Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

2  

DILIP KUMAR SAHOO

Classics

ତୁମେ ମୋର ଗତିମୁକ୍ତି

ତୁମେ ମୋର ଗତିମୁକ୍ତି

1 min
99



 ଭାବ ଅଭାବ ର ଏଇ ମୋ ସ°ସାର

 ତୁମେ ପ୍ରଭୁ ଗତି ମୁକ୍ତି

 ମୋ ଜୀବନ ବୀଣା ତୁମ କରୁଣାରୁ

 ନୂଆ ସୁର ତୋଳେ ନିତି ।


 ଅସଜଡା ପଥେ ମୋ ଜୀବନରଥ

 ତୁମ ଯୋଗୁ ଯାଏ ଗଡି

 ଖାଲରେ ପଡିଲେ ଢିପ ନ ଉଠିଲେ

 ତୁମେତ ନେଉଛ ଭିଡି

 ତୁମ ଭରଷା ରେ ଅମା ରାତି କୁ ମୋ

 ନାହିଁ ଜମା ତିଳେ ଭିତି

 ତୁମେ ମୋର ଗତି ମୁକ୍ତି ।


 ପାଦ ଗଲେ ଥକ୍କି ତୁମ ଚକାଆଖି

 ମୋ ଦୁଃଖ ପାରଇ ଦେଖି

 ତୁମରି ଆଶିଷ ଭରଇ ବିଶ୍ୱାସ

 ସିନେହ ଶରଧା ମାଖି

 ହାରିଯାଇ ପୁଣି ଜୀବନ ଯୁଦ୍ଧରେ

ସହଜେ ପାରୁଛି ଜିତି

ତୁମେ ମୋର ଗତି ମୁକ୍ତି ।


Rate this content
Log in

Similar oriya poem from Classics