ସ୍ତ୍ରୀ- ସାରଥୀ
ସ୍ତ୍ରୀ- ସାରଥୀ
ପୁରୁଷ ଥକିଗଲେ ରମଣୀ ଖୋଜେ
ସ୍ୱାମୀ ଘରକୁ ଫେରିଲେ ସ୍ତ୍ରୀ ଖୋଜେ
କାଣିଚାଏ ସ୍ନେହିଳ ପରଶ
ଗହୁଣିଏ ଶ୍ରଦ୍ଧେୟ ହରସ
ପାଣି ଦେଉ ଦେଉ ଚାହାଣୀ ବାଣୀରେ
ଖାଦ୍ୟ ପରଷୁ ପରଷୁ ମୁରୁକି ଠାଣୀରେ
ଜଞ୍ଜାଳମୟ ଜୀବନଯାପନ
ଜ୍ଵାଳାମୟ ଜୀବିକା ଉପାର୍ଜନ
ସବୁ ଭୁଲିବସେ କ୍ଷଣିକ ଭଲ୍ଲାସ
ଝାଳୁଆ ବୈଶାଖେ ମଣେ ମଧୁମାସ ।
ମଣିଷ ଯେବେ ଭାଙ୍ଗିପଡ଼େ ତରୁଣୀ ଲୋଡ଼େ
ପୁରୁଷ ବାହାରିଲେ ଘରୁ ନାରୀଙ୍କୁ ଲୋଡ଼େ
ରାଗରେ ତମତମ ଜନ୍ତୁରାଣ
ଛାତି ଫଟା କଟୁ ଗାଳି ବର୍ଷଣ
ଗର୍ଜନ ତର୍ଜନ ସୁଧାଣ
ଅସରାଏ ତୁଣ୍ଡ କମାଣ
କିଛିକ୍ଷଣ ନୀରବତା ପରେ ପୁଣି ମମତାର ଡୋରି
ଥଣ୍ଡା ପଡ଼ିଯାଏ ଟାଣୁଆ ପଥୁରିଆ ପୁରୁଷ ଭେରୀ
କୋଳରେ ଶୋଇ ମାରେ ଙ୍ଘୁଗୁଡ଼ି
ନାରୀପ୍ରେମ ବିନା ଅଗାଡି ଅନାଡି ।
ଅନ୍ୟ ଅର୍ଥରେ ଜାଣିଗଲି ବୁଝିଗଲି
ପୁରୁଷ ମାନେ ଫମ୍ପା ମାଠିଆ ବୋଲି
ମିଛି ମିଛିକା ଟାଣ ଟାଣ ରାଗୁଥିବେ
ତମ୍ପ ପରି ଖାଲି ଫଁ ଫଁ ହେଉଥିବେ
ମୁଁହଟାଣ ରଖିଥିବେ ଆତ୍ମସମ୍ମାନ ଖୋଲି ।
ପୁରୁଷ ବୁଦ୍ଧିରେ ପରାଜିତ ମହିଳା ମୋହେ
ପୁରୁଷ ଜ୍ଞାନରେ ପରାସ୍ତ କୁମାରୀ ମୋହେ
ଥକିଗଲେ ଦିନଚର୍ଯ୍ୟାରେ
ହାରିଗଲେ ଜୀବନ ଯୁଦ୍ଧରେ
ବିଫଳତା ଚୁମିଗଲେ କାର୍ଯ୍ୟରେ
ଭାଙ୍ଗିପଡିଲେ ମଝି ରାସ୍ତାରେ
ଖୋଜୁଥିବେ ତରୁଣୀ ଲହୁଣୀ ସ୍ତ୍ରୀ-ସାରଥୀ
ଲୋଡ଼ୁଥିବେ ରମଣୀ ସଙ୍ଗୀନୀ ମୌନାବତୀ ।
ପୁରୁଷ ପୁଅର ଆଶା ଅନନ୍ତ ଅସୁମାରୀ
ମଣିଷର ଆକାଂକ୍ଷା ଦିଗନ୍ତୁ ପ୍ରସାରୀ ବିସ୍ତାରୀ
ଆଉ କିଛିଦିନ ବଂଚି ଯିବାକୁ ସନ୍ଧାନେ
ନାରୀର ସ୍ନେହ ପ୍ରେମ କରୁଣା ବନ୍ଧନେ
ସ୍ତ୍ରୀର ହାସ୍ୟ ଲାସ୍ୟ କାମ୍ୟ ଯୌବନେ ।