STORYMIRROR

Subas Swain

Inspirational

3  

Subas Swain

Inspirational

ଇଶ୍ଵର ବି ବେଳେବେଳେ ହାରନ୍ତି

ଇଶ୍ଵର ବି ବେଳେବେଳେ ହାରନ୍ତି

1 min
264


ସେ ସ୍ବପ୍ନ ଦେଖନ୍ତି

ସ୍ବପ୍ନ ରେ ତାଜମହଲ ତିଆରି କରନ୍ତି

ସେଇ ତାଜମହଲ ରେ ଝିଅ କୁ ବସାନ୍ତି

ସେ ହେଉଛନ୍ତି ବାପା।


ଋତୁଚକ୍ର ରୁ ତୋଳି ଆଣନ୍ତି ବସନ୍ତ କୁ

ସମୁଦ୍ର ମନ୍ଥନ ରୁ ଖୋଜନ୍ତି ଅମୃତ କୁ

ଆକାଶ ଛାତି ରୁ ଛିଣ୍ଡାଇ ଆଣନ୍ତି ଇନ୍ଦ୍ରଧନୁ କୁ

କଳ୍ପନା କୁ ଆଉଟି ତିଆରି କରନ୍ତି

ଝିଅ ପାଇଁ ରାଜକୁମାର କୁ

ସେ ହେଉଛନ୍ତି ବାପା।


ବାପା ଗୋଟେ ଶବ୍ଦ ନୁହେଁ

ବାପା ହେଉଛନ୍ତି ବିଶ୍ଵ ବ୍ରହ୍ମାଣ୍ଡ

ବାପା ଛୁଆ ମୁଣ୍ଡ ଉପର ଛାତ

ବାପା ବହଳିଆ ଅନ୍ଧାର ରେ ଆଲୋକ

ବାପା ଝିଅ ବେଦୀ ର ହୁମ କୁଣ୍ଡରେ ଡହ ଡହ ଅଙ୍ଗାର

ତେଣୁ ବାପା ଜଣେ ଇଶ୍ଵର।


ସବୁଠି ବାପା ଙ୍କ ର ଆଧିପତ୍ୟ

ପର୍ବ ପର୍ବାଣୀ ରେ ଡ୍ରେସ ଦୋକାନ ରେ 

ମାଆ ଙ୍କ ଗାଳି ରେ

ଖାଇବା ଥାଳି ରେ 

ବୈଶାଖ ଝାଞ୍ଜି ରେ 

ଶୀତ ର ଶ୍ରୀର୍ଣ୍ଣତା ରେ

ଆଖି ର ଲୁହ ରେ।


କିନ୍ତୁ,

ଯେତେବଳେ,ସ୍ବପ୍ନ ସବୁ ପାଣି ଫାଟିଯାଏ

ଯେତେବଳେ ବାପା ଙ୍କ ବିଶ୍ୱାସ ଖେତ ରେ ନିଆଁ ଲାଗିଯାଏ

ସେତେବେଳେ ବାପା କାନ୍ଦନ୍ତି, 

ଅସହାୟତା ର ବନ୍ଦ କଠୋରି ରେ

ଶିକାର ହୁଅନ୍ତି ସମୟ ପାଖରେ

ସ୍ଵାଭିମାନ, ଅଭିମାନ,ସମ୍ମାନ ର 

ଚକ୍ରବ୍ୟୁହ ରେ ପରାସ୍ତ ହୁଅନ୍ତି ବାପା

ହରିଯାଇଥିବା ଜଣେ ସୈନିକ ଭଳି

ଆତ୍ମ ସମର୍ପଣ ମୁଦ୍ରା ରେ ଖଣ୍ଡା ଚୋଟ କୁ ଅପେକ୍ଷା କରନ୍ତି।


ଇଶ୍ଵର ବି ବେଳେବେଳେ ହାରନ୍ତି।

ଇଶ୍ଵର ବି ବେଳେବେଳେ ହାରନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational