Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mahesweta Panigrahi

Comedy Others

3  

Mahesweta Panigrahi

Comedy Others

ଟଚ୍ ସ୍କ୍ରିନ୍

ଟଚ୍ ସ୍କ୍ରିନ୍

1 min
210



ହାତରେ ଯେହେତୁ ଟଚ ସ୍କ୍ରିନ 

କାମ ରେ ଲାଗୁନି ମନ, 

ଫୋନ ଧରିକି ଟିକିଏ ବସିଲେ 

ଡାକ ପଡେ ଘନ ଘନ l 


ସକାଳୁ ଉଠିଲେ ଆଗ ଫୋନ 

ନେଟ ହଉଛି ଅନ 

ତା ପରେ ଯାଇ ବାହାରେ ତୁଣ୍ଡରୁ 

ଓଁ ନମଃ ନାରାୟଣ l 


ଘରେ ଯେ ଏପଟେ ଅନେକ କାମ 

କରୁଥିଲେ ସରୁନାହିଁ, 

ମେସେଜ,କମେଣ୍ଟ ପଢିବା ପାଇଁ ତ 

ଦିନସାରା ବେଳ ନାହିଁ l 


ହାତେ ମୋବାଇଲ ଦେଖିଲେ ମୋର 

କହନ୍ତି ସରାଗ ହୋଇ, 

ଚାହା ଟିକେ ଆଗ କର ହେ ଡାର୍ଲିଂଗ 

ଫୋନ ଟା ଦିଅ ଥୋଇ l 


ଫୋନ ଧରିଲେ କାମ ଟି ଅଳସ

ପିଲାଏ କଲେଣି ଅଳି, 

ଜଳି ଯାଉ ତୋର ଫୋନ ବୋଲି 

ଶାଶୁ କରିଲେଣି ଗାଳି l


ଲେଖିବି ଆଉ ମୁଁ କବିତା କଣ 

ଦେବି କଣ ସାୟରି, 

ଏପଟେ ସେପଟେ ଦେଖିଲା ବେଳ କୁ 

ପୋଡି ଗଲା ତରକାରୀ l


Rate this content
Log in

Similar oriya poem from Comedy