Purna chandra Rana

Action Others

2  

Purna chandra Rana

Action Others

ପ୍ରତିଶୋଧ

ପ୍ରତିଶୋଧ

3 mins
238


୧୯୯୭ ମସିହା ଜୁନ୍ ୧୭ ତାରିଖ ରାତି ଘ୧୧. ୨୩ ମି । ଫୋନ୍ ର ଆୱାଜ ଶୁଣି ବିଛଣାରୁ ଉଠି ଫୋନ କଲ୍ ରିସିଭ୍ କଲେ ଉର୍ମିଳା ଦେବୀ(ଉର୍ମି) ।

- ହ୍ଯାଲୋ.. ହ୍ଯାଲୋ.. ହ୍ଯାଲୋ..ତିନି ଚାରି ଥର କହିବା ପରେ କିଛି ବି ଶବ୍ଦ ଶୁଣାଗଲାନି । ପୁଣି ଥରେ ରିଙ୍ଗ୍ ଆସିଲା । ପୁଣି କଲ୍ ରିସିଭ୍ କଲେ ଉର୍ମିଳା ଦେବୀ l ଉର୍ମି ! ରାଜୁ କହୁଛି । ଘରେ ବାପାମାଆ କେମିତି ଅଛନ୍ତି ? ଆଉ ଆମ ରାଜକୁମାର କେମିତି ଅଛି ? ଆଉ ମାତ୍ର ତିନି ମାସ ପରେ ସେ ଆମ କୋଳକୁ ଆସିବ ନା l ଉର୍ମି ଦେବୀ ଟିକେ ଅନ୍ଯମନସ୍କ ହେଇଗଲେ । ରାଜୁ କହିଲେ କ'ଣ ଭାବୁଛ ମହାରାଣୀ ? ଆରେ ନାହିଁ କିଛି ନାହିଁ । ଆଉ ତୁମ ଦେହ କେମିତି ଅଛି ? ରାଜୁ କହିଲେ ହଁ ଭଲ ଅଛି। ଉର୍ମି ଶୁଣ ମୋର ସମୟ ହେଇ ଗଲାଣି ମୁଁ ଆଉ ଫୋନ୍ କରି ପାରିବିନି । ମୁଁ ଏବେ ଏକ ଅଜଣା ଜାଗାକୁ ଅପରେସନ ରେ ଯାଉଛି l ମୋ ପିଲାର ଯତ୍ନ ନେବ ଆଉ ତୁମେ ମଧ୍ଯ ଠିକ୍ ଠାକ୍ ରହିବ l ଏହା କହି ରାଜବୀର ସିଂହ (ରାଜୁ) ଫୋନ୍ କଲ୍ କାଟି ଦେଲେ। ହାତରେ ବନ୍ଧୁକ ନେଇ ସାଥି ମାନଙ୍କ ସହ ଅପରେସନ ପାଇଁ ଆଗମନ ହେଲେ l

କାଶ୍ମୀର ଘାଟିର କୋଉ ଏକ ଅଜଣା ଜାଗା । ଜଣା ନାହିଁ କ୍ଷେତ୍ରଫଳ କି ଜଣା ନାହିଁ ପରିସୀମା । ତନାତ୍ ଥିଲା ୧୫ ପଞ୍ଜାବ ରେଜିମେଣ୍ଟ l କ୍ଯାପ୍ଟେନ୍ ହରପ୍ରିତ ସିଂହଙ୍କ ଦାଇତ୍ଵରେ ଥାନ୍ତି ୧୫ ପଞ୍ଜାବର 'ଏ'  ପ୍ଲାଟୁନ୍ ଏବଂ ସେଇ ୨୫ ଜଣିଆ ପ୍ଲାଟୁନ୍ ରେ ଥିଲେ ହାବିଲଦାର ରାଜବୀର ସିଂହ l 

