STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଉନ୍ମାଦର ନିନାଦ

ଉନ୍ମାଦର ନିନାଦ

1 min
224

ବସନ୍ତର ମଳୟ ପବନ

ଦୋଳପୂର୍ଣ୍ଣିମା ମେଳଣ 

ହରିନାମ ସଂକିର୍ତ୍ତନ

ଫଗୁ-ବର୍ଷଣ ରଙ୍ଗ କ୍ଷେପଣ

ଲାଗେ ଉନ୍ନାଦର ନିନାଦ

ଆରାଧ୍ୟର ଆବାହନେ ଉଲ୍ଲସିତ 

ପଥପ୍ରାନ୍ତ ଜନ ମାନସ ଜନପଦ ।


ହୋଲିପର୍ବ ଆଣୁ କିଛି ନିରୁତା ଆତ୍ମୀୟତା

ନାଲି ନେଳି ରଙ୍ଗ ରୋଷଣୀ

ଅବିର ମିଠା ପିଠା ପଣା ଛଣା ଲବଣୀ

ଅନାବିଳ ଅଙ୍ଗୀକାର ସାଥେ

ଲୁପ୍ତପ୍ରାୟ କରେ।ନା ପୂର୍ବ ମିତ୍ରତା ।


ଜୀବନ ହଳାହଳେ ହାର୍ଦ୍ଦିକ ଆତିଥ୍ୟ ଆଉ

ଅନୁପମ ଆନ୍ତରିକତା

କଣ୍ଟକିତ ପଥପୀଡ଼ା ପ୍ରଶମିତ 

ହେଉ ସନ୍ଦର୍ଶନେ ପଳାଶ ପଲ୍ଲବିତା ।


ସନ୍ତାପିତ ପ୍ରାଣେ ପାଥେୟ ହେଉ

 ପ୍ରୀତି- ପରଶ ପାନୀୟ ହେଉ

ଚହଟା ପୁଲକ- ଫଲଗୁ ପରଣ ପାଉ

ଗୀତ ନାଚର ତାଳେ ତାଳେ ଗାଉ

ସଞ୍ଚରିତ ଅବାରିତ ଖୁସିମସ୍ତି - ସ୍ନାତା ।


ମୁଁହର ବଦଳା ମାନଚିତ୍ର ସାଥେ ଯୋଡିଦେଉ

ହେନା ମଲ୍ଲୀର ବହଳ ମାଦକତା

ସବୁଜ ସତେଜ ସହଜତା ସହିତ

ସତ୍ୟ ଶିବ ସୁନ୍ଦର ପରମେଶ୍ବର

ଭାବନା ଉଦ୍ରେକ ତଲ୍ଲୀନ ପ୍ରଫୁଲ୍ଲତା ।


Rate this content
Log in

Similar oriya poem from Inspirational