ସତର୍କ ଘଣ୍ଟି
ସତର୍କ ଘଣ୍ଟି
ସାଗର ବେଳାରେ ଝୋଟର ସହର
ସ୍କଟ ଲ୍ୟାଣ୍ଡର ଦଣ୍ଡୀ l
ଗଭୀର ସମୁଦ୍ରେ ବୁଡ଼ି ରହିଥିଲା
ବଡ଼ ଏକ ଦ୍ବୀପଦଣ୍ଡି l
ବାଣିଜ୍ୟେ ଆସନ୍ତି ନାନା ଦେଶୁ ପୋତ
ତାହା ନ ପାରନ୍ତି ଜାଣି l
ଧକ୍କା ଖାଇ ସେହି ସମୁଦ୍ରେ ବୁଡ଼ନ୍ତି
ହରାନ୍ତି ସବୁ ବିପଣୀ l
ଜଳଦସ୍ୟୁ ଏକ ଥିଲେ ସେହିଠାରେ
ଏହାକୁ ମଣି ସୁଯୋଗ l
ପୋତ ଧନ ଲୁଟି ଆନନ୍ଦେ ଥାଆନ୍ତି
କରୁଥାନ୍ତି ସୁଖ ଭୋଗ l
ସାଧୁ ଜଣେ ଦିନେ ଉପକାର ଚିନ୍ତି
ପାହାଡ଼େ ବାନ୍ଧିଲେ ଭେଳା l
ଘଣ୍ଟି ବାନ୍ଧିଦେଲେ ସେ ଭେଳା ଉପରେ
ସର୍ବ ବିପଦ ଟଳିଲା l
ସତର୍କ ଘଣ୍ଟିର ଶବଦ ଶୁଣିଲେ ବାଟ
ଭାଙ୍ଗି ଯାନ୍ତି ପୋତ l
ସର୍ବେ ପ୍ରଶଂସିଲେ ଧନ୍ୟ ଧନ୍ୟ ସାଧୁ
ତୁମ୍ଭର କର୍ମ ମହତ l
ସାଧୁ ସିନା ସର୍ବେ ଉପକାର ଚିନ୍ତି
ବସାଇ ଥିଲେ ସେ ଘଣ୍ଟା l
ଏହା କିନ୍ତୁ ସେହି ଜଳ ଦସ୍ୟୁଙ୍କର
ହୋଇଗଲା ବଡ଼ କଣ୍ଟା l
ଚିନ୍ତିଲେ ସେ ଦିନେ ଏ ସାଧୁଟି ପାଇଁ
ବୁଡ଼ିଲା ମୋହରି ଭେଳା l
ବାଉଁଶ ଥିଲେ ନା ବଇଁଶୀ ବାଜିବ ଘଣ୍ଟାକୁ
ଦେଖିବି ଭଲା l
ଦସ୍ୟୁ ଏକ ଦିନେ ଘଣ୍ଟି ପାଶେ ଯାଇ
ହସିଲେ ବିକଟ ହସ l
ଛିଡ଼ାଇ ତାହାକୁ ସାଗରେ ଫିଙ୍ଗିଲେ
ନ ରହିଲା ଅବଶେଷ l
ଘଣ୍ଟା ବୁଡ଼ିଗଲା ଅତଳ ସାଗରେ
ଘର୍ଘର ଶବଦ କରି l
ଡାକୁ ବୋଲେ ସାଧୁ ଶେଷ ହୋଇଗଲା
ଏବେ ତୋର ବାହାଦୁରୀ l
ସେ ଜଳଦସ୍ୟୁର ଆନନ୍ଦରେ ଦିନ
ବିତିଗଲା କିଛି କାଳ l
ଏକ ଦିନେ ଆସି ପହଞ୍ଚିଲା ପୁଣି
ଭୋଗ ତା ଦୁଷ୍କର୍ମ ଫଳ l
ନିଜ ଜାହାଜଟି ନିମଜ୍ଜିତ ହେଲା
ସେ ପାହାଡ଼େ ଧକ୍କା ଖାଇ l
ସଲିଳ ସମାଧି ସେ ଦସ୍ୟୁ ଲଭିଲେ ଆହା
ବୋଲିଲେନି କେହି l
ପାହାଡ଼ଟି ଥିଲା ସ୍କଟଲ୍ୟାଣ୍ଡ କୂଳେ ନାମ
ତାର ଇଞ୍ଚକେପ l
ଚର୍ଚ୍ଚର ଫାଦର ଥିଲେ ସେ ମହାତ୍ମା
ଜଳଦସ୍ୟୁ ଥିଲେ ରାଲ୍ଫ l
ଥାଅ ଏହା ଜାଣି ଏ ଶିକ୍ଷା କାହାଣୀ
ପର ପାଇଁ କଲେ ଖାତ l
ଈଶ୍ୱରଙ୍କ ଲୀଳା ଯୋଗବଳେ ଦିନେ
ହୁଏ ସେ ଖାତେ ପତିତ l
କଥା ରହିଅଛି ପର ହିତ ଚିନ୍ତ ନ
ଚିନ୍ତ କାହାର ମନ୍ଦ l
ପର ମନ୍ଦ ଚିନ୍ତା ସେ ବିଶ୍ୱ ନିୟନ୍ତା
ଚିନ୍ତନ୍ତି କାଳେ ଗୋବିନ୍ଦ l