STORYMIRROR

Nibedita Mishra

Tragedy

4.5  

Nibedita Mishra

Tragedy

୩-ଢେଉ

୩-ଢେଉ

1 min
3.1K


କାଲି ହଠାତ୍ ସମୁଦ୍ର କୂଳରେ ବୁଲୁବୁଲୁ ମାନିନୀଙ୍କ ସ୍ବାମୀଙ୍କ ସହିତ ଦେଖା ହେଇଗଲା।ତାଙ୍କ ଲଣ୍ଡାମୁଣ୍ଡ ଦେଖି ପଚାରିଲି କିଏ ମଉସା ନା ମାଉସୀ??

ସେ ଖୁବ ଗମ୍ଭୀରତାର ସହ କିଛି କ୍ଷଣ ଚୁପ୍ ରହିବା ପରେ ଉତ୍ତର ଦେଲେ-ନା--------ନା-------। ମାନିନୀ ।

ସବୁକିଛି ହଠାତ୍ ସ୍ତବ୍ଧ ହେଇଗଲା।କେବଳ ମୋ ଅନ୍ତରର କୋହର ଢେଉକୁ ଛାଡି।

ତାପରେ ପାଖାପାଖି ଅଧଘଣ୍ଟା ଆମେ ଏକାଠି ବସିଲୁ।ହାତରେ ଚା କପଟିକୁ ଧରି।ଏକଦମ୍ ନିରବ।ନିରେଖି ଚାଲିଥିଲୁ ସମୁଦ୍ରର ଢେଉ ସବୁକୁ।କାଳେ କେଉଁ ଏକ ଢେଉ ସହ ମାନିନୀ ଫେରି ଆସିବ କି????

ନିବେଦିତା ମିଶ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy