STORYMIRROR

Sagar Pradhan

Others

3  

Sagar Pradhan

Others

ସ୍ମୃତି

ସ୍ମୃତି

1 min
411



ସ୍ମୃତି ତୁମେ କେବେ ଆଶାର ଆଲୋକ

ଶୀତୁଆ କାକର ବିନ୍ଦୁ

କେବେ ପୁଣି ତୁମେ ଶ୍ରାବଣ ବତାସ

ଲୁହରେ ଭସାଅ ସିନ୍ଧୁ।


ସ୍ମୃତି ତୁମେ କେବେ ଦରଦୀ ମନରେ

ଓଠ ତଳେ ସ୍ମିତ ରେଖା

କେବେ ପୁଣି ତୁମେ ଅମାବାସ୍ୟା ଚାନ୍ଦ

ନଭରେ ନଦିଅ ଦେଖା।


ସ୍ମୃତି ତୁମେ କେବେ ଲୁଚି ରହିଥିବା

ପାଉଁଶ ତଳର ନିଆଁ

କେବେ ପୁଣି ତୁମେ ଚୋରା ଚଇତି ର

ମଳୟ ର ମିଠା ଛୁଆଁ।


ସ୍ମୃତି ତୁମେ କେବେ ଫଗୁଣ ଅବିର

ଜୀବନ ରେ ଭର ରଙ୍ଗ

କେବେ ପୁଣି ତୁମେ ଶ୍ରାବଣ ଆକାଶେ

ବରଷା ମନର ରାଗ।


ସ୍ମୃତି ତୁମେ କେବେ କବି ଲେଖନିରୁ

ସୃଷ୍ଟି ସୁନ୍ଦର କବିତା

କେବେ ପୁଣି ତୁମେ ଗାଳ୍ପିକ ଗଳ୍ପରେ

ଖେଳାଅ ନୂଆ ବାରତା।


ସାଗର ପ୍ରଧାନ

ଗଂଜାମ

9124776287


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