Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Mukti Kanta

Tragedy

3  

Mukti Kanta

Tragedy

ଯାଉଛି ମଶାଣି ଭୁଇଁ

ଯାଉଛି ମଶାଣି ଭୁଇଁ

1 min
215


ଚାଲି ଗଲୁ ପ୍ରିୟା ଛାଡ଼ି ମୋ ଦୁନିଆ

  ମିଛ ପ୍ରତିଶ୍ରୁତି ଦେଇ,

ହୃଦୟରୁ ତୋର କାଢି ଫିଙ୍ଗି ଦେଲୁ

  ନୂଆ ପ୍ରେମିକଟେ ପାଇ ।

ଆଜି ପରେ ଯେବେ ଡାକିବୁ ମତେ ତୁ

 ଆଉ ମୁଁ ଶୁଣିବି ନାହିଁ,

ଆଜି ପରେ ଯେବେ ଖୋଜିବୁ ମତେ ତୁ

  ଆଉ ତୁ ପାଇବୁ ନାହିଁ ।

ଶେଷ ସମୟରେ କହି ମୁଁ ଯାଉଚି

  ଆଉ ଯେ ଫେରିବି ନାହିଁ,

ତୋ ଜୀବନରୁ ମୁଁ ଦୂରେ ବହୁ ଦୂରେ

  ଯାଉଚି ବିଦାୟ ନେଇ ।

ଖୁସିରେ ଖୁସିରେ କରିବୁ ସଂସାର

  ଶାଶୁଘରେ ତୋର ଯାଇ,

ହତଭାଗା ମୁହିଁ ମୋ ଭାଗ୍ୟ ଆଦିର

  ଯାଉଛି ମଶାଣି ଭୂଇଁ ।



Rate this content
Log in

More oriya poem from Mukti Kanta

Similar oriya poem from Tragedy