Kamal Kumar Dash

Comedy Drama

4.3  

Kamal Kumar Dash

Comedy Drama

ଆଧି ଘରବାଲୀ

ଆଧି ଘରବାଲୀ

2 mins
643



   ସକାଳୁ ସକାଳୁ ଶ୍ରୀମତୀଙ୍କ ସାଙ୍ଗ କଳ୍ପନା ମାଡାମ ଫୋନ କଲେ, ଫୋନ ଉଠାଇଲେ ସୁଶାନ୍ତ ବାବୁ କାରଣ ଶ୍ରୀମତୀ ବାଥ ରୁମ୍ ରେ ଥିଲେ । ଲକ ଡାଉନ ଯୋଗୁ ବହୁତ ଦିନ ହେଲା ଦେଖା ସାକ୍ଷାତ ହୋଇ ନଥିଲା ତେଣୁ ସବୁ କଥା ପଚାରିଲେ ମାଡାମ । ଶ୍ରୀମତୀ ବIଥ ରୁମରୁ ବାହାରି ପଚାରିଲେ କିଏ କି ? ସୁଶାନ୍ତ ବାବୁ କହିଲେ ଜଷ୍ଟ ଗେସ ? ସିଏ କହିଲେ କଳ୍ପନା ବଧେ ନହେଲେ ତୁମ ସାଙ୍ଗରେ କିଏ ଏତେ ଗପିବ? ଇଏସ ସି ଇଜ ଇଓର କଳ୍ପନା ଡାର୍ଲିଂ , ଜଷ୍ଟ ହାଭ ଏ ଟକ । ଶ୍ରୀମତୀ ଓ କଳ୍ପନା କଥା ବାର୍ତାରେ ଲାଗିଗଲେ 1ଘଂଟା । ତାପରେ ଗପରୁ ଉଠି ସୁଶାନ୍ତ ବାବୁ ଙ୍କ ଆଡେ ଚାହିଁ କହିଲେ ,ବାବୁ ତୁମେ ଏତେ ସମୟ ତା ସାଥିରେ କଣ ଗପୁଥିଲ ? ମୋ ବିଷୟରେ ତାକୁ କଣ ସବୁ କହୁଥିଲ ? ସୁଶାନ୍ତ ବାବୁ କହିଲେ ସରି ଡାର୍ଲିଂ ତମ ବିଷୟରେ କିଛିବି କହିନି ସେ ଯାହା ପଚାରିଲେ ତାର ଉତ୍ତର ଦେଉଥିଲି । ଶ୍ରୀମତୀ ପଚାରିଲେ ମୁଁ ନଥିଲା ବେଳେ ତା ସାଥିରେ ଏତେ ସମୟ ଗପିବା କଣ ଦରକାର ଥିଲା ? ସେ କଣ ତୁମ ଆଧି ଘରବାଲି କି ? ସୁଶାନ୍ତ ବାବୁ ମଜା କରିବାକୁ କହିଲେ ତୁମର ସାଙ୍ଗ ହେଲେ ମୋର ବି ସାଙ୍ଗ ହେଲେନI ଡାର୍ଲିଂ ।


ଶ୍ରୀମତୀ ଜୋରରେ କହିଲେ ସେ ମୋର ସାଙ୍ଗ ତୁମର ନୁହେଁ ,କେବେବି ତା ସାଙ୍ଗରେ ବେଶୀ କଥା ହେବନି , ମୁଁ ବାଥ ରୁମ୍ ରେ କହି, ଚୁପ ଚାପ ଫୋନ ରଖିଦେବ । ସୁଶାନ୍ତ ବାବୁ ମଜାରେ କହିଲେ ତୁମ ଭଉଣୀ ତ ଫୋନ ଉଠାଏନି ,କଳ୍ପନା ସାଥିରେ ଟିକେ କଥା ହୋଇଗଲି ଯେ କଣ ହୋଇଗଲା ? ତା ସାଥିରେ କଥା ହେବାକୁ ଭାରି ମନ ହେଉଛି ସେ କଁ କରିଥିଲା ଜାଣିଛ ତ ? ସୁଶାନ୍ତ ବାବୁ କହିଲେ ଜମା ଜାଣିନି ,କୁହତ ? ଶ୍ରୀମତୀ କହିଲେ ସେ ବହୁତ ରାଗି ତା ହଜବ୍ୟାଣ୍ଡ ଆଖିରେ ଲଙ୍କା ଗୁଣ୍ଡ ପକାଇ ଦେଇଥିଲା । ସୁଶାନ୍ତ ବାବୁ ଭାବୁଥିଲେ ତୁମେବି କୋଉ କମ କି ,ହେଲେ ଚୁପ ରହିଲେ ଓ ପଚାରିଲେ ତା ପରେ କଣ ହେଲା ? ଶ୍ରୀମତୀ କହିଲେ ତା ହଜବ୍ୟାଣ୍ଡ ଚଷମା ଲାଗନ୍ତି ତେଣୁ ବଂଚିଗଲେ । ସୁଶାନ୍ତ ବାବୁ କହିଲେ ଓହଃ ଭଲ ହେଲା ,ହେଲେ ଫୋନରେ ଲଙ୍କା ଗୁଣ୍ଡ ଏତେଦୂର ଆସିବନି, କହି ଟିକେ ହସିଦେଲେ ।ଶ୍ରୀମତୀ ରାଗରେ କହିଲେ ସିଏ ନ ପକାଇଲେ ମୁଁ ଲଙ୍କା ଗୁଣ୍ଡ ପକାଇଦେବି । ସୁଶାନ୍ତ ବାବୁ କହିଲେ ତମ ସମସ୍ତଙ୍କର କଣ ଏକା ପ୍ରକାର ଟ୍ରେନିଂ କି ? ତା ପରେ ଶ୍ରୀମତୀ ରାଗରେ କହିଲେ କଳ୍ପନା ମୋ ସାଙ୍ଗ, ତୁମର ଗାର୍ଲ ଫ୍ରେଣ୍ଡ କି ଆଧି ଘରବାଲୀ ନୁହେଁ ,ତାସଂଗରେ ଆଉ ଜମା ଅଧିକ କଥା ହେବନି । ନହେଲେ ଯାହା ହେବ ସେଥିପାଇଁ ତୁମେ ଦାୟୀ ରହିବ । ସୁଶାନ୍ତ ବାବୁ ଟିକେ ହସି ,ଓକେ ଡାର୍ଲିଂ କହି ନିଜ କାମ ରେ ବାହାରି ଗଲେ ।


Rate this content
Log in

Similar oriya story from Comedy