ସୁନ୍ଦର ମୋ ଜନମ ଭୂଇଁ
ସୁନ୍ଦର ମୋ ଜନମ ଭୂଇଁ
ସୁନ୍ଦର ଚୀର ସୁନ୍ଦର
ସୁନ୍ଦର ମୋ ଜନମଭୁଇଁ
ସୁନ୍ଦର ତା ଶଇଳ ବନ
ସୁନ୍ଦର ତା ସାଗର ନଈ।
ସୁନ୍ଦର ମୋ ଜନମ ଭୂଇଁ
ସୁନ୍ଦର ମୋ ଜନମ ଭୂଇଁ
ସୁନ୍ଦର ତା ଶାଗୁଆ କ୍ଷେତ
ସୁନ୍ଦର ମୋ ଭଉଣୀ ଭାଇ
ସୁନ୍ଦର ସବୁ ସୁନ୍ଦର ଏଠି
ସୁନ୍ଦରତା ର ତୁଳନା ନାହିଁ ।
ସୁନ୍ଦର ମୋ ଜନମ ଭୂଇଁ
ସୁନ୍ଦର ମୋ ଜନମ ଭୂଇଁ
ଅନେକ ତାରେ ଏକ ରେ ଆମେ
ଭାଷା ପୋଷାକ ଖାଦ୍ୟରେ ଭାଇ
କାଶ୍ମୀର ଠାରୁ କନ୍ୟାକୁମାରୀ
ରହିଛୁ ଆମେ ଏକ ହୋଇ।
ସୁନ୍ଦର ମୋ ଜନମ ଭୂଇଁ
ସୁନ୍ଦର ମୋ ଜନମ ଭୂଇଁ
ହିମାଳୟ ଯା ମୁକୁଟ ଶୋହେ
ମହୋଦଧି ଯା ଚରଣ ଧୁଏ
କୋଟିଏ କଣ୍ଠେ ଗୋଟିଏ ସ୍ୱର
ଭାରତ ଆମ ମାଆ ରେ ଭାଇ ।
ସୁନ୍ଦର ମୋ ଜନମ ଭୂଇଁ
ସୁନ୍ଦର ମୋ ଜନମ ଭୂଇଁ ।