STORYMIRROR

Panchanan Jena

Fantasy

3  

Panchanan Jena

Fantasy

ତୁ ...

ତୁ ...

2 mins
54

ଲାଜେଇ ପ୍ରେମିକା ତୁ ରାଜହଂସୀ ଚାଲିରେ ବି ତୁ

ଚୋରା ଚାହାଣୀରେ ତୁ ଫୁଲେଇ ରାଇରେ ବି ତୁ

ଫୁଲ ସୁରଭିରେ ତୁ ରଙ୍ଗ ବର୍ଣ୍ଣାଳୀରେ ବି ତୁ

କଳିକାର କୋରକରେ ତୁ ଜରଫୁଟା ଭଉଁରୀରେ ବି ତୁ

ଚା'କପ୍ ବାମ୍ଫରେ ତୁ ଚୁସକୀର ମସ୍ତିରେ ବି ତୁ

ବିହଗର କାକଳୀରେ ତୁ କ୍ରୀଡ଼ାରେ ବି ତୁ

ସମୀର ଶୀତଳତାରେ ତୁ ଗୁଞ୍ଜରଣରେ ବି ତୁ

ପୂଜା ଆରାଧନାରେ ତୁ ଅନୁଷ୍ଠାନରେ ବି ତୁ

ଧୂପ ନୈବେଦ୍ୟରେ ତୁ ମହକ ଚହକ ରେ ବି ତୁ

ଶୁଭ ରଂଗୋଲି ରେ ତୁ ଅଳ୍ପନାରେ ବି ତୁ

ବ୍ୟଞ୍ଜନର ସୁବାସରେ ତୁ ଚାଟିବାରେ ବି ତୁ

ଗ୍ରୀଷ୍ମ ଝାଞ୍ଜିରେ ତୁ ଝାଳରେ ବି ତୁ

ବର୍ଷା ହେମାଳ ରେ ତୁ ରିମ୍ ଝିମ୍ ରେ ବି ତୁ

ଶରତ ବିନ୍ଦୁରେ ତୁ ପୂର୍ଣ୍ଣମୀ ଇନ୍ଦୁରେ ବି ତୁ

ହେମନ୍ତ ଶିଶିରେ ତୁ ଆକାଶ ଦୀପରେ ବି ତୁ

ଶୀତ ରେଜେଇର ତୁ ରାତ୍ରୀ ଆସରରେ ବି ତୁ

ବସନ୍ତ କୂଜନରେ ତୁ କୁହୁତାନରେ ବି ତୁ

ଆମ୍ଭ ମଞ୍ଜରୀରେ ତୁ ପ୍ରଜାପତି ଭ୍ରମଣରରେ ବି ତୁ

ଦଶ ଦିଗରେ ତୁ ବାହୁ ବନ୍ଧନରେ ବି ତୁ

ଗୋଲାପର ସୌରଭରେ ତୁ କୋମଳତାରେ ବି ତୁ

ଭ୍ରମରର ଗୁଞ୍ଜରଣରେ ତୁ ଚୁମ୍ବନରେ ବି ତୁ

 କୁହୁଡ଼ିର ଶିତଳତାରେ ତୁ ମାଦକଢ଼ାରେ ବି ତୁ

 ଗୋଧୂଳି ପବନରେ ତୁ ସମ୍ମୋହନରେ ବି ତୁ 

ଭିଜାମାଟିର ବାସ୍ନାରେ ତୁ ରଜଶ୍ୱାଳାରେ ବି ତୁ

ଇନ୍ଦ୍ରଧନୁର ସାତରଙ୍ଗରେ ତୁ କାନଭାସରେ ବି ତୁ

ପାନ୍ଥଶାଳାର ଭଙ୍ଗାକାନ୍ଥରେ ତୁ ବାଥ୍ ରୁମ୍ ରେ ବି ତୁ

ଘରବହୁଡ଼ା ପକ୍ଷୀଙ୍କ ମେଳରେ ତୁ ଖେଳରେ ବି ତୁ

ପ୍ରତି ଅନ୍ୟମନସ୍କତାରେ ତୁ ଏକଲାପଣରେ ବି ତୁ

ସୃଷ୍ଟିର ଅନନ୍ୟ କଳ୍ପନା ତୁ ଧନ୍ୟା ସର୍ଜନାରେ ବି ତୁ

ଧୁ ଧୁ ମୁଣ୍ଡଫଟା ଖରାରେ ତୁ ଛଡା ତଳେ ବି ତୁ

ରାତ୍ରି ଚାଦର ତଳେ ତୁ ବାହୁ ଓ ଦୋଳିରେ ବି ତୁ

ହୃଦୟ ବୀଣାର ଝଂକାର ତୁ ସ୍ଵର ତାଳରେ ବି ତୁ

କୋଣେ ଅନୁକୋଣେ ତୁ,ବିନ୍ଦୁ ବିସର୍ଗରେ ବି ତୁ

ମାଟି ପାଣି ପବନରେ ତୁ, ଗ୍ରହ ମଣ୍ଡଳରେ ବି ତୁ

ସତରେ କହୁଛି ମୋ ରାଣୀ

ହୃଦରୁ କହୁଛି ବାୟାଣୀ 

ଦୃଦ କନ୍ଦରୁ କହୁଛି ମହାରାଣୀ

ଅନ୍ତର ପ୍ରଦେଶୁ କହୁଛି ପାଟରାଣୀ

ଫେରିଆସ ସେହି ଅଫେରା ରାଇଜୁ

ପ୍ରେମିକା ତୁ ! ବରେଣ୍ୟା ତୁ ! ବନ୍ଧିତା ବି ତୁ !

ନାୟିକା ତୁ ! ଅର୍ଦ୍ଧାଙ୍ଗିନୀ ତୁ ! ପୁଷ୍ପଲତା ବି ତୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy