STORYMIRROR

Sagarika Sahu

Children

4  

Sagarika Sahu

Children

ଉଦବୋଧନ# ନବପଲ୍ଲବ ଶିଶୁ

ଉଦବୋଧନ# ନବପଲ୍ଲବ ଶିଶୁ

1 min
194

ନବ ପଲ୍ଲବ ନବୀନ ପୁଷ୍ପ

ନବନବେଲି ଶିଶୁ, 

ତମରି ସ୍ମିତ ହସ ଧାରାରେ

ସାରା ଧରିତ୍ରୀ ହସୁ। 


ଆଜିର କ୍ଷୁଦ୍ର କଳିକା ତମେ

ଆଗାମୀ କାଲିର ଫୁଲ, 

ତମେ ଯେ ଦେଶ ଭବିଷ୍ୟତଟି

ରତ୍ନ ଅମୂଲ ମୂଲ। 


ଜହ୍ନର ତୁମେ ରୂପେଲି ଜ୍ୟୋତ୍ସ୍ନା

କଁଅଳ କିରଣ ରବି, 

କବିତା ତମେ କେଉଁ କବିର

କେଉଁ ଚିତ୍ରକର ଛବି। 


ସୁପ୍ତ ନ ରୁହ ଚେଇଁ ପଡ଼ ହେ

ଓହ୍ଲାଅ କର୍ମ ପଥେ,

ଅଳସୁଆ କେବେ ପାଇଛି କି ସୁଖ

ଜାଣିଛ କି ଏ ଜଗତେ। 


କର୍ମ ପଥେ ହୁଅ ଅଗ୍ରସର ହେ

ଫଳ ରେ ଆଶା ନ ରଖ, 

କର୍ମ ହିଁ ଆମ ସତ୍ୟ ଭଗବାନ

କର୍ମର ଫଳ ଚାଖ। 


ଭୁଲିଯିବ ନାହିଁ କର୍ତ୍ତବ୍ୟ ତୁମ

ତୁମେ ଦେଶର ଭବିଷ୍ୟତ, 

ତମରି ହାତରେ ବନ୍ଧା ହେଇଛି

ଜୀବନ ସତସତ।


ସତ୍ୟ ନ୍ୟାୟର ପଥେ ଚାଲିବ

ବାଧା ବିଘ୍ନକୁ ଆଡ଼େଇ, 

ଅଂହିସାର ପଥ ନିଶ୍ଚୟ ଭାଙ୍ଗିବ

ବଇରୀର ସେ ବଡ଼େଇ। 



Rate this content
Log in

Similar oriya poem from Children