Purna chandra Rana

Horror Crime Children

4  

Purna chandra Rana

Horror Crime Children

ବନ୍ଦ କୋଠରୀ

ବନ୍ଦ କୋଠରୀ

4 mins
450



ସମୟ ରାତ୍ରୀ ଘ.୧୨.୩୫ମି , ଡକ୍ଟର ସାହାବ ଓ.ଟି ରୁ ଅପରେସନ୍ ସାରି ବାହାରକୁ ବାହାରୁ ଥାଆନ୍ତି , ହଠାତ୍ ହସ୍ପିଟାଲ ଆଢ଼ୁଆଳରେ ଥିବା କୋଠରୀରୁ ଏକ ଅଜଣା 

ଶବ୍ଦ ଶୁଣାଗଲା ।

  ଓ୍ବାଚମ୍ୟାନ୍ ଦେଖିଲ ଦେଖିଲ ସେ କୋଠରୀ ଭିତରେ କିଏ 

ଚିତ୍କାର କରୁଛି । ଓକେ ସାର୍ , ମୁଁ ଦେଖୁଛି । ଓ୍ବାଚମ୍ୟାନ

ଏହା କହି ହସ୍ପିଟାଲର ଆଢ଼ୁଆଳରେ ଥିବା କୋଠରୀ ପାଖକୁ 

ଧାଇଁ ଚାଲିଗଲା । ପୁଣି ଚିଲେଇ ଚିଲେଇ କହିଲା , କିଏ ? କିଏ ? ସେ କୋଠରୀ ଭିତରେ ? ଓ୍ବାଚମ୍ୟାନର ଶବ୍ଦ ଶୁଣି ହଠାତ୍ ସେ ଅଜଣା ଶବ୍ଦଟି କିଛି କ୍ଷଣ ପାଇଁ ବନ୍ଦ ହେଇଗଲା ।

  ଓ୍ବାଚମ୍ୟାନ ଫେରି ଆସି ଡକ୍ଟର ସାହାବଙ୍କୁ କହିଲା , ସାର୍ ସେଠାରେ କେହି ବି ନାହାନ୍ତି , ସେଇଟା ଗୋଟିଏ "ବନ୍ଦ କୋଠରୀ" । ଠିକ୍ ଅଛି ଓ୍ବାଚମ୍ୟାନ ତୁମେ ଦେଖି ଚାହିଁ ନିଜ ଡ୍ୟୁଟି କରୁଥିବା । ଓକେ ସାର୍ ମୁଁ ତ ଏଠି ସବୁ ଦିନିଆ , ଆପଣ ଯାଆନ୍ତୁ ସାର୍ ମୋ'ର ଡ୍ୟୁଟି ସରିଲେ ସକାଳେ ଚାଲିଯିବି ।


  ଡକ୍ଟର ସାହାବ ଗାଡ଼ିରେ ବସିବା ମାତ୍ରେ ଠିକ୍ ସେହି ଅଜଣା ଶବ୍ଦଟି ପୁନଶ୍ଚ ଶୁଣାଗଲା ହସ୍ପିଟାଲର ସେହି ବନ୍ଦ କୋଠରୀ ମଧ୍ୟରୁ । ଡକ୍ଟର ସାହାବ ସେ ଶବ୍ଦ ଶୁଣି ପୁନଶ୍ଚ ଧାଇଁ ଆସିଲେ ।

ଓ୍ବାଚମ୍ୟାନ ଓ୍ବାଚମ୍ୟାନ କୁଆଡେ ଗଲ, ଦେଖ ଦେଖ ପୁଣି ସେମିତି ଭୟଙ୍କର ଶବ୍ଦ ଶୁଣାଯାଉଛି । କିନ୍ତୁ ଓ୍ବାଚମ୍ୟାନର କୌଣସି ଜବାବ ଶୁଣାଗଲାନି , କୁଆଡେ ଗଲ ଓ୍ବାଚମ୍ୟାନ କୁଆଡେ ଗଲ ତୁମ ଡ୍ୟୁଟି ସମୟରେ କୁଆଡେ ଗଲ । ଡକ୍ଟର ସାହାବ କୋଠରୀ ପାଖକୁ ଯାଇ ଦେଖିଲେ ବନ୍ଦ କୋଠରୀ ଭିତରୁ ରକ୍ତର‌ ଶୁଅ ଛୁଟୁଛି । ଏହା ଦେଖି ଡକ୍ଟର ସାହାବଙ୍କ ଦେହରୁ‌ ଝାଳ ବାହାରି ଗଲା ଏବଂ ସେ ଭୟାନକ ଶବ୍ଦ ଶୁଣି ଆହୁରି ଡରିଗଲେ । ଡରି ଡରି ଖନେଇ ଖନେଇ କହୁଥିଲେ କି...ଏ ? କି...ଏ ? ସେ କୋଠରୀ ଭିତରେ ।ଏହା କହିବା ମାତ୍ରେ ସେ ବନ୍ଦ କୋଠରୀ ଭିତରୁ ଓ୍ବାଚମ୍ୟାନର ପିନ୍ଧା ଜୋତା , ପୋଷାକ ଆଦି ଡକ୍ଟର ସାହାବଙ୍କ ଉପରେ ପଡ଼ିଲା ଏବଂ ଡକ୍ଟର ସାହାବ ସେ ଭୂଇଁ ଉପରେ ଗଡ଼ି ପଡ଼ି ବେହୋସ୍ ହୋଇଗଲେ ।


 ଦଶ ମିନିଟ ପରେ ସେ ଶୁନଶାନ୍ ରାତିରେ ପାଖାପାଖି ଗୋଟିଏ ଦଶ ବର୍ଷର ଝିଅ ଗ୍ଲାସରେ ପାଣି ଧରି ଡକ୍ଟର ସାହାବଙ୍କ ନିକଟକୁ ଆସିଲା , ଡକ୍ଟରଙ୍କ ମୁହଁରେ ପାଣି ପକେଇ

ତାଙ୍କର ଚେତା ଫେରାଇଲା । ଡକ୍ଟର ସାହାବଙ୍କ ଚେତା ଆସିବା 

ମାତ୍ରେ ତତକ୍ଷଣାତ୍ ଝିଅଟି ଅଦୃଶ୍ୟ ହୋଇଗଲା । କିଛି ସମୟ ପରେ ଡକ୍ଟର ଛିଡ଼ା ହେଲେ । ପୁନଶ୍ଚ ଝିଅଟି ସାହାବଙ୍କ ପଛପଟୁ 

ଆସି ହାତ ମାରି ହସି ହସି କହିଲା ଏ ଡକ୍ଟର ସାହାବ କ'ଣ ମତେ ଦେଖି ଡରିଗଲ କି ? ଡକ୍ଟର ସାହାବ ଡରି ଡରି ଝିଅଟିକୁ ପଚାରିଲେ ମାଆ ତୁ କିଏ ? ତୁ ଏତେ ରାତିରେ ଏଠି ଏକା କ'ଣ କରୁଛୁ ? ଝିଅଟି ନମ୍ର ହୋଇ କହିଲା , ସାହାବ ମୋ ନାଁ ପରୀ ।

ମୁଁ ଏଠି ଏ ରାକ୍ଷସ ମାନଙ୍କ ରକ୍ତ ପିଇବାକୁ ଆସିଛି । ଆଉ ସେମାନେ ଯେମିତି ମୋ ବାପା ମାଆଙ୍କ ଠାରୁ ମତେ ଯେମିତି ଅଲଗା କରି ଏ ମାସୁମ୍ ଜୀବନ ସହ ଖେଳ ଖେଳିଛନ୍ତି , ମୁଁ ସେ 

ରାକ୍ଷସ ମାନଙ୍କୁ କେବେ ଛାଡିବିନି । ସାହାବ ଗୋଟି ଗୋଟି କରି 

ତାଙ୍କ ପରିବାର ଠୁ ତାଙ୍କୁ ଅଲଗା କରିବି ।


   ଡକ୍ଟର ସାହାବ ସହାନୁଭୂତି ହୋଇ ପରୀକୁ କହିଲେ , ଶାନ୍ତ 

ହେଇଯାଅ ମାଆ , ଏହାଶୁଣି ପରୀ ବହୁତ କାନ୍ଦିଲା ଆଉ କହିଲା 

କେମିତି ଶାନ୍ତ ହେବି ସାହାବ ସେମାନେ ତ ମୋ ଖୁସି ଛଡ଼ାଇ ନେଲେ ।ପୁନଶ୍ଚ ପରୀ ତୁନି ହୋଇ ଡକ୍ଟର ସାହାବଙ୍କୁ ତା ସହ କରିଥିବା କାହାଣୀକୁ ବଖାଣିଲା ।

     

   ସେଦିନ ଥାଏ ମୋ ବଡ଼ ଭଉଣୀ ପ୍ରିୟା ଦିଦିର ଜନ୍ମ ଦିନ

ଆମ ଘରେ ଖୁସିର ଉତ୍ସବ , ବାପା ଡ୍ୟୁଟି ସାରି ଘରକୁ ଫେରୁ ଫେରୁ ରାତି ହୋଇ ଯାଇଥିଲା , ଅପେକ୍ଷାରେ ଆମ ସାରା ଘର ପରିବାର । ବାପା ଘରକୁ ଆସିଲେ କେକ୍ କଟାଯିବ ଆଉ ଦିଦିର ଜନ୍ମ ଦିନ ପାଳନ କରାଯିବ । ଭଗବାନ ଏତେ ନିଷ୍ଠୁର ହେଲେ ଯେ ,ବାପା ରାସ୍ତାରେ ଆସୁ ଆସୁ ବାପାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଲା ଏବଂ ବାପା ବେହୋସ୍ ହୋଇ ତଳେ ପଡିଗଲେ । ବାପାଙ୍କ ହାତ ଗୋଡରେ ବହୁତ ଆଘାତ ଲାଗିଥିଲା 

ତେଣୁ ଏହି ହସ୍ପିଟାଲର ବାପାଙ୍କୁ ଆଡମିଟ୍ କରି ଦିଆଗଲା । ଡକ୍ଟର ଚିକିତ୍ସା କରି କହିଲେ , ସାର୍ ଆପଣ ଚାରି ପାଞ୍ଚ ଦିନ ବିଶ୍ରାମ ନିଅନ୍ତୁ ଠିକ୍ ହୋଇଯିବେ ।


ବାପା ଆଡମିଟ୍ ହେବା ଦୁଇଦିନ ପରେ ମାଆ ଆଉ ମୁଁ ବାପାଙ୍କୁ ଦେଖିବାକୁ ହସ୍ପିଟାଲ ଆସିଥାଉ । ଅଧିକ ରାତ୍ରୀ ହେବା ଫଳରେ

ମାଆ ଆଉ ମୁଁ ହସ୍ପିଟାଲରେ ରାତ୍ରୀଯାପନ କରିଥିଲୁ । ରାତ୍ରୀ 

ଘ.୧୨.୧୦ମି ମୁଁ ଓ୍ୟାସରୁମ ଯିବା ବାଟରେ ଜଣେ‌ ଓ୍ବାଚମ୍ୟାନ ମତେ ଦେଖି ପଚାରିଲେ , ଏତେ ରାତିରେ କୁଆଡେ ଯାଉଛ ? 

ମୁଁ ପଚାରିଲି ଅଙ୍କଲ ଓ୍ୟାସରୁମ କୋଉପଟେ ? ଓ୍ବାଚମ୍ୟାନ ମତେ ଦେଖି ଅନ୍ତରରେ ଏକ ରାକ୍ଷସକୁ ମୋ ଅଜାଣତରେ ଏକ ରାକ୍ଷସକୁ ଜାଗ୍ରତ କରି ସାରିଥିଲା । ଓ୍ବାଚମ୍ୟାନଟି ମତେ ଡାକି ନେଇ କହିଲା , ମୋ ସହ ଆମ ମୁଁ ଓ୍ୟାସରୁମ ଦେଖେଇବି । ମୁଁ 

