ତୁମ ପାଇଁ
ତୁମ ପାଇଁ
ତୁମେ ଅଛ ବୋଲି କବିତା ଲେଖେ ମୁଁ
ମନେ ଭାରି ସରାଗରେ ।
ତମ ପାଇଁ ଖୋଜେ ଫୁୁଲ ଫଗୁୁଣଟେ
ଏଇ ମୋର ନିସ୍ବ ହୃଦୟରେ।0।
ତମେ ନଥିଲେକି ଚାନ୍ଦର ଜୋଛନା
ଦେଇଥାନ୍ତା ଶୀତଳତା।
ତମ ବିନା ତାରା ଫୁୁଲଭରା
ମାପୁ ଥାନ୍ତା ନିରବତା ।।
ଦ୍ବିତୀୟା ଜହ୍ନର ହସ ମୁୁଁ ଦେଖୁଛି
ତମ ଓଠ ପାଖୁଡ଼ରେ ।୧।
ଆଖିିିରେ ତମର ସ୍ବପ୍ନର କଜଳ
କବରୀରେ ଫୁୁଲ ବାସ ।
ଚିବୁକର କଳିଜାଈ ଦେଇଥାଏ
ତମ ସୁନ୍ଦର ସଂଦେଶ।
ଦ୍ବିଗୁଣ ବଢାଏ ତମ ମୁୁଁ ଶୋଭା
ଅଂଗ ଭଙ୍ଗୀ ସୁଷମାରେ ।୨।