STORYMIRROR

Samir Kar

Romance

3  

Samir Kar

Romance

ତମ- ସ୍ମୃତି

ତମ- ସ୍ମୃତି

1 min
110


ବରଷା ଆସିଲେ ମନେପଡ' ତମେ'

ମନେପଡେ' ତମ- ସ୍ମୃତି

ମିଠା ମିଠା ଯେତେ ମଧୁର ଅତୀତ 

ତମ' ସାଥେ ଥିଲା' ବିତି


ବସିଥିଲେ ଯେହ୍ନେ ମହୋଦଧି-କୂଳେ

ଛାତିରେ ମିଶାଇ ଛାତି

ମେଘ ଉହାଡରୁ ଉଙ୍କି'ମାରି ଯେହ୍ନେ

ହସୁଥିଲା'.. ଜହ୍ନରାତି'


ମିଶୁଥିଲା ମନ', ମିଶୁଥିଲା ଦେହ'

ଭୁଲି, କୂଳ ଗୋତ୍ର ଜାତି

ମେଘ ବରଷାରେ, ଭିଜୁଥିଲେ ଦୁହେଁ

ଦେହେ ଭରିଥିଲା' ତାତି


ବରଷା ଛାଡିଛି, ସମୟ ଗଡିଛି,

ବଦଳିଛି କାଳ ଗତି

କାନେ କାନେ ଆଜି, ଅତୀତ କହୁଛି

ସ୍ମୃତି ସବୁବେଳେ ସ୍ମୃତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance