Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Sahu

Inspirational

3  

Prasanna Kumar Sahu

Inspirational

ଜୀବନ

ଜୀବନ

1 min
183


ଏନ୍ତୁଡି ରୁ ଜୁଇ

ସଂସାର ଭିତରେ

ଅଟଇ ପରା ଜୀବନ

ଲମ୍ବା ସମୟ ଟି

କର୍ମ କରିବା କୁ

ଏତିକି ରଖିବା ମନ।


କିଏ କେତେ ବର୍ଷ

ସଂସାରେ ରହିଲା

ବିଚାର୍ଯ୍ୟ ନୁହଇ ତାହା

ଜୀବନ କାଳରେ

କିସ କରି ଅଛି

ହିସାବ ହୋଇବ ତାହା।


ଗଙ୍ଗ ସିଉଳିର

ଜୀବନ କାଳ ଟି

ଅଳ୍ପ ସିନା ହୋଇ ଥାଇ

ଅଳ୍ପ ସମୟରେ

ଜଗତର ମନ

ନେଇଥାଏ ସଦା ମୋହି।


ମକମଲି ଫୁଲ

ରହିଥାଏ ସିନା

ବହୁତ ସମୟ ପାଇଁ

ସଜାଇବା ପାଇଁ

ଲୋଡା ସିନା ହୁଏ

ବାସ ତାର କିଛି ନାହିଁ।


ହେବା ନାହିଁ ଆମେ

ମକମଲି ସମ

ହୋଇବା ଗଙ୍ଗ ସିଉଳି

ରଖି ଯିବା ଆମେ

କର୍ମର ଚିହ୍ନକୁ

ସମାଜ ଝୁରିବ ଖାଲି।


Rate this content
Log in

More oriya poem from Prasanna Kumar Sahu

Similar oriya poem from Inspirational