Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manorama Mohanty

Inspirational

4  

Manorama Mohanty

Inspirational

ଯତ୍ନ ବଳେ ରତ୍ନ ମିଳେ

ଯତ୍ନ ବଳେ ରତ୍ନ ମିଳେ

1 min
498



ଯତନ କରିଲେ ରତନ ମିଳଇ 

ଭୁଲ ନାହିଁ ପିଲେ କେବେ, 

ବିଶ୍ୱାସ ନ ହେଲେ ଗୁରୁଙ୍କୁ ପଚାର 

ଜାଣି ତ ପାରିବ ତେବେ |


  ସାଧନା ର ମୂଳେ ସବୁ ଲବ୍ଧ ହୁଏ 

ଦୃଢଇଚ୍ଛା ମୂଳମନ୍ତ୍ର, 

ପାଠ, ଗୀତ,ବାଦ୍ୟ, ଖେଳ, ଚିତ୍ରାଙ୍କନ 

ସବୁ ସାଧନା ର ତନ୍ତ୍ର |


ଧନ, ମାନ, ଯଶ, ପଦ ଓ ପଦବୀ 

ଯାହାକୁ ଯାହା ମିଳିଛି 

ସବୁରି ମୂଳରେ ଅଧ୍ୟବସାୟ ରୁ 

ସବୁ ସମ୍ଭବ ହୋଇଛି |


 ଜମି, କୋଠାବାଡ଼ି, ଦାମୀ ଯେତେ ଗାଡି 

ମନଚାହେଁ ଚିଜ ଯେତେ, 

ଅଧିକ ଅଧିକ ପରିଶ୍ରମ କଲେ 

ସହଜେ ପାଇବ କେତେ |


ତେଣୁ ହେ ବାଳକ, ବାଳିକା ସଭିଏଁ 

ସଦା ସତକଥା କୁହ, 

ଅନ୍ୟାୟ, ଅନୀତି, ପଥ ରୁ ଓହରି 

ସୁପଥ ରେ ପାଦଦିଅ |


 ତେବେ ଯାଇ ତୁମ ଜୀବନ ସାର୍ଥକ 

ହୋଇବ ଜାଣ ନିଶ୍ଚୟ,

ଲଭି ସତଶିକ୍ଷା ଦେଖାଇ ଆଦର୍ଶ 

ଗଢ଼ ନିଜ ପରିଚୟ |



Rate this content
Log in