STORYMIRROR

Dharitri Das

Comedy

4  

Dharitri Das

Comedy

ତଥାପିଦେଖ ମୋ ଗାଁ ହସୁଅଛି

ତଥାପିଦେଖ ମୋ ଗାଁ ହସୁଅଛି

2 mins
152

ବଳଦ ଅଛି ଓ ଗୁହାଳ ଅଛି

ଲଙ୍ଗଳ ପାଇଁକି ମଇଟେ ଅଛି

ଅମଳ ପାଇଁକି ଖଳାଟେ ଅଛି

ହେଲେ କଳ ଲଙ୍ଗଳ ସବୁ କରୁଛି

ଲୋଡା ନାହିଁ ଆଉ ମୂଲିଆ କିଛି

ତଥାପି ଦେଖ ମୋ ଗାଁ ହସୁଅଛି।


ରୁଟି ପକାଇଲେ ରାବୁଛି କାଉ

ଚାଷ ଜମିରେ ତ କୋଠାର ଭାଉ

ରାତି ପାହିଲେ ମ୍ୟାଗି ୟିପି ଖାଉ

କିଏ ପଚାରୁଛି ସେ ମାଣ୍ଡିଆ ଯାଉ

ଆଜିକାଲି ସେସବୁ ପୁରୁଣା ହୋଇଛି

ତଥାପି ଦେଖ ମୋ ଗାଁ ହସୁଅଛି।


ଓଷା ପରବରେ ପଡୁଛି ଚିତା

ନୂଆବୋହୁ ପାଦେ ନାଏ ଅଳତା

ପଖାଳ ବଦଳେ ଇଟିଲି ପିଠା

ଦୋଷା ଚାଆମିନ ସନ୍ଦେଶ ମିଠା

ଗାଁ ନଈପଠା ଆଜି ବଦଳିଛି

ତଥାପି ଦେଖ ମୋ ଗାଁ ହସୁଅଛି।


ନଥାଉ ପଛକେ ଗୋଠରେ ଗାଈ

ଏ ସି ରୁମରେ ତ ବାଛୁରୀ ନେଇ

ଶୁଅଇ ସିଏ ଫ୍ୟାନକୁ ଲଗାଇ

ଗୁହାଳ ତା'ର ଚକାଚକ ଦିଶଇ

ମଣିଷ ପରିକା ଅୟସ କରୁଛି

ତଥାପି ଦେଖ ମୋ ଗାଁ ହସୁଅଛି।


ଗାଆଁ ପୁଅ ପଛେ ବିଦେଶ ଯାଉ

ଅଇଁଠା ପତର ଉଠାଉ ଥାଉ

ଚାଷବାସ ସବୁ ଉଜୁଡି ଯାଉ

ବିଷ ଖାଇପଛେ ଚାଷୀଟା ଶୋଉ

ମାଆ କହେ ପୁଅ ଚାକିରୀ କରିଛି

ତଥାପି ଦେଖ ମୋ ଗାଁ ହସୁଅଛି।


ନ ବସୁ ମାଟିର ହାଣ୍ଡିରେ ଭାତ

ନ ପଡୁ ପଛକେ ବିଲରେ ଖତ

ନଥାଉ ଗାଆଁରେ ଛପର ଛାତ

ବାପ ଖାଉଥାଉ ପୁଅଠୁ ନାତ

କିଏବା କ'ଣ ଏଠି କରୁଅଛି

ତଥାପି ଦେଖ ମୋ ଗାଁ ହସୁଅଛି।


ବୋଉଡାକ ପରା ମମି ହୋଇଲା

ବାପା ଡାକଟିକୁ ଡାଡି ଘେନିଲା

ଶାଢ଼ୀ ଛାଡି ନାଇଟିକି ପିନ୍ଧିଲା

ବୋହୁ ସହରୀଆ ଢାଞ୍ଚା ଧରିଲା

ଶାଶୁଟି ପୋଇଲି ପଛେ ବନିଛି

ତଥାପି ଦେଖ ମୋ ଗାଁ ହସୁଅଛି।


ଓଷାବାର ସବୁ ଚୁଲିକୁ ଗଲା

ପିଠାପଣା ସାତସପନ ହେଲା

ବାପକାନ୍ଧେ ପୁଅ ମଶାଣି ଗଲା

ଆମ୍ବ ବଗିଚାରେ କୋଠା ବନିଲା

ମାଳି ବିଚରାଟି ଦେଖି କାନ୍ଧୁଛି

ତଥାପି ଦେଖମୋ ଗାଁ ହସୁଅଛି।


ଦିନ ଦ୍ବିପ୍ରହରେ ନାରୀ ଧର୍ଷଣ

ଅମାନୁଷିକ ନର ଦିଏ କଷଣ

କାମ ନାହିଁ ଏଠି ଖାଲି ଭାଷଣ

ଦେଇ ରଡନ୍ତି ଜାଣ ନେତାଗଣ

ହାହୁତାସେ ଗରିବ ମରୁଅଛି

ତଥାପି ଦେଖ ମୋ ଗାଁ ହସୁଅଛି।


ଘଟଘରଣୀ କଥାରେ ପୁରୁଷ ଜାତି

ଉଠବସ ହୋଇ ଥାଆନ୍ତି ନିତି

ବୃଦ୍ଧ ପିତାମାତା ନକରି ପ୍ରୀତି

ବୃଦ୍ଧାଶ୍ରମେ ନେଇ ଛାଡିଲେ ଶାନ୍ତି

ଘରଣୀ ତାର ଖୁସି ହେଉଅଛି

ତଥାପି ଦେଖ ମୋ ଗାଁ ହସୁଅଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy