Purna chandra Rana

Children Stories

2.1  

Purna chandra Rana

Children Stories

ସାପ ଓ ଉଈ କଥା

ସାପ ଓ ଉଈ କଥା

2 mins
530


ବର୍ଷା ସାଙ୍ଗକୁ ପବନ ଆଉ ବିଜୁଳି ଓ ଘଡଘଡି ଶବ୍ଦରେ ଦୁନିଆରେ ସମସ୍ତେ ଭୟଭୀତ l ବନ୍ଯାର ପ୍ରକୋପରେ କେତେ ପଶୁ ପକ୍ଷୀ ପ୍ରାଣ ହରେଇଲେଣି ତ ଆଉ କେତେ ବନ୍ଯା ପାଣିରେ କୋଉ ଦିଗକୁ କାଇଁ ଭାସି ଯାଉଥିଲେ l


ନଦୀବନ୍ଧ କଡରେ ଉଚ୍ଚ ସ୍ଥାନରେ ଏକ ବଡ ପଥର କୋରଡରେ ଉଈ ବାସ କରୁଥିଲା l ପ୍ରବଳ ବର୍ଷା ହେଉଥାଏ, ଚାରିଆଡ଼େ ପାଣିର ସମ୍ଭାର, ଜୀବଜନ୍ତୁ ମାନେ ନିଜ ଖାଦ୍ୟ ସଂଗ୍ରହ ପାଇଁ ବହୁତ ଅସୁବିଧାର ସମ୍ମୁଖିନ ହେଉଥିଲେ l ଟିକେ ବର୍ଷାର ଧାର କମିବା ମାତ୍ରେ ଉଈ ନିଜ ବାସ ସ୍ଥାନରୁ ବାହାରି ନିଜ ଖାଦ୍ୟ ସଂଗ୍ରହ ପାଇଁ ବାହାରିଗଲା l ଉଈ କିଛିଦୂର ଯିବା ପରେ ହଠାତ୍ ଦେଖିଲା ହଳଦୀ ରଙ୍ଗର ଏକ ଛୋଟ ସାପ ପାଣିରେ ଭଲ ଭାବେ ପହଁରି ନପାରି ବାରମ୍ଵାର ବୁଡି ଯାଇଥିଲା l ଉଈ ଏ ସବୁ କଥା ଦେଖିଲା ପରେ,ସାପ ଛୁଆଟିକୁ ବଞ୍ଚାଇବା ପାଇଁ ଚିନ୍ତାକଲା l


ସାପ ତ ଉଈ ଠାରୁ ବହୁତ ଲମ୍ବା ଓ ଓଜନିଆଁ l ଉଈ ଚିନ୍ତାକଲା ମୁଁ ତ ଏକ ଛୋଟ ଜୀବ ମୁଁ ପାଣିରେ ପଶିଲେ ବନ୍ଯା ପାଣି ତ ମତେ ଭସେଇ ନେଇଯିବ ଓ ସାପକୁ ବଞ୍ଚାଇବା ମୋ ପକ୍ଷେ ସମ୍ଭବପର ହୋଇପାରିବ ନାହିଁ l ତେଣୁ ଉଈ ପାଣିରେ ନ ପଶି ଅଲଗା ଉପାୟ ଚିନ୍ତାକଲା ଓ ନଦୀବନ୍ଧ କଡରେ ଥିବା ଏକ ଶୁଖିଲା ଗଛ ପାଖକୁ ଗଲା l ଶୁଖିଲା ଗଛର ଏକ ଛୋଟ ଡାଳକୁ ଉଈ ନିଜ ଦାନ୍ତରେ କାଟିବା ଆରମ୍ଭ କଲା l କିଛି ସମୟ ପରେ ଉଈ ସେ ଡାଳଟିକୁ କାଟିବାରେ ସଫଳ ହେଲା ଓ ନିଜର ଶକ୍ତି ବଳରେ ଡାଳଟିକୁ ଆଣି ସାପ ପାଖକୁ ପକାଇ ଦେଲା l ଡାଳଟି ପାଣିରେ ଭାସିଯାଇ ସାପ ପାଖରେ ଲାଗିଲା ଏବଂ ଉଈ ସାପକୁ ଉପରୁ ଡାକରା ଦେଲା ବନ୍ଧୁ ସେ ଶୁଖିଲା ଡାଳର ସାହାରା ନିଅ, ନିଜ ଜୀବନକୁ ବଞ୍ଚାଅ l ସାପ ଏହା ଶୁଣି ସେ ଡାଳରେ ଚଢିଗଲା ଓ ପାଣି ଶୁଅରେ ଭାସିଯାଇ କଡରେ ଲାଗିଲା l

ସାପ ଉପରକୁ ଆସିବା ପରେ ଦୀର୍ଘ ନିଶ୍ଵାସ ନେଲା , ତା ପରେ ସାପ ଚାଲି ଚାଲି ଉଈ ପାଖକୁ ଆସିଲା l


ଉଈକୁ ଦେଖି ସାପ ବେଶ୍ ଖୁସି ହୋଇଗଲା l ଉଈ ସାପକୁ ପଚାରିଲା , ବନ୍ଧୁ ତୁମେ ଠିକ୍ ଅଛ ତ ? ସାପଟି ଖୁସିରେ କାନ୍ଦିପକାଇଲା ଓ ଉଈକୁ କହିଲା ବନ୍ଧୁ ତୁମେ ମତେ ନୂଆ ଜୀବନ ଦେଇଛ l ବର୍ଷା ପାଣି ଓ ପବନରେ ମୋ ବାସସ୍ଥାନ ଉଜୁଡି ଯାଇଛି ଏବଂ ମୁଁ ମୋ ମାଆକୁ ହରେଇଛି l ଉଈ ଏହା ଶୁଣି ବହୁତ ଦୁଃଖ ଅନୁଭବ କଲା ଏବଂ ସାପକୁ କହିଲା ବନ୍ଧୁ ତମେ ଜମା ଧର୍ଯ୍ୟହରା ହୁଅନା l ତମର ଏ ଛୋଟ ବନ୍ଧୁ ତମ ପାଖରେ ଅଛି , ତମର କିଛି ବି ଅସୁବିଧା ହେବନି l


ଉଈ ସାପକୁ ଧରି ସାଥିରେ ନିଜ ବାସସ୍ଥାନକୁ(ହୁଙ୍କା) ପାଖକୁ ଆସିଲା , ସାପ ଉଈର ବାସସ୍ଥାନ ଦେଖି ଖୁସି ଅନୁଭବ କଲା l ଭଇ ସାପକୁ କହିଲା , ବନ୍ଧୁ ମୋ ବାସସ୍ଥାନ(ହୁଙ୍କା) ତୁମର ବି ବାସସ୍ଥାନ l ସେହି ଦିନଠାରୁ ଉଈ ଓ ସାପ ହୁଙ୍କାରେ ସାଥି ହୋଇ ବାସକଲେ ଓ ଖୁସିରେ ରହିଲେ l



Rate this content
Log in