ଖବର ଆସିଲା କ୍ଯାପ୍ଟେନଙ୍କ ପାଖକୁ କି ଅନ୍ଯପାଖେ ୫ଜଣିଆ । ଆତଙ୍କବାଦୀ ଟିମ୍ ଭାରତ ସୀମା ପାର କରି କାଶ୍ମୀର ଘାଟିରେ ପ୍ରବେଶ କରିଛନ୍ତି l ଅପରେସନ ଜାରି କରିବାକୁ ହାଇ କମାଣ୍ଡରୁ ଆଦେଶ ଆସିଲା l ଏହା ଶୁଣି କ୍ଯାପ୍ଟେନ୍ ସାହାବ ତୁରନ୍ତ ପଦକ୍ଷେପ ନେଲେ ଏବଂ ସମସ୍ତଙ୍କୁ ଆଦେଶ ଦେଲେ ଓ ଅପରେସନ ଆରମ୍ଭ କଲେ l ଆଗକୁ ଆଗକୁ ଯାଇ ଅପରେସନକୁ ଆଗକୁ ବଢାଇଲେ। ହଠାତ୍ ବିପରିତ ଦିଗରୁ ଗୁଳି ଫୁଟିବାର ଶବ୍ଦ ଶୁଣାଗଲା। ଶବ୍ଦ ଶୁଣିବା ମାତ୍ରେ 'ଏ' ପ୍ଲାଟୁନ ନିଜକୁ ରକ୍ଷା କରିବା ପାଇଁ ଭୁଇଁରେ ଶୋଇଗଲେ l ପୁଣି ଲଗାତାର ଗୁଳି ଫୁଟିବା ଆରମ୍ଭ ହେଲା। ସମସ୍ତେ ନିଜ ନିଜ ଜାଗା ନେଇ ଛପି ଛପି ଆଗକୁ ବଢି ଚାଲିଲେ l ହଠାତ୍ ପ୍ଲାଟୁନ ଆଡକୁ ଗୁଳି ଆସିବାକୁ ଲାଗିଲା। ଏହା ଦେଖି କ୍ଯାପ୍ଟେନ୍ ସାହାବ୍ ନିଜ ସେନାକୁ ସତର୍କ କରାଇଦେଲେ l କହିଲେ ପ୍ରଥମେ ନିଜର ସୁରକ୍ଷା ରଖ ଏବଂ ଧିରେ ଧିରେ ଆଗକୁ ବଢ l ଏତିକି ବେଳେ ପ୍ଲାଟୁନର ଜଣେ ଜବାନଙ୍କ ହାତରେ ଗୁଳି ବାଜିଲା। ଏହା ସତ୍ତ୍ବେ ବି ସେ ଟିକେ ଆଗକୁ ଯାଇ ଟଳି ପଡିଲେ l ପଡିବା ମାତ୍ରେ ପାଣି ପାଣି କହି ପାଟିକରି ଉଠିଲେ । ରାଜବୀର ତାଙ୍କୁ ଗୋଟିଏ ଗଛମୂଳକୁ ଟାଣି ନେଇ ନିଜ ପିଠୁ ବ୍ଯାଗ୍ ରୁ ପାଣି କାଢି ଦେବାମାତ୍ରେ ଜବାନ୍ ଜଣକ ଟଳି ପଡ଼ିଲେ ଏବଂ ନିଜ ଜୀବନକୁ ଦେଶ ପାଇଁ ବଳିଦାନ ଦେଲେ l

ସମସ୍ତେ ଏହା ଦେଖୁଥାନ୍ତି। ଏହା ଦେଖି ସମସ୍ତଙ୍କ ଆଖିରେ ଲୁହର ସାଗର ଯେମିତି ଲହଡି ଖେଳୁଛି। କିଏ କାହାକୁ କିଛି କହି ପାରୁ ନାହାନ୍ତି l ସେହି ସମୟରେ ଆହୁରି ଗୁଳି ବର୍ଷଣ ହେଲା। ସମସ୍ତେ ନିଜ ନିଜ ସ୍ଥାନରେ ସତର୍କ ସହିତ ଅଛନ୍ତି l ରାଜବୀର ଥିବା ସ୍ଥାନରୁ କିଛି ଦୂରରେ ମୁଖା ବାନ୍ଧି ଦୁଇଜଣ ଆତଙ୍କବାଦୀ ଦେଖାଗଲେ।ଏହା ଦେଖି ରାଜବୀର କ୍ଯାପ୍ଟେନ୍ ସାହାବଙ୍କୁ ଜଣାଇଲେଏବଂ କ୍ଯାପ୍ଟେନ୍ ସାହାବ ବନ୍ଧୁକ ଖୋଲିବାକୁ ଆଦେଶ ଦେବା ମାତ୍ରେ ଦୁଇଜଣ ଆତଙ୍କବାଦୀଙ୍କୁ ଆଖି ପିଛୁଳାକେ ମାରି ଲହୁ ଲୁହାଣ କରିଦେଲେ 'ଏ' ପ୍ଲାଟୁନ l 

