STORYMIRROR

narayansatya Pattnayak

Abstract Classics

4  

narayansatya Pattnayak

Abstract Classics

ସୁନାର ସଂସାର

ସୁନାର ସଂସାର

1 min
408


ଭୋକର ଭୂଗୋଳ ବଡ଼ ଭୟଙ୍କର

   ଵୁଝିବା ନୁହେଁ ସହଜ

ଭୋଗୁ ଅଛି ଯିଏ ସେ ହିଁ ତ ଜାଣିଛି

   ତାହାର କେଡେ ମରଜ। 


ଗରୀଵର ପେଟ ନିଇତି ଜଳୁଛି

  ଭୋକର ଅନଳ ମଧ୍ୟେ

ଜଳି ପୋଡ଼ି ଯାଏ ସର୍ବାଙ୍ଗ ଶରୀର

   ଵିନା ଅଗ୍ନି କାଣ୍ଡ ମଧ୍ୟେ। 


ଭୋକ ନାହିଁ ଏଠି ପେଟରେ ଯାହାର

   ତା ପାଖେ ଖାଦ୍ୟ ତ ଜମା

ଦୀନଦୁଃଖୀ ସଦା ଭୋକରେ ମରୁଛି

   ଖାଦ୍ୟ ନାହିଁ ମୁଠେ ଜମା। 


ଭୋକ ନିଆଁ ଯେଵେ ଲାଗଇ ପେଟରେ

   ଦିଶେ ନାହିଁ ବୁଦ୍ଧି ବାଟ

ଅନ୍ଧକାର ମୟ ଦିଶେ ଚତୁର୍ଦ୍ଦିଗ

   ପେଟରେ କରଇ ନାଟ। 


ପେଟ ମଧ୍ୟେ ଭୋକ କରଇ ତାଣ୍ଡବ

   ମନେ ଭରି ଅସ୍ଥିରତା

ଵୁଝିବାର ଶକ୍ତି ହରାଏ ମସ୍ତିଷ୍କ

   ମିଠା କଥା ଲାଗେ ପିତା। 


ଖୋଜୁଥାଏ ଆଖି ଖାଦ୍ୟକୁ ନିରେଖି

    ପେଟ ପାଇଁ ମୁଠେ ଦାନା

କେଉଁଠି ବା ତାକୁ ମିଳିବ କେମିତି

   କିଏ କଲା ତାକୁ ମନା।


ସୁନାର ସଂସାର ହୋଇଯାଏ ଚୁନା

  ଭୋକର ନିଅତି ପାଖେ

ସୁନା ରୂପା ଦେଇ ପାରି ନାହିଁ କେହି

   ଭୋକକୁ ସଂସାର ସୁଖେ।


ଖାଦ୍ୟ ଵିନା କେବେ ପାରିବାନି ଜିତି

   ଭୋକର ମହାସମର

ଖାଦ୍ୟ ଥିଲେ ପାଖେ ଜିତି ତ ପାରିବା

   ଭୋକର ଵଇରି ବୀର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from narayansatya Pattnayak

Similar oriya poem from Abstract