ଉତ୍ତମ ବିଚାର
ଉତ୍ତମ ବିଚାର
ସତେକିବା ଥିଲା ପୁରୁଣା ପ୍ରଥାଟି
ଆମପାଇଁ ଶ୍ରେୟସ୍କର,
ବାରମ୍ବାର ଏହି କଥାଟି ମୋହର
ମନେ ଆସଇ ବିଚାର ।।
ଆଗ ସମୟର ଟାଣୁଆ ଶରୀର
ସତେ କି ଦୁର୍ଲଭ ଆଜି,
ଶତାୟୁ ଆୟୁଷେ ଜୀବନର ମୂଲ୍ୟ
କୁଆଡେ ଯାଇଛି ହଜି ।।
ମଣିଷ ବୁଝୁନି ଶରୀର ଦକ୍ଷତା
ସହଜିଆ ବାଟ ଖୋଜି,
ରହିବାକି ସୁସ୍ଥ, ଝାଳ ନ ବାହାରି ?
ଏ କଥା ପାରୁନି ବୁଝି ।।
ଚଳଣି ତାଙ୍କର ଥିଲା କି ଉନ୍ନତ
ମନରେ ଉଠଇ ପ୍ରଶ୍ନ,
ଚାକଚକ୍ୟ କିନ୍ତୁ ଲ
ୁହାର ଅଟଇ
ଆମ ଖାଇବା ବାସନ ।।
କଂସା,ପିତ୍ତଳ ଯେ ଅଦୃଶ୍ୟ ହୋଇଛି
କଦଳୀ ପତ୍ର ସପନ,
ଖାଇବାର ପାତ୍ର ଆଜି କୋଣେକୋଣେ
ପ୍ଲାଷ୍ଟିକ କରେ ପୂରଣ ।।
ସେଥିପାଇଁ ବୋଧେ ରୋଗବ୍ୟାଧି ଆମ
ଶରୀରେ କରୁଛି ବାସ,
ଅଦିନରେ ଚୁଟି ପାଚେ,ଝଡିଯାଏ
ହେଉଅଛେ ଉପହାସ ।।
ପିଢ଼ି ପରେ ପିଢ଼ି ବିଚାର ବଦଳେ
ସେ କଥାରେ ଶଙ୍କା ନାହିଁ,
ଉତ୍ତମ ବିଚାର ସ୍ମରଣୀୟ ରହୁ
ସେ କଥା ଭୁଲିବା ନାହିଁ ।।