STORYMIRROR

Saroj Kumar Sahu

Inspirational

4  

Saroj Kumar Sahu

Inspirational

ଅନୁତାପ

ଅନୁତାପ

1 min
776

       

ଜ୍ଞାତରେ ହେଉ କି ଅଜ୍ଞାତରେ ହେଉ

ଭୁଲ ଯଦି ହୋଇଯାଏ,

ସେହି ଭୁଲ ଯଦି ସୁଧୁରି ନପାରେ

ଅନୁତାପ ସୃଷ୍ଟି ହୁଏ  ।।


ସମୟ ସରିଲେ ଅନୁତାପ କଲେ

ଲାଭ କିଛି ହୁଏ ନାହିଁ,

ସମୟଟି ଆମ ମୂଲ୍ୟବାନ ଅଟେ

ହେବନି ତାକୁ ଏଡାଇ  ।।


ନ ନିଏ ବିରତି ସମୟର ଗତି

ଛାଡିଯାଏ କିନ୍ତୁ ସ୍ମୃତି,

ଥରେ ଚାଲିଗଲେ ଆସେ ନାହିଁ କେବେ

ସ୍ୱର୍ଣ୍ଣ ଅବସର ତାତି  ।।


ଛାତ୍ର ପାଇଁ ମୂଳ ଶିକ୍ଷା ଓ ଚରିତ୍ର

ପଥଭ୍ରଷ୍ଟ କେବେ ହେଲେ,

ହୋଇ ପାରେ ନାହିଁ ତା' ଲକ୍ଷ୍ୟ ପୂରଣ

ଅନୁତାପ କରୁଥିଲେ   ।।


କାହା ଭୁଲ ପାଇଁ ସମ୍ପର୍କ ଭାଙ୍ଗିଲେ

ମନଟା ଆଘାତ ପାଏ,

ସେହି ସମ୍ପର୍କଟା ଯୋଡ଼ି ନ ପାରିଲେ

ଅନୁତାପ ରୂପ ନିଏ    ।।


ମୁହଁର ବଚନ ସରସ ସୁନ୍ଦର

ସଭିଙ୍କର ମନ ମୋହେ,

ବିଚାର ନକରି ବଖାଣି ବୁଲିଲେ

ଅନୁତାପ ସାର ହୁଏ   ।।


ଅନୁତାପ ନୁହେଁ ଶେଷ ପନ୍ଥା ଆମ

ଆଶା ବି ଆଲୋକ ଦେବ,

ପ୍ରାୟଶ୍ଚିତ କରି ଆଗକୁ ବଢ଼ିଲେ

ଅନୁତାପ ଶେଷ ହେବ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational