Purna chandra Rana

Inspirational

3  

Purna chandra Rana

Inspirational

ଆହାଃ କି ଭାଗ୍ୟ

ଆହାଃ କି ଭାଗ୍ୟ

3 mins
611


ସକାଳୁ ସକାଳୁ ସଦାନନ୍ଦ ବାବୁ ଝିଅକୁ ଧରି ସ୍କୁଲ ଯିବା ସମୟରେ ଟ୍ରାଫିକ ସିଗ୍ନାଲ ଦେଖି ରାସ୍ତାରେ ଗାଡି ଛିଡା କରିଦେଲେ, ହଠାତ୍ ସଦାନନ୍ଦ ବାବୁଙ୍କ ସାତ ବର୍ଷର ଝିଅ ରୋହିଣୀ କହି ଭଠିଲା, ପାପା ପାପା ଦେଖ ସେ କୁନି ପିଲାଟି ସେଠି କେମିତି କାନ୍ଦୁଛି । ସଦାନନ୍ଦ ବାବୁ ଏକଡ ସେକଡ ହୋଇ ଚାହିଁଲେ , ଆଉ ଝିଅକୁ କହିଲେ , ମାଆ ରୋହିଣୀ କାହିଁ କିଏ ' କୋଉଠି କାନ୍ଦୁଛି ।

ପାପା ତମେ କ'ଣ ଜାଣି ପାରୁନ, ଏଇ ମୋ ବାମ ପାଖକୁ ଦେଖ କୁନି ପିଲାଟି କେମିତି କୁଆଁ କୁଆଁ ହୋଇ କାନ୍ଦୁଛି । ସଦାନନ୍ଦ ବାବୁ ପିଲାଟିକୁ ଦେଖି ବି ଅଣଦେଖା କରି , ଝିଅକୁ କହିଲେ ଚାଲ୍ ମାଆ ତୋ ସ୍କୁଲ ସମୟ ଡେରି ହେଉଛି ।ଏହା କହି ରାଜଧାନୀର ସେ ରାଜରାସ୍ତାରେ ସଦାନନ୍ଦ ବାବୁ ଗାଡି ଚଲେଇ ଆଗକୁ ଅତିକ୍ରମ କଲେ । ଝିଅକୁ ସ୍କୁଲରେ ଛାଡିଦେଇ ସଦାନନ୍ଦ ବାବୁ ନିଜ ଅଫିସ୍ କୁ ଚାଲିଗଲେ ।

ସଦାନନ୍ଦ ବାବୁ ଅଫିସ୍ ଚାଲିଗଲେ ସିନା, ଅଫିସ୍ ର ହ୍ୱିଲ୍ ଚେୟାରରେ ବସିବା ମାତ୍ରେ ଅଫିସ୍ ର ଚାରିକାନ୍ଥରୁ ଯେମିତି କୁଆଁ କୁଆଁ ଶବ୍ଦରେ ଆସି ତାଙ୍କ ଶରୀରରେ ଠୋ ଠୋ ହୋଇ ବାଡେଇ ହେଲା । ମନେ ମନେ ସେ ଭାବନାରେ ଅସ୍ତ ବ୍ଯସ୍ତ ହୋଇଗଲେ, ଆଉ ଅଫିସ୍ ରେ ବସି ପାରିଲେନି, ଅଫିସ୍ ର ବାହାରକୁ ଧାଇଁ ଆସିଲେ, କୋଟ୍ ପକେଟ୍ ରୁ ସିଗାରେଟ୍ ବାହାର କରି ସିଗାରେଟ୍ ଟାଣିବାକୁ ଲାଗିଲେ ।

ମନେ ମନେ କଅଣ ଭାବିଲେ କେଜାଣି, ହଠାତ୍ ନିଜ ଗାଡି ବାହାର କରି ଚାଲିଗଲେ ସେଇ ଟ୍ରାଫିକ୍ ପୋଷ୍ଟ ପାଖକୁ । ଗାଡିରୁ ଓହ୍ଲେଇ ପଡି ରାସ୍ତାର ଚାରି ପାଖ ଅସ୍ତ ବ୍ଯସ୍ତ ହୋଇ ଖୋଜି ବୁଲିଲେ ସିନା , କିନ୍ତୁ ସେ ପିଲାଟିକୁ ଆଉ ସେଠାରୁ ପାଇଲେନି ।

