Purna chandra Rana

Tragedy

4.5  

Purna chandra Rana

Tragedy

ହେଲମେଟ୍

ହେଲମେଟ୍

2 mins
738


କ'ଣ ଯେ ତମର ଏତେ ବିଳମ୍ବ ହେଉଛି , ଟିକେ ଶୀଘ୍ର ବାହାର ,କହି ପରେଶ ଯାଇ ଚେୟାର ଉପରେ ବସି ପଡିଲେ l ମମତା ନିଜେ ତୟାର ହୋଇ ନିଜ ପୁଅ ରଜତ କୁ ସାର୍ଟ ପିନ୍ଧେଇ ଦେଉଥାନ୍ତି ,ପୁଣି ପରେଶ କହି ଉଠିଲେ ଆରେ ମମତା ହେଲା କି ନାହିଁ l ହଁ ହଁ ତମେ ମୋଟର ସାଇକେଲ ବାହାର କର,ମୁଁ ପୁଅକୁ ନେଇ ଆସୁଛି l ଏହା କହି ମମତା ପୁଅ ରଜତ୍ କୁ ଧରି ବାହାରି ଆସିଲେ ଏବଂ ମଟର ସାଇକେଲରେ ବସି ପଡିଲେ,କିଛି ଦୂର ଗଲାପରେ ମମତା ପରେଶଙ୍କୁ କହିଲେ , ଆରେ ତମେ ହେଲମେଟ୍ ଭୁଲି ଯାଇଛ ପରେଶ l ପରେଶ କହିଲେbତମେ ଚିନ୍ତା କରନି ମମତା ମୁଁ ଯତ୍ନ ସହିତ ଗାଡ଼ି ଚଲେଇବି ଏହା କହି ପରେଶ ଆଗକୁ ବଢିଲେ l


ବାର୍ତ୍ତାଳାପେ ମୋଟର ସାଇକେଲ ଆଗକୁ ଆଗକୁ ଚାଲିଥାଏ, ତିନି ମୁଖରେ ହସର ଲହରି , ହସ ଖୁସି ସହିତ ପରେଶ, ମମତା ଆଉ ପୁଅ ରଜତ୍ ଯାଇ ପହଞ୍ଚିଲେ ଛୋଟ ଏକ ୱାଟର ପାର୍କରେ , ମଜା ମସ୍ତି ସହିତ ଦିନଟିକୁ ଖୁବ୍ ଅନୁଭବ କଲେ l ତିନି ବର୍ଷର ପୁଅ ରଜତ୍ ମମତାଙ୍କୁ କହିଲେ ମାଆ ,ମାଆ ସେ କଣ୍ଢେଇଟ୍ ଆଣି ଦିଅ, ପୁଅର ଜିଦ୍ ଦେଖି ମମତା ରଜତକୁ ଗୋଟେ କଣ୍ଢେଇ କିଣିଦେଲେ ଏବଂ ପୁଅ ରଜତ ବହୁତ ଖୁସି ହୋଇଗଲା l


ଦିନଟିକୁ ଅନୁଭବ କରୁ କରୁ ସମୟ ସନ୍ଧ୍ଯା ଘ.୦୫ . ୨୭ମି ହୋଇଗଲା, ମମତା କହି ଉଠିଲେ ପରେଶ୍ ସୂର୍ଯ୍ୟ ଅସ୍ତ ହେଲେଣି , ସନ୍ଧ୍ଯା ମାଡି ଆସିଲାଣି , ଚାଲ ଏବେ ଘରକୁ ଫେରିଯିବା l ବାବା ମାଆ ଅପେକ୍ଷା କରିଥିବେ ଯେ, ତାଙ୍କ ଗେଲ୍ଲା ନାତି ତ ଆମ ସାଥିରେ ଅଛି, ସେମାନେ ଆଉ କାହାକୁ ଗେଲ୍ଲା କରିବେ ଯେ l ଏହା ଶୁଣି ପରେଶ ଗାଡ଼ି ଷ୍ଟାର୍ଟ କଲେ, ମମତା ଓ ରଜତ୍ କୁ ବସେଇ ସମସ୍ତେ ଘର ଅଭିମୁଖେ ଯାତ୍ରା କରିଲେ l


