STORYMIRROR

Saroj Kumar Jena

Tragedy

3  

Saroj Kumar Jena

Tragedy

ତୋ ପାଇଁ ସାଜିଲି ତାରା

ତୋ ପାଇଁ ସାଜିଲି ତାରା

1 min
237

       ସମୟ ସମୀର ସାଜିଲା ନିଷ୍ଠୁର 

   ମରୀଚିକା ଦେଲା ଖଞ୍ଜି ,

ଡାକିନେଲା ଯମ ଧରିନେଲା ବ୍ୟୋମ 

   ନିତି ହୁଏ ମିଞ୍ଜି ମିଞ୍ଜି

ରହି ଦୂର ଦେଶେ ସନ୍ଧ୍ୟା ହେଲେ ଆସେ 

   ରହେମୁଁ ସାରା ରଜନୀ ,

ଗୁମୁରି ଗୁମୁରି କାନ୍ଦେ ସୁକୁମାରୀ 

  ମନ ମୋ ଜମା ବୁଝୁନି

ଆତ୍ମା ମୋ ଅତୃପ୍ତ ମରିଛି ମୁଁ ସତ 

  ସାଜିଛି ଆକାଶ ତାରା ,

ମଳୟ ବଦଳେ ପ୍ରେମିକାର ଛଳେ 

  ଖାଇଛି ମୁଁ ଝାଞ୍ଜି ଖରା

ଆସିଲେ ବାରିଦ ହୁଏ ମୁଁ ଆବଦ୍ଧ 

  ବାଦଲ ସମୂହ ମେଳେ ,

ତୁହି କିନ୍ତୁ ସଖି ନ ହୋଇଣ ଦୁଃଖି 

  ଶୋଇଯାଉ କାନ୍ତ କୋଳେ

ଆଗୋ ପ୍ରିୟା ସହି ତୁମକୁ ନପାଇ 

   ହାରିଲି ମୋର ଜୀବନ ,

ସବୁଦିନ ପାଇଁ ଗଲି ତାରା ହୋଇ 

   ରହିଲା ଅଧୁରା ସ୍ବପ୍ନ



Rate this content
Log in

Similar oriya poem from Tragedy