ସଦାନନ୍ଦ ବାବୁ ଟ୍ରାଫିକ୍ ପୋଲିସ୍ ପାଖକୁ ଡୌଡି ଯାଇ ପଚାରିଲେ , ' ସାର୍ ସାର୍ ଏ ସେଇ ରାସ୍ତା ଆରପାଖେ ଗୋଟେ କଅଁଳା ପିଲାଟିଏ କାନ୍ଦୁଥିଲା , ଆପଣ ତାକୁ ଦେଖିଛନ୍ତି କି ? ଟ୍ରାଫିକ୍ ପୋଲିସ୍ ଜଣକ ମନା କଲେ , ନାହିଁ ସାର୍ ଏଠି ତ କାଇଁ କୋଉ ପିଲା ନଥିଲା । ସଦାନନ୍ଦ ବାବୁ ଟ୍ରାଫିକ୍ ପୋଷ୍ଟରୁ ପଳେଇ ଆସି ଗାଡ଼ି ପାଖରେ କିଛି ସମୟ ନିରବ ଛିଡା ହୋଇଗଲେ , ଆଖିରୁ ବହିଗଲା ଦୁଇ ବୁନ୍ଦା ଲୁହ । ଆଉ ନିଜେ କହିବାକୁ ଲାଗିଲେ , ଧିକ୍ ମୋ ଜୀବନ ।

ଏପଟେ ଝିଅ ରୋହିଣୀର ସ୍କୁଲ ଛୁଟି ପରେ, ବିଚରା ଏକା ସ୍କୁଲର ବାରଣ୍ଡାରେ ବସି ପାପାଙ୍କୁ ଅପେକ୍ଷା କରି କରି ନିଜେ ବିରକ୍ତ ହୋଇଗଲାଣି । ହଠାତ୍ ସଦାନନ୍ଦ ବାବୁଙ୍କ ମନରେ ଆସିଲା ଝିଅ ରୋହିଣୀ , ଗାଡି଼କୁ ବୁଲେଇ ସେ ପଲେଇ ଗଲେ ସ୍କୁଲ ଅଭିମୁଖେ । ଗାଡି ପହଞ୍ଚିବା ମାତ୍ରେ ରୋହିଣୀ ଡୌଡି଼ ଆସିଲା, ଆଉ ପାପାକୁ କୁଣ୍ଢଇ ଧରି କହିଲା , ପାପା ମତେ କୁଆଡେ ଛାଡି ପଳେଇଥିଲ ଯେ , ମୁଁ ବହୁତ ସମୟ ଧରି ଅପେକ୍ଷା କରି ବସିଥିଲି । ସଦାନନ୍ଦ ବାବୁ କାନ୍ଦି ପକେଇ କହିଲେ , ମୋ ଗେହ୍ଲି ମାମା ଆଉ କେବେ ଡେରି କରିବିନି । ଗାଡି଼ରେ ବସି ସଦାନନ୍ଦ ବାବୁ ଆଉ ରୋହିଣୀ ଘର ଅଭିମୁଖେ ଯାତ୍ରା କଲେ, ଠିକ୍ ଟ୍ରାଫିକ୍ ପୋଷ୍ଟ ପାଖରେ ଦେଖିଲେ କି ଗୋଟିଏ ପାଗିଳି କୁନି ପିଲାଟିଏ ଧରି ଖେଳୋଉଛି । ଏହା ଦେଖି ସଦାନନ୍ଦ ବାବୁ ପାଗିଳି ପାଖକୁ ଡୌଡି ଯାଇ ବସି ପଡିଲେ , ପଚାରିଲେ 'ଏ ପାଗିଳି ଏ ପିଲାଟି କଅଣ ତୋର କି ? ପାଗିଳି ମୁଢ ହଲାଇ ଇସାରା କଲା ନାଁ, ସଦାନନ୍ଦ ବାବୁ ଖୁସି ହୋଇଗଲେ, ପାଗିଳିକୁ ନିଜ ସହ ଡାକି ଆଣିଲେ ଆଉ ନିଜେ ପିଲାଟିକୁ ଧରିଲେ । ଗାଡିରେ ପାଗିଳିକୁ କହିଲେ ବସିବା ପାଇଁ ଏବଂ ପିଲାଟିକୁ ନିଜ ଝିଅ ରୋହିଣୀ କୋଳରେ ଶୋଇଦେଲେ, ପିଲାଟିର ମୁଣ୍ଡକୁ ଆଉଁସି କହିଲେ "ଆହାଃ କି ଭାଗ୍ଯ" ମୋର ।

ଆଜି ଯେମିତି ସବୁ ଖୁସି ମତେ ମିଳିଯାଇଛି ।

ପୂର୍ଣ୍ଣଚନ୍ଦ୍ର ରଣା

ହାଟସିଂହାପୁର, ଯାଜପୁର

ମୋ. ୮୮୭୨୯୦୭୦୮୬


Rate this content
Log in

Similar oriya story from Inspirational