ସତ୍ୟ ଯେବେ ଶଦ୍ଦମୟ ହେବ
ସତ୍ୟ ଯେବେ ଶଦ୍ଦମୟ ହେବ
ଅହଂକାର ଡହଡହ ଜଳୁଥିବା ଜଳନ୍ତା ଅଙ୍ଗାର
ସେ ନିଆଁ ରେ ଜଳ ନାହିଁ ବନ୍ଧୁ
କର ନାହିଁ ଆଉ କାହା ଚରିତ୍ର ସଂହାର
ସାହିତ୍ୟ ବାଣ୍ଟେନା ଆଉ କାହା ଚରିତ୍ରର ଇତିବୃତ୍ତି
ଇର୍ଷା ହିଂସା ସ୍ବାର୍ଥ ବିଜଡିତ ହୃଦୟରେ
ନଥାଏ ସାରସ୍ବତ ସତ୍ତା
ସାହିତ୍ୟତ ଚିରକାଳ ବାଢିଥାଏ ନିସ୍ବ ପାଇଁ ବିଶ୍ବମୟ ବାର୍ତ୍ତା
ଚାଲୁଣି ହୋଇ ଛୁଞ୍ଚୁକୁ ଦେଖିଲେ ଦୁନିଆ ହସିବା
ନିଜକୁ ପଚାରି ବୁଝ ସତ୍ୟ କଣ କଣ ବା ମିଥ୍ୟା
କର ଥରେ ଆତ୍ମ ଚିନ୍ତା ଆପଣା ସମୀକ୍ଷା
ଯଦି ତୁମେ ତୃଟି ଶୂନ୍ୟ ଯଦି ତୁମ କର୍ମମୟ ଜୀବନ ମହାନ
ଏ ସବୁ ଅହଂକାର ଛାଡ
କାହା ପଛରେ ବିଷ ମଞ୍ଜି ନବୁଣି
ପାରିଲେ ଅନ୍ୟ ମଣିଷ ମାନଙ୍କ ପାଇଁ ନିଜକୁ ସଜାଡି
କିଛି ଲେଖୁଛ ଲେଖ ଘେନା ନାହିଁ
ଆଙ୍କୁଛ ଆଙ୍କ ସଂପର୍କରେ ଛବି
ସେଥିରେ ନପଡି ଭାଇ ପରନିନ୍ଦା ଅହଂକାର ଛାପ
ହୃଦୟ ବଦଳିଯିବ ସତ୍ୟ ଯେବେ ଶଦ୍ଦମୟ ହେବ
