STORYMIRROR

Jiban Tripathy

Abstract Romance

3  

Jiban Tripathy

Abstract Romance

ଶୀତ ଆସିଲେ

ଶୀତ ଆସିଲେ

1 min
348


ଶୀତ ଆସିଲେ 

ଜୀବନ୍ତ ହୋଇଉଠନ୍ତି ତୁମସ୍ମୃତି

ତାଜା ହୋଇଯାଏ କାକର ଭିଜା ଗୋଲାପ

ଯୋଉଟା ତୁମେ ଦେଇଥିଲ ମୋତେ

ଅତି ସରାଗରେ ପହିଲି ଭେଟରେ ।


ଶୀତ ଆସିଲେ ମନେପଡେ

ତୁମ ଇଅର କଡ଼ ଦିଆ ଫୁସଫୁସ କଥା

ଆଉ ମୋ ବାହାନାରେ ମିଛଯନ୍ତ୍ରଟାକୁ

ତୁମ ସତସତିକା ଦେଉଥିବା ସହଶ୍ର ଚୁମା ।


ଶୀତ ଆସିଲେ ମନେ ପଡେ

ତୁମ ମିଠା ମିଠା ଗୀତ

ଯାହା ଚାଲୁଥିଲା ରାତିଅଧ ଯାଏ

ଶେଷ ହେଉଥିଲା ଫୋନର ଚାର୍ଜ ସାଥିରେ ।


ଶୀତ ଆସିଲେ ମନେପଡେ 

ତୁମ ପ୍ରତିଶ୍ରୁତି ତୁମ ରାଗ ରୁଷା 

ଛନ୍ଦ ଯୁକ୍ତ ଗୀତ 

ଆଉ ଛନ୍ଦ ମୁକ୍ତ ନିରିହ ମନଟା ।


ଶୀତ ଆସିଲେ କୁହୁଳି ଉଠେ ମନ

କାହିଁକି ଜାଣିଛ 

ସେ ଶୀତ ଫେରେ ଫିସନ 

ଠିକ ସମୟରେ

ହେଲେ ତୁମେ ଗଲାଦିନୁ ନୂଆ ଠିକଣା ବାଟରେ

ଫେରିବନି କେବେ ଏଇ ଜୀବନକୁ

ମୁଁ କିନ୍ତୁ ସେବେଠୁ ହଜି ଯାଇଛି

ସେଇ ଶୀତ ସାଥିରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract