STORYMIRROR

Ballava Rout

Abstract

2  

Ballava Rout

Abstract

ସତ୍ୟ ଯେବେ ଶଦ୍ଦମୟ ହେବ

ସତ୍ୟ ଯେବେ ଶଦ୍ଦମୟ ହେବ

1 min
304

ଅହଂକାର ଡହଡହ ଜଳୁଥିବା ଜଳନ୍ତା ଅଙ୍ଗାର

ସେ ନିଆଁ ରେ ଜଳ ନାହିଁ ବନ୍ଧୁ

କର ନାହିଁ ଆଉ କାହା ଚରିତ୍ର ସଂହାର

ସାହିତ୍ୟ ବାଣ୍ଟେନା ଆଉ କାହା ଚରିତ୍ରର ଇତିବୃତ୍ତି

ଇର୍ଷା ହିଂସା ସ୍ବାର୍ଥ ବିଜଡିତ ହୃଦୟରେ

ନଥାଏ ସାରସ୍ବତ ସତ୍ତା

ସାହିତ୍ୟତ ଚିରକାଳ ବାଢିଥାଏ ନିସ୍ବ ପାଇଁ ବିଶ୍ବମୟ ବାର୍ତ୍ତା

ଚାଲୁଣି ହୋଇ ଛୁଞ୍ଚୁକୁ ଦେଖିଲେ ଦୁନିଆ ହସିବା

ନିଜକୁ ପଚାରି ବୁଝ ସତ୍ୟ କଣ କଣ ବା ମିଥ୍ୟା

କର ଥରେ ଆତ୍ମ ଚିନ୍ତା ଆପଣା ସମୀକ୍ଷା

ଯଦି ତୁମେ ତୃଟି ଶୂନ୍ୟ ଯଦି ତୁମ କର୍ମମୟ ଜୀବନ ମହାନ

ଏ ସବୁ ଅହଂକାର ଛାଡ

କାହା ପଛରେ ବିଷ ମଞ୍ଜି ନବୁଣି

ପାରିଲେ ଅନ୍ୟ ମଣିଷ ମାନଙ୍କ ପାଇଁ ନିଜକୁ ସଜାଡି

କିଛି ଲେଖୁଛ ଲେଖ ଘେନା ନାହିଁ

ଆଙ୍କୁଛ ଆଙ୍କ ସଂପର୍କରେ ଛବି

ସେଥିରେ ନପଡି ଭାଇ ପରନିନ୍ଦା ଅହଂକାର ଛାପ

ହୃଦୟ ବଦଳିଯିବ ସତ୍ୟ ଯେବେ ଶଦ୍ଦମୟ ହେବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract