STORYMIRROR

Sagar Pradhan

Romance Tragedy

3  

Sagar Pradhan

Romance Tragedy

ତୁମେ ଗଲା ପରେ

ତୁମେ ଗଲା ପରେ

1 min
2.9K


ତୁମେ ଗଲା ପରେ ନଈ ତ ଝୁରୁନି

ସାଗର ମିଳନ ପାଇଁ

ତୁମେ ଗଲା ପରେ ନିର୍ଝର ଝରଣା

ନୀରବେ ଯାଉଛି ବହି ।

ତୁମେ ଗଲା ପରେ ବସନ୍ତେ ବହୁନି

ମଳୟ ମିଳନ ବାଆ

ତୁମେ ଗଲା ପରେ ଶ୍ରାବଣ ଲାଗୁନି

ବରଷାର ମିଠା ଛୁଆଁ ।

ତୁମେ ଗଲା ପରେ ବଂଶୀ ତ ଗାଉନି

ମିଳନର ମଧୁ ଛନ୍ଦ

ତୁମେ ଗଲା ପରେ ଫୁଲରୁ ଝରୁନି

ପ୍ରୀତି ମହକର ଗନ୍ଧ ।

ତୁମେ ଗଲା ପରେ ଫଗୁଣ ଆଣୁନି

ହୋଲିର ରଙ୍ଗ ପସରା

ତୁମେ ଗଲା ପରେ ଏକାକୀ ବଞ୍ଚିଛି

ହୋଇଗଲି ବେ ସାହାରା ।

@ସାଗର


Rate this content
Log in

Similar oriya poem from Romance