତୀ ତା ମାଆ କୁ ଦେଖି ଚିହ୍ନି ନେଲା। ପୂର୍ବର ଘଟଣା ପାଇଁ କ୍ଷମା ମାଗିଲା। ତା'ପର ଠାରୁ ବାରମ୍ବାର ଝିଲି ଘରେ ପହଞ୍ଚି ବହୁତ ଅନୁରୋଧ କଲା ଯେ - ସେ ଓମ୍ ପାଇଁ ଝିଲିର ହାତ ମାଗୁଛି। କାରଣ କ୍ୟାମ୍ପସ୍ selection ପାଇ ଓମ୍ ଆମେରିକା ଯାଉଛି। ତା ପୂର୍ବରୁ ସଂସ୍କାରୀ ବୋହୂଟିଏ ଦେଖି ତାକୁ ବାହା କରି ଦେବାକୁ ଉଚିତ୍ ମଣୁଥିଲା ପ୍ରଭାତୀ। ଆସନ୍ତା କାଲିର ଓମ୍ ଜନ୍ମ୍ ଦିନ ପାର୍ଟିକୁ ଆଟେଣ୍ଡ କରିବା ପାଇଁ ମଧ୍ୟ ନିୟୋତା ଦେଲା ପ୍ରଭାତୀ।

ସେଠାକୁ ବର୍ଷା ବି ଆସୁଥିଲା। ବଡ଼ ଚାଲାକ ଝିଅଟା। ସମସ୍ତେ ଯାଇ ସାରିଲା ପରେ ପ୍ରଭାତୀ ଓମ୍ କୁ ଡାକି କହିଲା - "ତୁ ଆଉ ବର୍ଷା ସହ ଏତେଟା ମିଳାମିଶା କରନା। ଝିଲିଟା ଦେଖିଲୁ କେତେ ସୁନ୍ଦର। ଭାରି ଭଲ ଝିଅଟା। ତା ସହିତ ତୋର ବାହାଘର ହେଲେ ତୁ ଖୁସିରେ ରହିବୁ, ମୋ ମନ ତ ମାନିଛି ।ତା ଛଡା ସେ ତ ତୋର ପସନ୍ଦ, ମୋର ବି ପସନ୍ଦ। ଓମ୍ କହିଲା ତା କେବେ ବି ଆଉ ହୋଇ ପାରିବ ନାହିଁ। କାହିଁକିନା ଝିଲି ସହ ମୋ ସମ୍ପର୍କକୁ ନେଇ ତୁ ଦିନେ ହାଟ କରିଥିଲୁ। ତେଣୁ ସେ ସମ୍ପର୍କଟା ବଦନାମ ହୋଇସାରିଛି।

ତା'ପର ଦିନ ସନ୍ଧ୍ୟା। ଓମ୍ ଘରକୁ ଫେରିଲା। କହିଲା- ମାଆ ଏଇ କାଗଜ ଗୁଡାକ ଦେଖ! ତୁ ତ ଜୀବନ ସାରା ସବୁକିଛି ମୋ ଠାରୁ ଛଡ଼େଇଛୁ, ଖାଲି ତୋରି ଇଚ୍ଛାରେ ବଞ୍ଚିବାକୁ ଶିଖାଇଛୁ। ଏଗୁଡାକ ହେଉଛି ମୋର କ୍ୟାମ୍ପସ୍ ସିଲେକସନ୍, ପାସ୍ ପୋର୍ଟ, ଭିସା, ଓ ଏଇଟା ଆଜି ବର୍ଷା ସହ ମୋ ବିବାହର କୋର୍ଟ ପେପର୍।ଆମେ କାଲି ଆମେରିକା ଯାଉଛୁ। ମାଆ ଚକିତ ହୋଇ ରହି ଯାଇଥାଏ। ରାତି ସାରା ଆଖିକୁ ନିଦ ନାହିଁ। ତକିଆ ଭେଦି ଓଦା ହୋଇ ଯାଇଥାଏ। ସକାଳେ ଜିନିଷ ପତ୍ର ସବୁ ପ୍ୟାକ୍ କରି ବର୍ଷା ଆସି ଘର ସାମ୍ନାରେ ଗାଡି ଲଗାଇଲା। ପୁଅ ଓମ୍ ହାତ ହଲାଇ ହଲାଇ ହଟି ଯାଉଥିଲା ଆଖି ସାମ୍ନାରୁ। ମାଆ ସେମିତି ଚାହିଁ ଥାଏ, ଆଖିରୁ ବୋହୁଥାଏ ଖାଲି ଝରଝର ହୋଇ ଲୁହ ।ଗଭୀର ବେଦନାରେ ଛାତି ପଞ୍ଜର ସବୁ ଏକାକାର ହୋଇ ଯାଉଥିଲା। ପଛ ପଟରୁ ପ୍ରତିହାରୀ ବାବୁ ପିଠି ପଟୁ ଟିକିଏ ଥାପୁଡେଇ ଦେଲାରୁ ପ୍ରଭାତୀ ବୁଲି ପଡି ଛାତି ଉପରେ ମୁହଁ ଯାକି କାନ୍ଦି ଉଠିଲା - ଭୋ.. ଭୋ...।

ଲେଖକଙ୍କର ପ୍ରଶ୍ନ - କାହାକୁ କି ଦୋଷ ଦେବେ? କିନ୍ତୁ ଚିତ୍ର କଳ୍ପଟି ତ ଏମିତି କିଛି ବୟାନ କରୁଛି....


Rate this content
Log in

More oriya story from Satyaprakash Sethy, M. A(UGC NET)

Similar oriya story from Tragedy