Dr Jharana Satapathy

Tragedy

2  

Dr Jharana Satapathy

Tragedy

ଆଗକୁ ମୋ ପୁତ୍ରର ପାଳି

ଆଗକୁ ମୋ ପୁତ୍ରର ପାଳି

2 mins
665


ଆଗକୁ ମୋ ପୁତ୍ରର ପାଳି


ମୋ ବାପାଙ୍କ ପରି ଦୁନିଆରେ କେହି ହୋଇପାରିବେ ନାହିଁ। କି ଧର୍ଯ୍ୟ ଏବଂ ସହନଶୀଳତା। ପିତୃତ୍ବ କଣ ଆଜି ମୁଁ ନିଜେ ବାପା ହେଲାପରେ ଅନୁଭବ କରିପାରୁଛି । ସତରେ କେତେ ସହ୍ୟ କରିଥିଲେ ଆମର ଅଳି ଅର୍ଦଳି। ଆଜି ମୁଁ ମୋର ଗୋଟିଏ ପିଲାକୁ ମଣିଷ କରିବା ପାଇଁ କେତେ କଷ୍ଟ ସହିବାକୁ ପଡୁଛି। ସତରେ ବାପା ତୁମେ ଧନ୍ୟ ଏକାଥରକେ ସାତ ସାତଟା ପିଲାଙ୍କୁ ମଣିଷ କରାଇଲ। ଆମମାନଙ୍କୁ ପାଠସାଠ ପଢାଈ ଶିକ୍ଷିତ କରାଇଲ। ଭଲଘର ଦେଖି ବିବାହ ବି ଦେଲ। ନିଜେ ନ ଖାଇ ପିଇ ମୋ ପିଲାମାନେ ଖାଇବେ ବୋଲି ଦେଉଥିଲ। ସାତ ସାତଟା ପୁଅ ଥାଇ ତୁମେ ରହିଲ ଅନାଥଶ୍ରମରେ।


ଆଜି ମୋର ପାଳି ଆସିଗଲା ବାପା। ଆଜି ମୋ ପୁଅ ଚଗଲା ବଡହୋଇ ମତେ ପଚାରୁଛି ତୁମେ ମୋ ପାଇଁ କଣ କରିଛ? ସବୁବାପାମାନେ ତ ପିଲାମାନଙ୍କ ପାଇଁ ନିଜ କର୍ତ୍ତବ୍ୟକରନ୍ତି ଏହା କି ବଡ କଥା? ତୁମର ତିଳେ ହେଲେ ଏ ଘରେ ରହିବାର ଅଧିକାର ନାହିଁ। ଏ ଘର ପରା ମୋର। ସତରେ ଏ କଥା ମତେ ବହୁତ ବାଧିଲା ବାପା।


 ମୁଁ ମୋ ପୁଅ ବୟସ ଥିବା ସମୟରେ ଠିକ୍ ତୁମକୁ ସେହି କଥା ପଚାରିଥିଲି। ସତରେ କେତେ ବାଧିନଥିବ ତୁମକୁ! ସେ ଦିନର ସ୍ମୃତି ମନେପଡିଯାଉଛି ବାପା କେତେ ଭଲପାଇବା ସ୍ନେହ ଥିଲା ତୁମର ମୋ ପ୍ରତି।ବାର୍ଦ୍ଧକ୍ୟ ବୋଝ ସହ୍ୟ ନ କରି ପାରି ତୁମକୁ ଅନାଥଆଶ୍ରମରେ ଛାଡି ଆସିଲି। ତୁମର ଏତେ ପୁଅ ଥାଇ ଯେମିତି ଅବସ୍ଥା ଆଜି ବି ମୋର ଠିକ୍ ସେହି ଅବସ୍ଥା। ମୁଁ ବି ଯାଉଛି ସେହି ଅନାଥଶ୍ରମ।ଖାଲି ଏତିକି କହି ଘରୁ ଗୋଡ କାଡି ଯାଉଛି ବାପା ତୁମ କଥା ଭାବି ଭାବି ମୋ ପୁଅର ମଧ୍ୟ ପୁଅଟି ହୋଇ ତାର ବଂଶ ବଢୁ ତା ପୁଅ ତାକୁ ଏମିତି କରୁ।  କଥାରେ ଅଛି ବାପାଙ୍କ ବୃଦ୍ଧ ଅବସ୍ଥାରେ ପରା ପୁଅ ବାପାକୁ ପୋଷିବ। ସେଥିପାଇଁ ସମସ୍ତେ ପୁଅଟି ହେବାକୁ ଅପେକ୍ଷା କରିଥାନ୍ତି। ମୋ ପୁଅର ମଧ୍ୟ ପୁଅଟି ହେଉ ।ମୁଁ ସେହି ଦିନକୁ ଅପେକ୍ଷା କରିଵି ତା ପାଳି କେବେ ଆସିବ ?

ମୁଁ ବଞ୍ଚିଥିବି ନା ନାହିଁ କେଜାଣି ଠିକ୍ ତୁମ ପରି ସ୍ବର୍ଗରେ ଥାଇ ଦେଖିବି।



Rate this content
Log in

Similar oriya story from Tragedy