ଉଦାସୀ ବେଳାର ଛାଇ
ଉଦାସୀ ବେଳାର ଛାଇ
ସବୁ କିଛି ବଦଳି ଯାଇ ପାରେ
ଏଇଠି ॥
ଏଇ ଦେଖ ପାହାଡ଼ ଶିଖରର ଦୃଶ୍ୟ
ଅସ୍ପଷ୍ଟ ଜୀବନ ପରି
କ'ଣ ଆଉ ଫିଂଗି ହେବ
ସଜାଡ଼ି ରଖିବା କଥା ।
ଫୁଲ ଫୁଟା ଗଂଧରେ ପ୍ରୀତି ନାହିଁ
ଝରଣା ଗାଉନି କବିତା
ସବୁଜ ଦୃଶ୍ୟ ରେ ଜଳୁଚି ନିଆଁ
ଗୋଟେ ପକ୍ଷରେ ମୋତେ
ରଖି ଦିଅ ନାହିଁ
ହାରି ନ ଗଲେ ମଧ୍ୟ
ଜୀବନ ରେ ଦୁଃଖ ଅଛି ॥

