STORYMIRROR

Samir Kar

Others

3  

Samir Kar

Others

ଆମେ ଦି'ସାଙ୍ଗ ହୋଇବା' ଗୋଟେ

ଆମେ ଦି'ସାଙ୍ଗ ହୋଇବା' ଗୋଟେ

1 min
229

ଆମେ ଦି’ସାଙ୍ଗ

ହୋଇବା ଗୋଟେ

ହାରିବା ନାହିଁ ଜୀବନେ ମୋଟେ

ମାନିବାନି କା’ ବୋଲ-ଆକଟ

ଜଣେ ଜଣଙ୍କ, ହବା ନିକଟ

ମିଶିବା ଦିନେ ରାତିରେ ଗୋଟେ

ଆମର ହବ ପିଲା ବକଟେ

ସୁନ୍ଦରୀ ବେଶି ଦିଶିବ ତମେ

ପାଗଳି ହେବ ପିଲାର ପ୍ରେମେ

ପିଲା ହସିଲେ ତମେ ହସିବ

ତେଲ ଲଗେଇ, ବହେ ଘଷିବ

ବସିଲେ ପାଶେ ଯାଉନ କହି

ପିଠିରେ ଗୋଟେ ବିଧା କଷିବ

"ତମର ମୋର- ସାଙ୍ଗସାଥୀଟା

ମଜା ମସ୍ତିଟା ଭଲ ମିଶିବ

କବିତା ଲେଖି, ଶବ୍ଦକୁ ଯୋଖି

ଗଢିବି ଗୋଟେ ତାଜ ମହଲ"

ତମେ କହିବ, "କୁଡିଆ ଭଲ

କି ଦରକାର ରାଜମହଲ

ଗଢିବା ଗୋଟେ ଛୋଟିଆ ଘର

ନଇଁ କି ତମେ ଘରେ ପଶିବ

ତମର ମୋର ସାଙ୍ଗସାଥୀଟା

ମଜା ମସ୍ତିଟା ଭଲ ମିଶିବ । "


Rate this content
Log in