ତମ ବିରହରେ
ତମ ବିରହରେ
ଘନନୀଳ ଜ୍ୟୋସ୍ନା ରାତିର
ନୀରବ ଅଭିସାର ଭଳି
ତମ ହୃଦୟ ଭିତରେ
ଅସୁମାରୀ ଇଛା ସବୁ
ଅକସ୍ମାତ୍ ନୀରବି ଗଲାପରେ ,
ମୋ ଜୀବନ ପ୍ରଶସ୍ତ ଚଟାଣରେ
ଅଶ୍ରୁଭରା ମୋ ଜୀବନଲିପି
ମୁଁ ନିଜେ ଲେଖୁଛି
ଅହୋରାତ୍ର ଝରୁଥିବା
ଆଖିର ଲୁହରେ ।।।।
ଶ୍ରୀ ଶୁଭ୍ରାଂଶୁ ଶେଖର ମାହୁନ୍ତ
ସାଳନ୍ଦୀ ବାଇପାସ୍, ଭଦ୍ରକ