କିଛି ଦୂର ଆସିବା କ୍ଷଣି ଗାଡ଼ିରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗାଡ଼ିଟି ରାଜ ରାସ୍ତାରେ ଅଟକି ଗଲା , ପରେଶ୍ ଚିନ୍ତାରେ ପଡିଗଲେ ସମୟ ଧିରେ ଧିରେ ଅତିକ୍ରାନ୍ତ ହେଉଥାଏ, ଗାଡ଼ି ସଜାଡିବା ପାଇଁ ପରେଶଙ୍କୁ ପାଖା ପାଖି ଏକ ଘଣ୍ଟା ସମୟ ଲାଗିଗଲା l ଗାଡ଼ି ଠିକ୍ ହେବା ପରେ ପରେଶ୍ ପୁଣି ଘର ଅଭିମୁଖେ ଆସିବା ସମୟରେ ପରେଶଙ୍କ ଗାଡ଼ିକୁ ହଠାତ୍ ଏକ ବଡ଼ ଗାଡ଼ି ଧକ୍କା ଦେଲା ଏବଂ ଗାଡ଼ି ପଲଟି ଗଲା l ତତ୍କ୍ଷଣାତ୍ ରାସ୍ତା ଉପରେ ଢେର୍ ସାରା ଜମାଟ ହୋଇଗଲା l ରାଜ ରାସ୍ତାରେ ଲୋକ ସିନା ଜମା ହୋଇଗଲେ କିନ୍ତୁ ପରେଶ ଓ ମମତାଙ୍କ ଜୀବନ କେହି ବଞ୍ଚାଇ ପାରିଲେନି l


ଦୁର୍ଘଟଣା ଘଟିବା କ୍ଷଣେ , ମମତା ଓ ପରେଶଙ୍କର ମୁଣ୍ଡରେ ଆଘାତ ଲାଗିବାରୁ ଦୁହେଁ ତୁରନ୍ତ ପ୍ରାଣ ହରାଇଥିଲେ l ଭାଗ୍ୟ ବସତଃ ରଜତ୍ ଗାଡ଼ିରୁ ଖସି ପଡିଥିଲା ଏବଂ ରାସ୍ତା କଡରେ ଥିବା ଘାସ ଉପରେ ପଡିବାରୁ ରଜତର ଜୀବନ ବଞ୍ଚି ଯାଇଥିଲା l ବାପା ମାଆଙ୍କ ମର ଶରୀର ଦେଖି ତିନି ବର୍ଷର ପୁଅ ରଜତ୍ ଲହୁ ଲୁହାଣ, ପୁଅର ଏ କାନ୍ଦ ଦେଖି ଜନତା ବି ଧର୍ଯ୍ୟହରା , ସେପଟେ ରଜତଙ୍କ ଜେଜେ ମାଆ ଓ ଜେଜେ ବାପା ନାତି ଅପେକ୍ଷାରେ l ଏପଟେ ରାଜ ରସ୍ତାରେ ପୁଅ ବହୂଙ୍କ ମର ଶରୀର ସାଙ୍ଗକୁ ରଜତର ଛାତିଫଟା ଚିତ୍କାର ଯେମିତି ସମସ୍ତଙ୍କ ହୃଦୟକୁ କୋଠରୀକୁ ଚହଲେଇ ଦେଉଥିଲା l 


ଲୋକଙ୍କ ମୁଖରେ ଗୋଟିଏ କଥା ଶୁଣିବାକୁ ମିଳୁଥିଲା, ଯଦି ଗାଡ଼ି ଚାଳକ ହେଲମେଟ୍ ପିନ୍ଦିଥାନ୍ତେ , ହୁଏତ ଏପରି ଦୁର୍ଘଟଣା ଘଟିନଥାନ୍ତା l ଶେଷରେ ଆମ୍ୱୁଲାନ୍ସ ଯୋଗେ ସରକାରୀ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଗଲା ଏବଂ ରଜତକୁ ତାଙ୍କ ଜେଜେ ବାପା ଓ ଜେଜେ ମାଆଙ୍କ ପାଖେ ପହଞ୍ଚାଇ ଦିଆଗଲା l


Rate this content
Log in

Similar oriya story from Tragedy