STORYMIRROR

SUBHRANSU SEKHAR MAHUNTA

Romance

3  

SUBHRANSU SEKHAR MAHUNTA

Romance

ନିର୍ବାଣ

ନିର୍ବାଣ

1 min
253

ମୋ ଅଶ୍ରୁର ଫଲ୍ଗୁଧାରା

ଝରୁଥିଲା ଅନାୟାସରେ

ନିର୍ବିଘ୍ନରେ

ପାଦ ଥାପି ଚାଲୁଥିଲି

ମୋ ଆଖିର ଲୁହ ସାଥେ,

ମୋ ହୃଦୟର କୋହସବୁ

ଗାଉଥିଲେ

ନାନାବାୟା ଗୀତ ।


ମୋ ଆତ୍ମାର କରୁଣ ସ୍ବରଲିପି

ମୋ ବୀଣାର ଶୋକାତୁର ମୂର୍ଛନାରେ

ମୋ ଦଦରା ତନ୍ତ୍ରୀ ପାଇଁ

ଯନ୍ତ୍ରଣାମୟ ଥିଲା

ବିଚ୍ଛେଦଗ୍ରସ୍ତ ଚକ୍ରବାକ ଯୁଗଳର

କ୍ରନ୍ଦନରତ ବିଳାପ

ଚାହୁଁଥିଲି ଦୂରେଇ ରହିବାକୁ

ଜଞ୍ଜାଳଭାରା ଦୁନିଆରୁ ।।


ଶ୍ରୀ ଶୁଭ୍ରାଂଶୁ ଶେଖର ମାହୁନ୍ତ

ସାଳନ୍ଦୀ ବାଇପାସ୍, ଭଦ୍ରକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SUBHRANSU SEKHAR MAHUNTA

Similar oriya poem from Romance