Amiya Bej

Drama Tragedy

2  

Amiya Bej

Drama Tragedy

ଆବାସିକ

ଆବାସିକ

2 mins
1.3K


{୧}

- ମୁଁ ତ ଡାକ୍ତର ହେବି । ନିଶ୍ଚୟ ହେବି । ମୋତେ କାହିଁକି ଏ ଲିଟ୍ରେଚର୍ , ହିଷ୍ଟ୍ରୀ , ଜିଓଗ୍ରାଫି ପରି ବେକାର ସବଜେକ୍ଟ ସବୁ ପଢିବାକୁ ବାଧ୍ୟ କରାଯାଉଛି ?ମ୍ୟାଥ୍ , ସାଇନ୍ସ ଏନଫ୍ ପାପା ।

- ଓଃ ! କି ଅବାନ୍ତର ? ଏଇସବୁ ପଢିପାଢି ଦୁନିଆଁସାରା ଡାକ୍ତର ବାହାରିଛନ୍ତି । ତୋର କଣ ପ୍ରୋବ୍ଲେମ୍ ?

- ହଁ ! ଏଇ ଭୂଲ୍ ଢାଞ୍ଚାର ଶିକ୍ଷା ବ୍ୟବସ୍ଥା ହିଁ ଗୋଟେ ପ୍ରୋବ୍ଲେମ୍ ପାପା ।

- ସଟଅପ୍ ! ବାହାନା କାଢେନା କହୁଛି । କୁଆଡ଼େ ଗଲ ?

- କଣ ? କଣ କହିଲୁ ବାପାଙ୍କୁ ?

- ଏ ପିଲା ଆଉଟ୍ ଅଫ୍ କଣ୍ଟ୍ରୋଲ୍ । ମନଇଛା ଯା ତା' କହୁଛି। ବୁଝା ତାକୁ ନୋଇଲେ ମୁଁ ଅଲଟରନେଟ୍ ବ୍ୟବସ୍ଥା କରିବି ।

- ଓକେ । କୁଲ୍ । ତୁମେ ଯାଅ, ଚା' ଥଣ୍ଡା ହେଲାଣି ।

{୨}

- ତା ଆଗରେ କିଛି କହିଲିନି । ସତରେ କିନ୍ତୁ ସେ ବିଗିଡି ଗଲାଣି । ଏଠି ସବୁବେଳେ ସାଙ୍ଗସାଥୀ । ସବୁବେଳେ ଭୋଜିଭାତ, ବୁଲାବୁଲି । ଯେତେ ବଢୁଛି ସେତେ ମନମୁଖୀ । ତୁମେ ଯା ଚିନ୍ତା କରିଛ କର ମୋର କିଛି କହିବାର ନାହିଁ ।

-ଘରୁ ପଦାକୁ ଗଲେ ଯାଇ ସଜାଡିହେବେ ପିଲେ । ଆମ ସାହୁବାବୁଙ୍କ ଝିଅଟା ଗାୟତ୍ରୀ ରେସିଡେଣ୍ଟାଲରେ ପଢୁଥିଲା । ଦେଖ ଏଇଥର ଓଏସ୍ ପାଇଛି । ସେଠି ସକାଳୁ ଉଠିବାରୁ ନେଇ ରାତିରେ ଶୋଇବାଯାଏଁ ଦେଖାରଖା । ସେଇଠି ଖେଳକୁଦ , ସେଇଠି କୋଚିଂ । ଭଲ ପରିବେଶ । ମଣିଷ ତିଆରି କାରଖାନା । କହିବ ଯଦି କଥାହେବି ।

- ହଁ ! ଭଲଯଦି ମନାକାଇଁ କରିବି ?

{୩}

ଡଷ୍ଟବିନଟାକୁ କିଏ ଘରସାରା ଅଜାଡି ପକେଇଛି ? ଅଧା ଖାଇବା କିଏ ପ୍ଲେଟ୍ ରେ ଛାଡ଼ିଛି ? ଏ ଟିଭି ରିମୋର୍ଟ୍ ଟା କୁଆଡ଼େ ଗଲା ? ସାଇକେଲ କୁ ଏମିତି ଢଙ୍ଗରେ ଥୋଇଛି କିଏ , ସେପଟକୁ ଯାଇ ହେଉନି ? ଖୋଜି ଆଣିଲେବି , ଏ ଘରେ ଖୁଚୁରାଟେ ମିଳୁନି ! ବାଲକୋନୀରେ ସେ ଓଦା ଲୁଗା ସବୁ କିଏ ଏମିତି ଲୋଚାକୋଚା କଲାଆସି ?

