ନିର୍ବାଣ
ନିର୍ବାଣ
ମୋ ଅଶ୍ରୁର ଫଲ୍ଗୁଧାରା
ଝରୁଥିଲା ଅନାୟାସରେ
ନିର୍ବିଘ୍ନରେ
ପାଦ ଥାପି ଚାଲୁଥିଲି
ମୋ ଆଖିର ଲୁହ ସାଥେ,
ମୋ ହୃଦୟର କୋହସବୁ
ଗାଉଥିଲେ
ନାନାବାୟା ଗୀତ ।
ମୋ ଆତ୍ମାର କରୁଣ ସ୍ବରଲିପି
ମୋ ବୀଣାର ଶୋକାତୁର ମୂର୍ଛନାରେ
ମୋ ଦଦରା ତନ୍ତ୍ରୀ ପାଇଁ
ଯନ୍ତ୍ରଣାମୟ ଥିଲା
ବିଚ୍ଛେଦଗ୍ରସ୍ତ ଚକ୍ରବାକ ଯୁଗଳର
କ୍ରନ୍ଦନରତ ବିଳାପ
ଚାହୁଁଥିଲି ଦୂରେଇ ରହିବାକୁ
ଜଞ୍ଜାଳଭାରା ଦୁନିଆରୁ ।।
ଶ୍ରୀ ଶୁଭ୍ରାଂଶୁ ଶେଖର ମାହୁନ୍ତ
ସାଳନ୍ଦୀ ବାଇପାସ୍, ଭଦ୍ରକ