ଠିକ୍ ସେହି ସମୟରେ ଆରପଟୁ ପୁଣି ଗୁଳି ଆସିବାକୁ ଲାଗିଲା । ଲଗାତାର ଦୁଇଟି ଗୁଳି ଆସି ହାବିଲଦାର ରାଜବୀର ସିଂହଙ୍କ ଦେହରେ ବାଜିଲା । ଗୁଳି ବାଜିବା ମାତ୍ରେ ରାଜବୀର ନିଜ ବନ୍ଧୁକ ଖୋଲି ଲଗାତାର ତିନି ଜଣ ଆତଙ୍କବାଦୀଙ୍କୁ ମାରି ରକ୍ତାକ୍ତ କରି ପକାଇଲେ l ଏହା ଦେଖି ପୁରା ପ୍ଲାଟୁନ୍ ରାଜବୀରଙ୍କ ପାଖକୁ ଧାଇଁ ଆସିଲେ । ସେତେବେଳକୁ ରାଜବୀର ଶେଷ ନିଶ୍ୱାସ ତ୍ଯାଗ କରି ଦେଇଥିଲେ l ନିଜ ବନ୍ଧୁକ ଛାତି ଉପରେ ରଖି ସାରା ଜୀବନ ପାଇଁ ଶୋଇଯାଇଥିଲେ ରାଜବୀର l ରାଜବୀରଙ୍କ ପାର୍ଥିବ ଶରୀର ଏବଂ ଅନ୍ଯ ଜାବାନ୍ ଜଣକ ମର ଶରୀରକୁ ସାଙ୍ଗରେ ଧରି ପହଞ୍ଚିଲେ କ୍ଯାପ୍ଟେନ୍ ହରପ୍ରିତ ସିଂହ ଓ ସାଥିମାନେ ୧୫ ପଞ୍ଜାବ ରେଜିମେଣ୍ଟ୍ ରେ l ସବୁଆଡେ ଦୁଃଖ ର ଲହରି। ଜଣେ ଅଫିସର ରାଜବୀରଙ୍କ ମୋବାଇଲ୍ ନେଇ ରାଜବୀରଙ୍କ ଘରକୁ ଫୋନ କରିଲେ। ଫୋନ୍ ରିଙ୍ଗ ଶୁଣି ଉର୍ମି ଦେବୀ ଧାଇଁ ଆସି ଦେଖିଲେ ଫୋନ୍ ର ସ୍କ୍ରିନ୍ ଉପରେ ରାଜବୀରଙ୍କ ନମ୍ବର l ଉର୍ମି ଦେବୀ ଏହା ଦେଖି ଖୁସି ହେଇଗଲେ। ଖୁସିରେ କହିଲେ ହ୍ଯାଲୋ ରାଜବୀର କୁହ। କେତେବେଳେ ଡ୍ଯୁଟିରୁ ଫେରିଲ। ଏହା ଶୁଣି ଅଫିସର ଜଣକ ଲୋତକାପୂର୍ଣ୍ଣ ଆଖିରେ ଖନେଇ ଖନେଇ କହିଲେ। ମାଡାମ୍ ରାଜବୀର ଆଉ ଏ ଦୁନିଆଁରେ ନାହାଁନ୍ତି l

ଖବର ଶୁଣିବା ମାତ୍ରେ ଉର୍ମି ଦେବୀ କାନ୍ଦିବାକୁ ଆରମ୍ଭ କଲେ ଏବଂ ଡାକ ପକାଇଲେ ତାଙ୍କ ଶାଶୁ ଶ୍ୱଶୁରଙ୍କୁ । ଶାଶୁ ଶ୍ୱଶୁର ଦୌଡ଼ି ଆସିଲେ ଆଉ ପଚାରିଲେ କଣ ହେଲା ବହୂ ? ଉର୍ମି କହିଲେ ରାଜୁ ଆଉ ଏ ଦୁନିଆଁରେ ନାହାଁନ୍ତି l ଦୁଇ ଦିନ ପରେ ରାଜବୀରଙ୍କ ମର ଶରୀର ତାଙ୍କ ଜନ୍ମ ମାଟିରେ ପହଞ୍ଚିଲା ଏବଂ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେଲା l ଉର୍ମି ଦେବୀ ରାଜବୀରଙ୍କ ଜୁଇ ଛୁଇଁ ଶପଥ ନେଲେ ଯେ ତୁମ ଏ ସନ୍ତାନକୁ ଜନ୍ମ ଦେବୀ ଏବଂ ତୁମ ପ୍ରତିଶୋଧ ନେବାକୁ ଏ ସନ୍ତାନକୁ ଭାରତୀୟ ସେନାରେ ଅଫିସର କରିବି l ତିନି ମାସ ପରେ ଉର୍ମି ଦେବୀ ଜନ୍ମ ଦେଲେ ଏକ ପୁତ୍ର ସନ୍ତାନ ଓ ତାହାର ନାମ ଦେଲେ ରାଜକରନ୍ ସିଂହ l

ଦୀର୍ଘ ୨୩ ବର୍ଷ ପରେ ପୁଅକୁ ପାଠ ପଢାଇ ଉଚ୍ଚଶିକ୍ଷିତ କଲେ ଉର୍ମି ଦେବୀ ଏବଂ ଭାରତୀୟ ସେନାରେ ଅଫିସର ଭାବେ କାର୍ଯ୍ୟଭାର ସମ୍ଭାଳିଲେ ଏବଂ ରାଜବୀରଙ୍କ ପ୍ରତିଶୋଧର ବଦଲା ନେଲେ ପୁଅ ରାଜକରନ୍ l


Rate this content
Log in

Similar oriya story from Action