Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ସମ୍ପର୍କ

ସମ୍ପର୍କ

1 min
164


ଜନ୍ମ ହେଲା ଦିନୁ ପରିବାର ସାଥେ ସମ୍ପର୍କ ହେଲା

ବୟସ ଯେତେ ହୋଇଲା ସମ୍ପର୍କ ସେତେ ବଢିଲା

ବାପା ମା ସାଥେ ସମ୍ପର୍କ ନିସ୍ଵାର୍ଥପର ଅଟଇ

ନିଜ ସନ୍ତାନଙ୍କୁ ବଡ଼ କରନ୍ତି କେତେ ଦୁଃଖ କଷ୍ଟ ସହି

ଭାଇ ଭାଇର ସମ୍ପର୍କ ଅତି ନିଜର ଲାଗେ

ଦୁଃଖ ବେଳେ ଭାଇ ପାଖରେ ଥାଏ ଆଗେ

ଭାଇ ଭଉଣୀର ସମ୍ପର୍କ ଅତି ପବିତ୍ର ହୋଇଥାଏ ।


ଭାଇ ହାତେ ରାକ୍ଷୀ ବାନ୍ଧି ଶୁଭ ମନସୁ ଥାଏ

ମା ପୁଅ ର ସମ୍ପର୍କ ଅତି ନିଜର ସବୁ ଦିନ ପାଇଁ

ନିଜ ମମତା ଦେଇ ପିଲାର ହୃଦୟ କଥାକୁ ବୁଝି ପାରଇ

ଗୁରୁ ଶିଷ୍ୟ ସମ୍ପର୍କ ଅତି ନିବିଡ ହୋଇ ଥାଏ

ଗୁରୁଙ୍କ ଦିବ୍ୟ ବାଣୀ ଜୀବନକୁ ଆଲୋକିତ କରିଦିଏ

ସ୍ୱାମୀ ସ୍ତ୍ରୀର ସମ୍ପର୍କ ମରିବା ଯାଏ ହୋଇଥାଏ

ଜୀବନ ସାଥି ପ୍ରତି ମୁହୁର୍ତ୍ତ ରେ ସାଥେ ରହି ଥାଏ ।


ବନ୍ଧୁ ସାଥେ ସମ୍ପର୍କ ଅତି ମଧୁର ଲାଗେ

ସୁଖ ଦୁଃଖ ସବୁ ମନ ଖୋଲି କହେ ଆମ ଆଗେ

ଈଶ୍ୱର ସାଥେ ସମ୍ପର୍କ ଜନ୍ମ ଜନ୍ମ ପାଇଁ ହୋଇଥାଏ

ଭକ୍ତି ସମର୍ପଣ ଥିଲେ ଜୀବ ପ୍ରଭୁ ପାଦେ ମିଶିଯାଏ

ଛୋଟ ଛୋଟ କଥାରେ ବି ଜୀବନର ସମ୍ପର୍କ ଭାଙ୍ଗି ଯାଏ

ନିଜର ଲୋକ ବି କେବେ ପର କରିଦିଏ

ସମ୍ପର୍କ ର ମହତ୍ତ୍ବ କୁ ଜୀବନରେ ବୁଝିବା

ମଧୁର ବ୍ୟବହାର ରେ ସମ୍ପର୍କକୁ ଯୋଡି ରଖିବା ।



Rate this content
Log in

Similar oriya poem from Inspirational