STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଯୋଜନା ଖିଆ ଗ୍ଯାସ୍‌‌

ଯୋଜନା ଖିଆ ଗ୍ଯାସ୍‌‌

1 min
19


ନିର୍ବାଚନୀ ଛୁଙ୍କ ବାସୁଛି‌ ସବୁଠିଁ

   ମୋ ଘରେ ବି ବାସୁଅଛି,

ଦିନ ରାତି ଯାହା ବେଦମ ହେଲିଣି

   ଖୁଁ‌ ଉଁ ଖୁଁ‌ ଉଁ କାଶି କାଶି।

ଫୁଟାଣିଆଙ୍କର କଥା ଫୁଟଣକୁ

    ରଶୁଣିଆଙ୍କ ରସୁଣ,

ବାହାପିଟିଆଙ୍କ ଭାଷଣ ବାଜିର

    ନାଲି ଲଙ୍କା ଛୁଙ୍କ ଜାଣ।

ସଭିଙ୍କି ସଭିଏଁ ଚ‌ଉଦ ପା' ଯେ

   କେହି କାରେ‌ ଊଣା ନୁହେଁ,

ମୋଭଳି କେତେକ ନିରୀହ ଜୀବଙ୍କୁ

    ପଚାରୁଛି ଅବା କିଏ?

ମୋ ଘରେ ପଶିଛି ନିର୍ବାଚନ ଛୁଙ୍କ

   ଲାଗେ ରାଜନୀତି ପାଲା,

ମୁଁ କଂଗ୍ରେସକୁ ସ୍ତ୍ରୀ ମୋ ବିଜେଡି‌

   ପୁଣି ବିଜେପି ମୋ ପିଲା।

ତେଣୁ ମୋ କଥାକୁ କେହି ମାନନ୍ତିନି‌

    ମୁଁ ଗୋଟେ ବେକାର ଲୋକ,

ଫାଇଭ୍‌ ଟି ନାରୀ ଯେଣୁ ମୋର ସ୍ତ୍ରୀ

    ମୋ ଘରେ କରେ ରାଜତ୍ଵ।

ଅନେକ ଯୋଜନା ଖାଇ ଖାଇ ଏଣେ 

    ଦିଶିଲାଣି ହାତୀ ପରି,

ଏଇଭୋଟ୍‌ ବେଳେ ଏତେଖାଇଲାସେ

    ଗ୍ୟାସ୍ ଗଲା ତାର ବଢି।

ହଜମ ହ‌ଉନି ଦେହରେ ଯାଉନି

    ଯୋଜନାକୁ ଖାଉ ଖାଉ,

ଅଜୀର୍ଣ୍ଣ ହେବାରୁ ସବୁବେଳେ ରଙ୍ଗୀ

    ଛାଡୁଥାଏ ଅଧଃବାୟୁ।

ସେ ଛୁଙ୍କ ପାଖରେ ନିର୍ବାଚନୀ ଛୁଙ୍କ

    ଫିକା ପଡ଼ିଯାଏ ସତେ,

ତାକୁ ଏକା ନୁହେଁ ସଭିଙ୍କୁ ଏ ରୋଗ

    ମାଗଣା ଖାଆନ୍ତି ଯେତେ।

ଫାଇଭ୍‌ ଟି ନାରୀ ନୁହଁନ୍ତି କାହାରି

    ଅର୍ଥ ସର୍ବସ୍ବ ତାଙ୍କରି‌,

ଘର ଲୋକ ପଛେ ହୋଇଯାଉ ପର

    ଦଳ ପ୍ରେମ ତାଙ୍କ ଭାରି‌।

ଏମିତି ଦଳର ପ୍ରଚାର କରିଲେ

    ହେଲେ କେତେ ନିଲମ୍ବିତ,

ତଥାପି ମିଶନ ଶକ୍ତି ନାଆଁ ନେଇ

    ଚଳାଇଛନ୍ତି ରାଜତ୍ଵ।

ଫାଇଭ୍ ଟି ନାରୀ ବାହାରକୁ ଗଲେ

    ଘରକୁ ମିଳେ ଆଶ୍ୱସ୍ତି, 

ଫାଇଭ୍‌ ଟି ନାରୀ ମଞ୍ଚୁ ଓହ୍ଲାଇଲେ

    ସଭାରେ ଖେଳ‌ଇ ଶାନ୍ତି।

ଫାଇଭ୍‌ ଟି ନାରୀ ଷ୍ଟାଇଲି‌ ଫୋପାଡି

    କାନି ଝାଡି ଝାଡି ଗଲେ,

ତାଙ୍କ ପଛେପଛେ କଜିଆ ଝଗଡା

    ଚାଲି ଯାଉଥାନ୍ତି ଭଲେ‌।

ସବୁଦିନ ମୋତେ ସ୍ତ୍ରୀ କହୁଥାଏ

   ତାଙ୍କୁ ଭୋଟ୍‌ ଦେବାପାଇଁ,

ଅନ୍ତରରୁ ନୁହେଁ ଡରିକି ଉପରୁ

    ହଁ ମାରିଦିଏ‌ ମୁହିଁ।

କିଛି କଥା ନାହିଁ ଅଧିକାର ଯହିଁ

    ପ୍ରତି ନାଗରୀକଟିର‌,

ସ୍ତ୍ରୀ ପିଲାଙ୍କର ମତଦାନ ଦେବା

    ଅଟେ ନିଜସ୍ଵ ବିଚାର।

ତଥାପି ଭୋଟର ହେଉ ହୁସିଆର

    କା'ଠାରୁ‌ ଲାଞ୍ଚ ନ ନେଉ‌,  

ଲାଞ୍ଚ ନେଇ ପାଞ୍ଚ ବର୍ଷ ପରଯନ୍ତ‌

    ହୀନସ୍ତା କେବେ ନ ହେଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy