Purna chandra Rana

Tragedy Inspirational

3  

Purna chandra Rana

Tragedy Inspirational

ପ୍ରତିଶୋଧ

ପ୍ରତିଶୋଧ

3 mins
273



୧୯୯୭ ମସିହା ଜୁନ୍ ୧୭ ତାରିଖ ରାତି ଘ୧୧. ୨୩ ମି ଫୋନ୍ ର ଆୱାଜ ଶୁଣି ବିଛଣାରୁ ଉଠି ଫୋନ କଲ୍ ରିସିବ୍ କଲେ ଉର୍ମିଳା ଦେବୀ(ଉର୍ମି) ହ୍ଯାଲୋ.... ହ୍ଯାଲୋ.... ହ୍ଯାଲୋ ତିନି ଚାରି ଥର କହିବା ପରେ କିଛି ବି ଶବ୍ଦ ଶୁଣାଗଲାନି ; ପୁଣି ଥରେ ରିଙ୍ଗ୍ ଆସିଲା ପୁଣି କଲ୍ ରିସିଭ୍ କଲେ ଉର୍ମିଳା ଦେବୀ l ଉର୍ମି ! ରାଜୁ କହୁଛି ଘରେ ପାପା ଓ ମାଆ କେମିତି ଅଛନ୍ତି ଆଉ ଆମ ରାଜକୁମାର କେମିତି ଅଛି ଆଉ ମାତ୍ର ତିନି ମାସ ପରେ ସେ ଆମ କୋଳକୁ ଆସିବ ନା l ଉର୍ମି ଦେବୀ ଟିକେ ଅନ୍ଯମନସ୍କ ହେଇଗଲେ ; ରାଜୁ କହିଲେ କ'ଣ ଭାବୁଛ ମହାରାଣୀ ? ଆରେ ନାହିଁ କିଛି ନାହିଁ , ଆଉ ତୁମ ଦେହ କେମିତି ଅଛି ; ରାଜୁ କହିଲେ ହଁ ଭଲ ଅଛି, ଉର୍ମି ଶୁଣ ମୋର ସମୟ ହେଇ ଗଲାଣି ମୁଁ ଆଉ ଫୋନ୍ କରି ପାରିବିନି । ମୁଁ ଏବେ ଏକ ଅଜଣା ଜାଗାକୁ ଅପରେସନ ରେ ଯାଉଛି l ମୋ ପିଲାର ଯତ୍ନ ନେବ ଆଉ ତୁମେ ମଧ୍ଯ ଠିକ୍ ଠାକ୍ ରହିବ l ଏହା କହି ରାଜବୀର ସିଂହ (ରାଜୁ) ଫୋନ୍ କଲ୍ କାଟି ଦେଲେ, ହାତରେ ବନ୍ଧୁକ ନେଇ ସାଥି ମାନଙ୍କ ସହ ଅପରେସନ ପାଇଁ ଆଗମନ ହେଲେ l


କାଶ୍ମୀର ଘାଟିର କୋଉ ଏକ ଅଜଣା ଜାଗା, ଜଣାନାହିଁ କ୍ଷେତ୍ର-ଫଳ କି ଜଣାନାହିଁ ପରିସୀମା । ତନାତ୍ ଥିଲା ୧୫ ପଞ୍ଜାବ ରେଜିମେଣ୍ଟ l କ୍ଯାପ୍ଟେନ୍ ହରପ୍ରିତ ସିଂହଙ୍କ ଦାଇତ୍ଵରେ ଥାନ୍ତି ୧୫ ପଞ୍ଜାବର 'ଏ'  ପ୍ଲାଟୁନ୍ ଏବଂ ସେଇ ୨୫ ଜଣିଆ ପ୍ଲାଟୁନ୍ ରେ ଥିଲେ ହାବିଲଦାର ରାଜବୀର ସିଂହ l ଖବର ଆସିଲା କ୍ଯାପ୍ଟେନଙ୍କ ପାଖକୁ କି ଅନ୍ଯପାଖେ ୫ଜଣିଆ । ଆତଙ୍କବାଦୀ ଟିମ୍ ଭାରତ ସୀମା ପାର କରି କାଶ୍ମୀର ଘାଟିରେ ପ୍ରବେଶ କରିଛନ୍ତି l ଅପରେସନ ଜାରି କରିବାକୁ ହାଇ କମାଣ୍ଡରୁ ଆଦେଶ ଆସିଲା l ଏହା ଶୁଣି କ୍ଯାପ୍ଟେନ୍ ସାହାବ ତୁରନ୍ତ ପଦକ୍ଷେପ ନେଲେ ଏବଂ ସମସ୍ତଙ୍କୁ ଆଦେଶ ଦେଲେ ଓ ଅପରେସନ ଆରମ୍ଭ କଲେ l ଆଗକୁ ଆଗକୁ ଯାଇ ଅପରେସନ କୁ ଆଗକୁ ବଢାଇଲେ ହଠାତ୍ ବିପରିତ ଦିଗରୁ ଗୁଳି ଫୁଟିବାର ଶବ୍ଦ ଶୁଣାଗଲା । ଶବ୍ଦ ଶୁଣିବା ମାତ୍ରେ 'ଏ' ପ୍ଲାଟୁନ ନିଜକୁ ରକ୍ଷା କରିବାପାଇଁ ଭୁଇଁରେ ଶୋଇଗଲେ l ପୁଣି ଲଗାତାର ଗୁଳି ଫୁଟିବା ଆରମ୍ଭ ହେଲା । ସମସ୍ତେ ନିଜ ନିଜ ଜାଗା ନେଇ ଛପି ଛପି ଆଗକୁ ବଢି ଚାଲିଲେ l ହଠାତ୍ ପ୍ଲାଟୁନ ଆଡକୁ ଗୁଳି ଆସିବାକୁ ଲାଗିଲା । ଏହା ଦେଖି କ୍ଯାପ୍ଟେନ୍ ସାହାବ୍ ନିଜ ସେନାକୁ ସତର୍କ କରାଇଦେଲେ l କହିଲେ ପ୍ରଥମେ ନିଜର ସୁରକ୍ଷା ରଖ ଏବଂ ଧିରେ ଧିରେ ଆଗକୁ ବଢ l ଏତିକି ବେଳେ ପ୍ଲାଟୁନର ଜଣେ ଜବାନଙ୍କ ହାତରେ ଗୁଳି ବାଜିଲା । ଏହା ସତ୍ତ୍ବେ ବି ସେ ଟିକେ ଆଗକୁ ଯାଇ ଟଳି ପଡିଲେ l ପଡିବା ମାତ୍ରେ ପାଣି ପାଣି କହି ପାଟିକରି ଉଠିଲେ । ରାଜବୀର ତାଙ୍କୁ ଗୋଟିଏ ଗଛମୂଳକୁ ଟାଣି ନେଇ ନିଜ ପିଠୁ ବ୍ଯାଗ୍ ରୁ ପାଣି କାଢି ଦେବାମାତ୍ରେ ଜବାନ୍ ଜଣକ ଟଳି ପଡ଼ିଲେ ଏବଂ ନିଜ ଜୀବନକୁ ଦେଶ ପାଇଁ ବଳିଦାନ ଦେଲେ l


ସମସ୍ତେ ଏହା ଦେଖୁଥାନ୍ତି ଏହା ଦେଖି ସମସ୍ତଙ୍କ ଆଖିରେ ଲୁହର ସାଗର ଯେମିତି ଲହଡି ଖେଳୁଛି । କିଏ କାହାକୁ କିଛି କହି ପାରୁନାହାନ୍ତି l ସେହି ସମରେ ଆହୁରି ଗୁଳି ବର୍ଷଣ ହେଲା । ସମସ୍ତେ ନିଜ ନିଜ ସ୍ଥାନରେ ସତର୍କ ସହିତ ଅଛନ୍ତି l ରାଜବୀର ଥିବା ସ୍ଥାନରୁ କିଛି ଦୂରରେ ମୁଖା ବାନ୍ଧି ଦୁଇଜଣ ଆତଙ୍କବାଦୀ ଦେଖା ଗଲେ । ଏହା ଦେଖି ରାଜବୀର କ୍ଯାପ୍ଟେନ୍ ସାହାବଙ୍କୁ ଜଣାଇଲେ ଏବଂ କ୍ଯାପ୍ଟେନ୍ ସାହାବ ବନ୍ଧୁକ ଖୋଲିବାକୁ ଆଦେଶ ଦେବା ମାତ୍ରେ ଦୁଇଜଣ ଆତଙ୍କବାଦୀଙ୍କୁ ଆଖି ପିଛୁଳାକେ ମାରି ଲହୁ ଲୁହାଣ କରିଦେଲେ 'ଏ' ପ୍ଲାଟୁନ l 


ଠିକ୍ ସେହି ସମୟରେ ଆରପଟୁ ପୁଣି ଗୁଳି ଆସିବାକୁ ଲାଗିଲା ଲଗାତାର ଦୁଇଟି ଗୁଳି ଆସି ହାବିଲଦାର ରାଜବୀର ସିଂହଙ୍କ ଦେହରେ ବାଜିଲା , ଗୁଳି ବାଜିବା ମାତ୍ରେ ରାଜବୀର ନିଜ ବନ୍ଧୁକ ଖୋଲି ଲଗାତାର ତିନି ଜଣ ଆତଙ୍କବାଦୀଙ୍କୁ ମାରି ରକ୍ତାକ୍ତ କରିପକାଇଲେ l ଏହା ଦେଖି ପୁରା ପ୍ଲାଟୁନ୍ ରାଜବୀରଙ୍କ ପାଖକୁ ଧାଇଁ ଆସିଲେ । ସେତେବେଳକୁ ରାଜବୀର ଶେଷ ନିଶ୍ୱାସ ତ୍ଯାଗ କରି ଦେଇଥିଲେ l ନିଜ ବନ୍ଧୁକ ଛାତି ଉପରେ ରଖି ସାରା ଜୀବନ ପାଇଁ ଶୋଇଯାଇଥିଲେ ରାଜବୀର l ରାଜବୀରଙ୍କ ପାର୍ଥିବ ଶରୀର ଏବଂ ଅନ୍ଯ ଜାବାନ୍ ଜଣକ ମର ଶରୀରକୁ ସାଙ୍ଗରେ ଧରି ପହଞ୍ଚିଲେ କ୍ଯାପ୍ଟେନ୍ ହରପ୍ରିତ ସିଂହ ଓ ସାଥିମାନେ ୧୫ ପଞ୍ଜାବ ରେଜିମେଣ୍ଟ୍ ରେ l ସବୁଆଡେ ଦୁଃଖ ର ଲହରି । ଜଣେ ଅଫିସର ରାଜବୀରଙ୍କ ମୋବାଇଲ୍ ନେଇ ରାଜବୀରଙ୍କ ଘରକୁ ଫୋନ କରିଲେ, ଫୋନ୍ ରିଙ୍ଗ ଶୁଣି ଉର୍ମି ଦେବୀ ଧାଇଁ ଆସି ଦେଖିଲେ ଫୋନ୍ ର ସ୍କ୍ରିନ୍ ଉପରେ ରାଜବୀରଙ୍କ ନମ୍ବର l ଉର୍ମି ଦେବୀ ଏହା ଦେଖି ଖୁସି ହେଇଗଲେ, ଖୁସିରେ କହିଲେ ହ୍ଯାଲୋ ରାଜବୀର କୁହ... କେତେବେଳେ ଡ୍ଯୁଟିରୁ ଫେରିଲ, ଏହା ଶୁଣି ଅଫିସର ଜଣକ ଲୋତକାପୂର୍ଣ୍ଣ ଆଖିରେ ଖନେଇ ଖନେଇ କହିଲେ ମାଡାମ୍ ରାଜବୀର ଆଉ ଏ ଦୁନିଆଁରେ ନାହାଁନ୍ତି l


ଖବର ଶୁଣିବା ମାତ୍ରେ ଉର୍ମି ଦେବୀ କାନ୍ଦିବାକୁ ଆରମ୍ଭ କଲେ ଏବଂ ଡାକ ପକାଇଲେ ତାଙ୍କ ଶାଶୁ ଶ୍ୱଶୁର ଙ୍କୁ , ଶାଶୁ ଶ୍ୱଶୁର ଦୌଡ଼ି ଆସିଲେ ଆଉ ପଚାରିଲେ କଣ ହେଲା ବହୂ ? ଉର୍ମି କହିଲେ ରାଜୁ ଆଉ ଏ ଦୁନିଆଁରେ ନାହାଁନ୍ତି l ଦୁଇ ଦିନ ପରେ ରାଜବୀରଙ୍କ ମର ଶରୀର ତାଙ୍କ ଜନ୍ମ ମାଟିରେ ପହଞ୍ଚିଲା ଏବଂ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେଲା l ଉର୍ମି ଦେବୀ ରାଜବୀରଙ୍କ ଜୁଇ ଛୁଇଁ ଶପଥ ନେଲେ ଯେ ତୁମ ଏ ସନ୍ତାନକୁ ଜନ୍ମ ଦେବୀ ଏବଂ ତୁମ ପ୍ରତିଶୋଧ ନେବାକୁ ଏ ସନ୍ତାନକୁ ଭାରତୀୟ ସେନାରେ ଅଫିସର କରିବି l ତିନି ମାସ ପରେ ଉର୍ମି ଦେବୀ ଜନ୍ମ ଦେଲେ ଏକ ପୁତ୍ର ସନ୍ତାନ ଓ ତାହାର ନାମ ଦେଲେ ରାଜକରନ୍ ସିଂହ l ଦୀର୍ଘ ୨୩ ବର୍ଷ ପରେ ପୁଅକୁ ପାଠ ପଢାଇ ଉଚ୍ଚଶିକ୍ଷିତ କଲେ ଉର୍ମି ଦେବୀ ଏବଂ ଭାରତୀୟ ସେନାରେ ଅଫିସର ଭାବେ କାର୍ଯ୍ୟଭାର ସମ୍ଭାଳିଲେ ଏବଂ ରାଜବୀରଙ୍କ ପ୍ରତିଶୋଧର ବଦଲା ନେଲେ ପୁଅ ରାଜକରନ୍ l


             



Rate this content
Log in

Similar oriya story from Tragedy