STORYMIRROR

Sagar Pradhan

Others

3  

Sagar Pradhan

Others

ଅପୂର୍ଣ୍ଣରେ ପୂର୍ଣ୍ଣ

ଅପୂର୍ଣ୍ଣରେ ପୂର୍ଣ୍ଣ

1 min
2.7K


😌 ଅପୂର୍ଣ୍ଣ ରେ ପୂର୍ଣ୍ଣ😄


ପ ଳ।ସ ଫୁଲକୁ ସୁନ୍ଦରତା ଦେଲା

ବାସ ଟି କେ ଦେଲା ନାହିଁ

କିଆ କେତକୀ ର ବାସ ଚହଟିଲା

କଣ୍ଟା ତ ଦେହରେ ଛାଇ।


କୋକିଳ କଣ୍ଠରେ ସୁମଧୁର ସ୍ୱର

ରୂପ ଟିକେ ଦେଲା ନାହିଁ

ମୟୂର ରୂପରେ ରୂପସୀ ହୋଇଲା

ମନ ବୋଲି କିଛି ନାହିଁ।


ମଣିଷ ଜ୍ଞାନ ରେ ଜଗତ ଜିଣିଲା

ସନ୍ତୋଷ ମିଳିଲା ନାହିଁ।

ସାଧୁ ତପ କରି ସନ୍ତୋଷ ଲଭିଲା

ସଂସାର ମିଳିଲା ନାହିଁ।


ଯେମିତି ବି ଅଛ ଯାହା ବି ମିଳିଛି

ଦୁଃଖ ଶୋକ କର ନାହିଁ।

ବିଭୁଙ୍କ ସୃଷ୍ଟି ରେ ସବୁଜେ ଅପୂର୍ଣ୍ଣ

ପୂର୍ଣ୍ଣ ଏକା ଭାବଗ୍ରାହୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