ତାଙ୍କ ସହ ହସ୍ପିଟାଲର ଆଢ଼ୁଆଳରେ ଥିବା କୋଠରୀକୁ ଗଲି । 

ଓ୍ବାଚମ୍ୟାନ ମତେ କହିଲା ଏଇଟା ଓ୍ୟାସରୁମ । ସେ କୋଠରୀକୁ ପଶିବା ମାତ୍ରେ ଦୁଇଜଣ ଓ୍ବାଚମ୍ୟାନ ସେ କୋଠରୀକୁ ପଶିଯାଇ ଭିତର ପଟୁ ବନ୍ଦ କରିଦେଲେ ଆଉ ମୋ ସହ ବଳାତ୍କାର କଲେ ।ହାତ ଯୋଡ଼ି ବହୁତ ବିନତୀ କଲି , ଅଙ୍କଲ ମୋତେ ଛାଡ଼ିଦିଅ , ମୁଁ ଛୋଟ ପିଲାଟେ , ଆପଣଙ୍କ ଝିଅ ପରି । କିନ୍ତୁ ସେ ରାକ୍ଷସ ଦୁଇଜଣ ମତେ ବଳାତ୍କାର କରି ଜୀବନରୁ ମାରିଦେଲେ । ଆଉ 

ସେ କୋଠରୀକୁ ବନ୍ଦ କରି ଚାଲିଗଲେ । ଆଉ ମୋ'ର ସେହି ଆତ୍ମାଟି ସେ ବନ୍ଦ କୋଠରୀ ଭିତରେ ବିକଳ ହେଉଥିଲା । ସକାଳୁ ମୋ ବାପା ମାଆ ମତେ ବହୁତ ଖୋଜିଲେ । ଆଉ ପୋଲିସରେ ଏଫ୍.ଆଇ.ଆର ଦେଲେ , କିନ୍ତୁ ମୋ'ର କୌଣସି ବି ଖବର ମିଳିଲାନି । ମୁଁ ଖୁସି ଟିକେ ନ ପାଇ ଅତୃପ୍ତ ଆତ୍ମ ହୋଇ ଘୁରି ବୁଲିଲି । ଆଉ ଏଇ ବନ୍ଦ କୋଠରୀ ଭିତରେ ରହି, ଏହିପରି ରାକ୍ଷସ ମାନଙ୍କୁ ଉଚିତ୍ ସବକ୍ ଶିଖାଇବି । ସେ କୁନି ପରୀ କାନ୍ଦି କାନ୍ଦି ଡକ୍ଟର ସାହାବଙ୍କୁ କହିଲା , ଯଦି ମୁଁ କିଛି ଭୁଲ 

କରିଥାଏ ମତେ କ୍ଷମା କରିଦେବେ । ମୋ ବାପା ମାଆ ଆଉ ମୋ ପରିବାର କଥା ଆଜି ମୋର ବହୁତ ମନେ ପଡୁଛି । ଏହା ଶୁଣି ଡକ୍ଟର ସାହାବଙ୍କ ଆଖିରୁ ଦୁଇ ଟୋପା ଲୁହ ବହିଗଲା ।


 ଡକ୍ଟର ସାହାବ ସେ କୁନି ପରୀକୁ ପ୍ରତିଶ୍ରୁତି ଦେଲେ ଯେ ଭବିଷ୍ୟତରେ ଏ ପରି ନିନ୍ଦିତ କାର୍ଯ୍ୟକୁ ପ୍ରତିରୋଧ କରିବାକୁ ।କିଛି ଦିନ ପରେ ଡକ୍ଟର ସାହାବ ଝିଅଟିର କାହାଣୀକୁ ଶୁଣାଇବାକୁ ଏକ ଶଭାର ଆୟୋଜନ କଲେ ଏବଂ ଶଭାରେ ଘୋଷଣା କଲେ ଯେ ନାବାଳିକା ବଳାତ୍କାର ଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  


Rate this content
Log in

Similar oriya story from Horror