{୪}

ଘରଟା ଥରେ ଓଳାଇଦେଲେ ଆଉ ଅସନା ହେଉନଥିଲା ଜମା । ପର୍ସରୁ ଟଙ୍କାଟିଏ ବି ଏପଟସେପଟ ହେଉନଥିଲା ଏବେ । ଖୋଜୁଖୋଜୁ ଟିଭି ରିମୋର୍ଟ୍ ମିଳିଯାଉଥିଲା । ବିସ୍କୁଟ୍ ଡବାରୁ ଖଣ୍ଡେ ବି କମୁନଥିଲା । କିଚେନ୍ ସାରା ଅମୂଲ୍ ଗୁଣ୍ଡ ବିଞ୍ଚି ହେଉନଥିଲା । ଜୋତା ଷ୍ଟାଣ୍ଡରେ ଜୋତା ସବୁ , ବହିଥାକରେ ପୁରୁଣା ବହିତକ , କପବୋର୍ଡରେ ଇସ୍ତ୍ରୀଦିଆ ବଳକା ପୋଷାକ , ଶିଢିତଳେ ସେ ଗିୟର୍ ବାଲା ସାଇକେଲ , ଟେବୁଲ୍ ଉପରେ ସେ ଭିଡ଼ିଓଗେମ୍ , କମ୍ପ୍ୟୁଟର କଡେ ଥୁଆ ସନଗ୍ଲାସ୍ ଆଉ ସେ ମେରୁନ୍ କ୍ୟାପ୍, ଆଦି ଅନେକ କିଛି , ହଲଚଲ୍ ହେଉନଥିଲେ , ନିଜନିଜର ସାଇତା ଜାଗାମାନଙ୍କରୁ !

ସୁମିତ୍ ଫେରୁଥିଲେ ଅଫିସରୁ । ଚା' ନେଇ ବସିପଡ଼ୁଥିଲେ ଟିଭି ପାଖରେ । ସମୟରେ ଖାଇଦେଇ ବିଛଣାରେ ଗଡି ପଡୁଥିଲେ । ସକାଳୁ ସଅଳ ଉଠି ସେ ତିଆରୁଥିଲା ବ୍ରେକଫାଷ୍ଟ୍ । ସୁମିତଙ୍କୁ ବାଏବାଏ କଲାପରେ ଆଉକିଛି କାମ ନଥିଲା ଏ ଭୂତକୋଠୀରେ ! କିଛି ନିତିଦିନିଆ ମଇଳା କପଡ଼ା ରହୁନଥିଲା ଧୋଇବାକୁ । ଠିକ୍ ଦୁଇଟା ପନ୍ଦରରେ ଖାଇବା ଗରମ କରି କାହାର ଆସିବା ବାଟ ଚାହିଁବାକୁ ପଡୁନଥିଲା ଆଉ । ଟିକେ ଶୋଇପଡ ଉଠି ଟ୍ୟୁସନ୍ ଯିବୁ କହିବା ଦର୍କାର ନଥିଲା ।

- ମାମା ! ପାଣିଗ୍ଲାସେ ଦେଲୁ । ରହ ଦେଉଛି କହି , ପାଣିଧରି ତା ପଢାଘରକୁ ଆସିବାରୁ କେହିନାହିଁ କେଉଁଠି ! କେହିଆସି ପଛପଟୁ ଆଖି ବନ୍ଦକରି ଓହଳି ପଡୁନି ଆଉ !

- କୁଆଡ଼େ ଗଲୁ ସୋନୁ ? ନେ ପାଣି । ଆରେ କାଇଁ ତୁ ? କେଉଁଠି ଲୁଚିଛୁ କହ ଧନ ? ପିଇଦେ ନେ , ଶୋଷ କରୁଥିବରେ .......

ଅମିୟ ବେଜ୍ ,

ଘଟଗାଁ , କେନ୍ଦୁଝର


Rate this content
Log in

Similar oriya story from Drama