ତୁମେ ଭୀଷ୍ମ ଏ ମାଟି ମାଆର
ତୁମେ ଭୀଷ୍ମ ଏ ମାଟି ମାଆର
ହେ ଯୁଗସ୍ରଷ୍ଟା ସୁପୁତ୍ର
ତୁମେ ତ ଚିର ନମସ୍ୟ
ତୁମେ ଭୀଷ୍ମ ଏ ମାଟି ମାଆର ,
ସତ୍ୟରେ ଅଟଳ ତୁମେ
ନିର୍ଭୀକ କେଶରୀ ତୁମେ
ବହୁ ସାରଭୂତ ପ୍ରତିଭାର ॥୧॥
ଧମନୀରେ ପ୍ରବାହିତ
ରାଷ୍ଟ୍ରବାଦୀ କ୍ରାନ୍ତିକାରୀ
ସଂସ୍କାର ତୁମ ଏ ହିନ୍ଦୁତ୍ଵର,
ପ୍ରତିପକ୍ଷ ଧରାଶାୟୀ
ନିର୍ବାକ ନିଶବ୍ଦ କଲ
ଇନ୍ଦ୍ରଜାଲ ଶବ୍ଦରେ ତୁମର ॥୨॥
ଘମଣ୍ଡର କୁଜ୍ଝଟିକା
ସ୍ଵାର୍ଥର ବି ଲେଲିହାନ
ପଦ୍ମ ପତ୍ରେ ଜଳସମ ପ୍ରାୟେ ,
ଶତ୍ରୁପକ୍ଷେ ହେଇପାରେ
ବକ୍ଷ ତୁମର କଠୋର
ମିତ୍ରାଳାପ କୋମଳ ହୃଦୟେ ॥୩॥
ନା ଥିଲା ସମ୍ମାନର
ଲାଳସା ନା ପଦର
ସମର୍ପି ଜୀବନ ରାଷ୍ଟ୍ରହିତେ ,
ସ୍ଵତନ୍ତ୍ରତା ସେନାନୀ
ସାଜି ସୁଦକ୍ଷ ସାରଥି
ବୁମେରାଙ୍ଗ ସାଜିଲ ଭାରତେ ॥୪॥
ପୋଖରାନର ପରୀକ୍ଷା
ଅବା କାର୍ଗିଲ ଯୁଦ୍ଧ
ନାଁ ରେ କଲିଜା ଥରେ ଶତ୍ରୁର ,
ଆଜି ତୁମ ପୁଣ୍ୟତିଥିରେ
ପ୍ରଣାମ ଅଟଳ ଜୀ
ତୁମେ ଭୀଷ୍ମ ଏ ମାଟି ମାଆର ॥୫॥
ଚିର ନମସ୍ୟ ତୁମେ ଚିର ଅମର ,
ପ୍ରଣାମ ଅଟଳ ଜୀ ତୁମେ ଚିର ଅମର ॥
ଜୟ ହିନ୍ଦ, ବନ୍ଦେ ମାତରମ୍