Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jiban Tripathy

Others

3  

Jiban Tripathy

Others

ସେଇ ମାମୁଘର ଗାଁ

ସେଇ ମାମୁଘର ଗାଁ

1 min
344



ମଲାଗୁଣି ତୀରେ ଜଙ୍କିଆ ପାଖରେ 

ସେଇ ମାମୁଘର ଗାଆଁ

ରଣପୁର ରାସ୍ତା ଯେଉଁଠୁ ପଡିଛି

ହଜ ଅଟେ ତାର ନାଁ ।


ମାଟି ପାଣି ଆଉ ପବନର ମୁହଁ

ଯେଉଁଠାରେ ହସ ହସ

କିଆ ଗୋହିରିଠୁ ଦୂର ତାଳବଣ

ମିଠା ସବୁ ପରିବେଶ ।


ଗାଁ ମୁଣ୍ଡର ସେ ନାଟେଶ୍ୱର ଦେବ

 ସିଦ୍ଧ ଖଣ୍ଡୁଆଳ ଦେବୀ

ମଝିରେ ସୁନ୍ଦର ଦେବ ବାସୁଦେବ

କାମନା ମନ୍ଦିର ଛବି ।


ନଇ ଆରପାରେ ଗହୀର ନିକଟେ

ପ୍ରଭୂ ରଘୁନାଥ ବିଜେ

ରାମ ଓ ଲଖଣ ସୀତା ହନୁମାନ

ପାଖରେ ଏମନ ହଜେ ।


ବାଇଗଣ ଭେଣ୍ଡି ଖଡା ଓ କଖାରୁ

କେତେ ଯେ ପରିବା ଚାଷ

ଚାଷୀ ଓଠେ ହସ ଖୁସି ପରିବେଶ

ଆଠକାଳି ବାରମାସ ।


କେତେ ଯାନିଯାତ 

କେତେ ଭୋଜିଭାତ

ଆମ୍ବତୋଟା ଚାଳ ଘର

ଭାରି ଆପଣାର ସବୁଠୁ ସୁନ୍ଦର

ସେଇ ମୋର ମାମୁଘର ।




Rate this content
Log in