STORYMIRROR

Jiban Tripathy

Abstract

2  

Jiban Tripathy

Abstract

ତୋ ଓଠର ସାତସୂର

ତୋ ଓଠର ସାତସୂର

1 min
305

ଭାରିମିଠା ତୋର ପ୍ରେମର ସଙ୍ଗୀତ

କିଣିନିଏ ମନମୋର

ଦିବସ ରଜନୀ ନିତି ଝୁରିହୁଏ

ତୋ ଓଠର ସାତ ସୂର


ମଧୁର ମୁର୍ଛନା ପରଶରେ ଆମେ

ହୋଇଗଲେ ପ୍ରେମ ପକ୍ଷୀ

ଦୁଇଟି ହୃଦୟ ଏକ ହୋଇଗଲା

ମିଶିଗଲା ଚାରି ଆଖି


ସେ ସଙ୍ଗୀତ ସାଜି ପ୍ରୀତିର ବରଷା

ବହିଗଲା ଝରଝର

ଦିବସ ରଜନୀ ନିତି ଝୁରିହୁଏ

ତୋ ଓଠର ସାତସୂର


ସୂର ତାଳ ଲୟ ଛନ୍ଦ ପରସେ

ଝରିଯାଏ କେତେ ଫୁଲ

ସେଇ ଫୁଲ ମୋତେ କରେ ଆନମନା

ରୂପତା ଅମୂଲ ମୂଲ


ଭୟ ଲାଗେ ମୋତେବିଶ୍ୱାସ ବୀଣାରୁ

 କାଳେ ଛିଡିଯିବ ତାର

ଦିବସ ରଜନୀ ନିତି ଝୁରିହୁଏ

ତୋ ଓଠର ସାତସୂର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract