STORYMIRROR

PRIYANKA PRIYADARSINI

Tragedy Inspirational

2  

PRIYANKA PRIYADARSINI

Tragedy Inspirational

ଆଦର୍ଶ ଜୀବନ

ଆଦର୍ଶ ଜୀବନ

2 mins
44

    ରମେଶ ବାବୁ ଜଣେ ଶିକ୍ଷକ। ଖୁବ୍ ସ୍ଵାଭିମାନୀ। ଉପାସ ରହିଯିବେ ପଛେ, କାହା ଆଗରେ ହାତ ପାତିବେ ନାହିଁ। ଶିକ୍ଷକତା ସମୟରେ ସେ ଗୋଟିଏ ଶବ୍ଦ ସହ ଖୁବ୍ ପରିଚିତ ଥିଲେ, ଆଦର୍ଶ। ସେ କେବେ ହେଲେ ସେହି ଆଦର୍ଶ ଶବ୍ଦର ଅବମାନନା କରି ନାହାନ୍ତି। ପୁଅ ଭିତରେ ଜଣେ ଆଦର୍ଶ ପୁଅର ଭୂମିକା ଖୁବ୍ ଭଲ ଭାବରେ ନିଭାଇଛନ୍ତି। ଜଣେ ଆଦର୍ଶ ପତି ହୁଅନ୍ତୁ ଅବା ପିତା, ସେ ସବୁଥିରେ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିଛନ୍ତି। ନିଜ ଜୀବନର ଯେଉଁ ନୀତିରେ ସେ ପରିଚାଳିତ ହେଉଥିଲେ, କେହି ତାଙ୍କ ପ୍ରତି ଆଙ୍ଗୁଳି ଉଠେଇବା ତ ଦୂରର କଥା ମୁଣ୍ଡ ଉଠାଇ କଥା କହିବାର ମଧ୍ୟ ସାହସ କରି ପାରୁ ନଥିଲେ। କୌଣସି କାମରେ କେବେ ହେଳା କରି ନାହାନ୍ତି। ଅନ୍ୟାୟ ଆଗରେ କେବେ ଆଖି ବନ୍ଦ କରି ଦେଇ ନାହାନ୍ତି କି କୌଣସି ଅନ୍ୟାୟକୁ ପ୍ରଶୟ ଦେଇ ନାହାନ୍ତି। ତାଙ୍କରି ଜୀବନକୁ ତ କୁହାଯିବ ଆଦର୍ଶ ଜୀବନ। 

     ତାଙ୍କର ଦୁଇ ପୁଅ । ସାନ ପୋଲିସ୍ ଓ ବଡ଼ ବେକାର। ବଡ଼ ପୁଅକୁ ଯୋଗ୍ୟ କରିବା ପାଇଁ ସେ ଏବେ ଶୁଦ୍ଧା ଚେଷ୍ଟା ଚଳାଇଛନ୍ତି। ଦିନକର କଥା, ସାନ ପୁଅ କାହାକୁ କିଛି ନକହି ଭଲ ପାଉଥିବା ଝିଅକୁ ବାହା ହୋଇ ଘରକୁ ନେଇ ଆସିଲା। ସତରେ ଯେମିତି ରମେଶ ବାବୁଙ୍କ ପାଦ ତଳୁ ମାଟି ଖସି ଗଲା। ଜଣେ ଆଦର୍ଶ ପିତା ହିସାବରେ ପୁଅ ବୋହୂଙ୍କୁ ଘରକୁ ନେଲେ ସତ, କିନ୍ତୁ ସେହି ଦିନ ଠାରୁ ଯେମିତି ହୃଦୟ କବାଟରେ କଳଙ୍କି ଲାଗି ତାହା ଜାମ୍ ହୋଇଗଲା। ତା ପର ଠାରୁ ସେ କେବେ ବାହାରକୁ ବାହାରି ନାହାନ୍ତି, ଯଦି ବା କେବେ ବାହାରିଥିବେ , ତେବେ ଭିତରକୁ ନ ଗଲା ଯାଏଁ ମୁଣ୍ଡ ସେମିତି ତଳକୁ ହୋଇ ରହିଥିବ। 

    ଏହାର ଠିକ୍ ଦୁଇ ବର୍ଷ ପରେ ଏହି ଘଟଣାର ପୁନରାବୃତ୍ତି ହେଲା। ବଡ଼ ପୁଅ ମଧ୍ୟ ଝିଅଟିଏ ନେଇ ଘରକୁ ଆସିଲା, ସେ ଝିଅ ବୟସରେ ପୁଅ ଠାରୁ ବଡ଼ ହେବ ବୋଧହୁଏ। ସତେକି ରମେଶ ବାବୁଙ୍କ ମୁଣ୍ଡ ଉପରେ ଆକାଶ ଦୁଇ ଖଣ୍ଡ ହୋଇ ଗଲା। 

    ଆଦର୍ଶ ଜୀବନର ପ୍ରତ୍ୟେକ ସ୍ତମ୍ଭକୁ ଏତେ ଯତ୍ନର ସହ ଧରୁ ଧରୁ, ଆଜି ରମେଶ ବାବୁଙ୍କ ହାତରୁ ଆଦର୍ଶ ପିତା ରୂପକ ସ୍ତମ୍ଭଟି ତଳେ ପଡ଼ି ଖଣ୍ଡ ବିଖଣ୍ଡିତ ହୋଇ ଗଲା। ଏହି ଗୋଟିଏ ସ୍ତମ୍ଭ ଯେମିତି ତାଙ୍କ ଆଦର୍ଶ ଜୀବନର ସ୍ତୁପକୁ ସମ୍ପୂର୍ଣ୍ଣ ଧ୍ଵଂସ କରିଦେଲା। ସେଦିନ ଜୀବନରେ ପ୍ରଥମ ଥର ପାଇଁ ହୁଏତ ଶେଷ ଥର ପାଇଁ ମଧ୍ୟ ସେ କାନ୍ଦିଥିଲେ, ବୁକୁ ଫଟା ସେ ଚିତ୍କାର। ପର ଦିନ ଗାଁରେ ଗହଳି ଚହଳି ରମେଶ ବାବୁ ଆତ୍ମହତ୍ୟା କରି ଦେଇଛନ୍ତି............



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy